Posted inଜାତୀୟ

ଇଛାଶକ୍ତିଥିଲେ ପୂର୍ବରୁ ଆସିଥାନ୍ତା ମହିଳା ସଂରକ୍ଷଣ ବିଲ୍‌, ନିର୍ବାଚନର ୬ ମାସ ଆଗରୁ ନୁହେଁ: ପ୍ରିୟଙ୍କା…

ମୁମ୍ବାଇ,୨୪।୯ : ମହିଳା ସଂରକ୍ଷଣ ବିଲ ଉପରେ ଭାଜପା ନେତ୍ରୀ ଉମା ଭାରତୀଙ୍କ ବିବୃତ୍ତି ଉପରେ ଶିବସେନା (ୟୁବିଟି) ଏମପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି କିଛି ଦିନ ପୂର୍ବରୁ ଉମା ଭାରତୀ ନିଜେ କହିଥିଲେ ମହିଳା ସଂରକ୍ଷଣ ବିଲରେ ଓବିସି କୋଟା ପାଇଁ ବ୍ୟବସ୍ଥା ରହିବା ଉଚିତ। ସଂରକ୍ଷଣ ବିନା ଟିକେଟ ମଧ୍ୟ ଦିଆଯାଇପାରେ, ପୂର୍ବରୁ ମଧ୍ୟ ଇଚ୍ଛା ଆଧାରରେ ଟିକେଟ ଦିଆଯାଉଥିଲା । ଏହା ଦର୍ଶାଏ ତାଙ୍କୁ ଏ ବିଷୟରେ ଜାଣିଶୁଣି କହିବାକୁ କୁହାଯାଉଛି। ଯଦ ଭାଜପାର ଏତେ ଇଚ୍ଛା ଶକ୍ତି ଥାଆନ୍ତା, ତେବେ ଏହି ବିଲ ନିର୍ବାଚନର ୬ମାସ ପୂର୍ବରୁ ନୁହେଁ, ବହୁ ପୂର୍ବରୁ ଆସି ପାରିଥାନ୍ତା।

ପୂର୍ବତନ ମନ୍ତ୍ରୀ ଉମା ଭାରତୀ ମହିଳା ସଂରକ୍ଷଣ ବିଲ ଉପରେ ପ୍ରତିକ୍ରିୟା ରଖିଥିବା ବେଳେ ଏଥିରେ ଓବିସି ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରିଥିଲେ। ମହିଳା ସଂରକ୍ଷଣ ଉପରେ ସର୍ବଦା ସ୍ବର ଉତ୍ତୋଳନ କରୁଥିବା ଉମା କହିଥିଲେ ସେ ଦଳକୁ ଦୁର୍ବଳ କରିବାକୁ ଚାହୁଁନାହାଁନ୍ତି, କିନ୍ତୁ ମହିଳାମାନଙ୍କ ପାଇଁ ଓବିସି ସଂରକ୍ଷଣ ନିଶ୍ଚିତ କରିବେ। ଏହାପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସେ ୩୩ ପ୍ରତିଶତ ସଂରକ୍ଷଣ ସହ ମହିଳାଙ୍କୁ ଟିକେଟ ଦେବାର ଦାବି କରିଥିଲେ।

ବାସ୍ତବରେ ଶନିବାର ଦିନ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଉମା ଭାରତୀ ପୁଣିଥରେ କହିଥିଲେ ମଧ୍ୟପ୍ରଦେଶରେ ନିର୍ବାଚନ ଆସୁଛି, ତେଣୁ ଏହାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଯାଇପାରିବ। ରାଜନୈତିକ ଦଳଗୁଡ଼ିକ ବିନା ସଂରକ୍ଷଣରେ ପଛୁଆ ଜାତିର ମହିଳାମାନଙ୍କୁ ଟିକେଟ ଦିଅନ୍ତି। ତେଣୁ ସଂରକ୍ଷଣର କୌଣସି ଆବଶ୍ୟକତା ନାହିଁ, କେବଳ ଆପଣଙ୍କର ଇଚ୍ଛା ଶକ୍ତି ଆବଶ୍ୟକ।

ଏଥି ସହିତ ପାର୍ଟି ଲାଇନରୁ ଦୂରେଇ ଯାଇ ଦଳ ବିରୋଧରେ ବିବୃତ୍ତି ଅଭିଯୋଗକୁ ଅନେକ ଥର ଖଣ୍ଡନ କରି ସେ କହିଛନ୍ତି ଲୋକମାନେ କହୁଛନ୍ତି ମୁଁ କଂଗ୍ରେସ ସ୍ବରରେ କହୁଛି, କିନ୍ତୁ ତାହା ନୁହେଁ। କଂଗ୍ରେସ ମୋ ସ୍ବରରେ କହୁଛି। ଏକ ସମୟ ଥିଲା ଯେତେବେଳେ କଂଗ୍ରେସ ଏବଂ ଭାଜପା ସମାନ ଭାଷାରେ କଥା ହେଉଥିଲେ ଓବିସି ସଂରକ୍ଷଣ ପାଇବା ଉଚିତ ନୁହେଁ। ଆଜି କଂଗ୍ରେସ ବାଧ୍ୟତାମୂଳକ ଭାବେ ନିଜର ଆଭିମୁଖ୍ୟ ବଦଳାଇ ଦେଇଛି କାରଣ ସେମାନେ ବିହାର ଏବଂ ୟୁପିରେ ପୋଛି ହୋଇଯାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri