ବିଜେଡି ସରକାରଙ୍କ ଉପରେ ବର୍ଷିଲେ ଭାଜପା ମହିଳା ନେତ୍ରୀ

ପାଟଣା,୪।୩(ବୀର କିଶୋରଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟରେ ସୋମବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ଶକ୍ତି ବନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିରରୁ ଏକ ପଦଯାତ୍ରା ବାହାରି ବଜାର ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରା ବ୍ଲକ ପର୍ଯ୍ୟନ୍ତ ଯାଇଥିଲା। ବ୍ଲକ ସମ୍ମୁଖରେ ଭାଜପା ନେତ୍ରୀ ଓ ନେତାମାନେ ଏକ ସଭାରେ ବିଜେଡି ସରକାର ବିରୋଧରେ ବର୍ଷିଛନ୍ତି। କେନ୍ଦ୍ର ସରକାର ମହିଳାଙ୍କୁ ସଶକ୍ତି କରଣ କରିବା ପାଇଁ କରିଥିବା ଯୋଜନା, ସହ ରାଶନ କାର୍ଡରେ ଉପଲବ୍ଧ ସୁବିଧା ସୁଯୋଗକୁ କିଭଳି ରାଜ୍ୟ ସରକାର ହଡ଼ପ କରୁଛନ୍ତି ସେ ସମ୍ପର୍କିତ ସ୍ଲୋଗାନ, ନବୀନ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ଏଥିରେ ନିର୍ବାଚନମଣ୍ଡଳୀ ଓ ଜିଲାର ଆଗଧାଡିର ସମସ୍ତ ମହିଳା ନେତ୍ରୀଙ୍କ ସହ ତୁଙ୍ଗ ନେତା ସାମିଲ ହୋଇଥିଲେ। ଏଥିରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ମମିତା ନାଏକ, ରାଜ୍ୟ ଏସସି ମହିଳା ନେତ୍ରୀ ବିଜୟଲକ୍ଷ୍ମି ପାତ୍ର, ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାପତି ମମତା ସିଂ ପ୍ରମୁଖଙ୍କ ନେତୃତ୍ୱରେ ୫ଶହରୁ ଊଦ୍ଧର୍‌ବ ମହିଳା କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।