କେନ୍ଦ୍ରାପଡ଼ା ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ କମ୍‌

କେନ୍ଦ୍ରାପଡ଼ା, ୨୦ା୩ (ଜଗନ୍ନାଥ ଧଳ): ଓଡ଼ିଶାରେ ୧୬ଥର ବିଧାନସଭା ଓ ୧୭ଥର ଲୋକ ସଭା ଆସନ ପାଇଁ ନିର୍ବାଚନ ହୋଇଛି। ତେବେ କେନ୍ଦ୍ରାପଡ଼ା ଜିଲା ରାଜନୀତିରେ ସାଂସଦ ଓ ବିଧାୟିକା ଭାବେ ମହିଳାଙ୍କୁ କମ୍‌ ପ୍ରତିନିଧିତ୍ୱ ମିଳିଛି। ସ୍ବାଧୀନତା ସଂଗ୍ରାମ, କ୍ରୀଡ଼ା, ଲୋକକଳା, ସେବା, ସଙ୍ଗୀତ, ଅଭିନୟ, ସାହିତ୍ୟ କ୍ଷେତ୍ରରେ ଏହି ଜିଲାର ମହିଳାଙ୍କୁ ଦେଶ ବିଦେଶରେ ବହୁ ସମ୍ମାନ ମିଳିଛି। ମାତ୍ର ମହିଳା ଜନପ୍ରତିନିଧି କମ୍‌ ରହିଥିବା ଚର୍ଚ୍ଚା ହେଉଛି। ଓଡ଼ିଶା ଓ କେନ୍ଦ୍ର ସରକାରରେ ଜିଲାର ମାତ୍ର ୬ ଜଣ ମହିଳାଙ୍କୁ ପ୍ରତିନିଧିତ୍ୱ ମିଳିଛି।
ପ୍ରଥମ ନିର୍ବାଚନ ୧୯୫୨ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାର ଦୁଇ ବିଶିଷ୍ଟ ମହିଳା ସରସ୍ବତୀ ଦେବୀ ଓ ରାମରାଜ କୁମାରୀ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଦୁଇ ମହିଳାଙ୍କର ସ୍ବାଧୀନତା ସଂଗ୍ରାମରେ ଭୂମିକା ଥିଲା ଅତୁଳନୀୟ। ରାଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସତ୍ୟାଗ୍ରହରେ ସାମିଲ ହୋଇଥିବା ରଘୁନାଥ ମହାନ୍ତିଙ୍କ ସ୍ତ୍ରୀ ସରସ୍ବତୀ ଦେବୀ ବିଜୟୀ ହୋଇଥିଲେ। ସେହିପରି କେନ୍ଦ୍ରାପଡ଼ା ଜିଲାର ଅନ୍ୟତମ ପ୍ରଥମ ମହିଳା ବିଧାୟିକା ଆଳି ରାଜବଂଶର ରାଜା ଚନ୍ଦ୍ରଭାନୁ ଦେବଙ୍କ ସ୍ତ୍ରୀ ରାଣୀ ରାମରାଜ କୁମାରୀ ବିଜୟୀ ହୋଇଥିଲେ। ଏହି ପ୍ରଥମ ନିର୍ବାଚନରେ ରାଜ୍ୟରେ ମାତ୍ର ୩ ଜଣ ବିଧାୟିକା ନିର୍ବାଚିତ ହୋଇଥିବା ବେଳେ ଦୁଇ ଜଣ କେନ୍ଦ୍ରାପଡ଼ାର ଥିଲେ। ଏହାପରେ ଏକ ଦୀର୍ଘ ବ୍ୟବଧାନ ଦେଖିବାକୁ ମିଳିଥିଲା। ୧୯୯୦ରୁ ୯୫ ପର୍ଯ୍ୟନ୍ତ ଆଳି ରାଜମାତା ତଥା ସ୍ବର୍ଗତ ଶରତ ଦେବଙ୍କ ସ୍ତ୍ରୀ ସୁଶ୍ରୀ ଦେବୀ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଏହାବ୍ୟତୀତ ସେ ବିଜେଡିରୁ ୨୦୦୨ ମସିହାରେ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିଥିଲେ। ନାରୀନେତ୍ରୀ ଅର୍ଚ୍ଚନା ନାୟକ ୧୯୯୫ରେ ପ୍ରଥମ ଥର ନିର୍ବାଚନ ରାଜନୀତିକୁ ଓହ୍ଲାଇଥିଲେ। କଂଗ୍ରେସ ପକ୍ଷରୁ ପାଟକୁରାରେ ବିଧାୟିକ ପ୍ରାର୍ଥୀ ହୋଇଥିଲେ ମଧ୍ୟ ସେ ପରାଜିତ ହୋଇଥିଲେ। ମାତ୍ର ୨୦୦୪ରେ କଂଗ୍ରେସ ପରିବର୍ତ୍ତେ ବିଜେଡିରୁ ଟିକେଟ ପାଇ ଲୋକ ସଭା ସଦସ୍ୟ ଭାବେ ସେ ବିଜୟୀ ହୋଇଥିଲେ। ଡ଼ା. ସିପ୍ରା ମଲ୍ଲିକ ହେଉଛନ୍ତି ଲୋକପ୍ରିୟ ନେତା ପ୍ରହ୍ଲାଦ ମଲ୍ଲିକଙ୍କ ଝିଅ। ୨୦୦୯ ମସିହାରେ ବିଜେଡି ପକ୍ଷରୁ ଟିକେଟ ପାଇ ସେ କେନ୍ଦ୍ରାପଡ଼ା ସଂରକ୍ଷିତ ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସେ ଅଦ୍ୟାବଧି ରାଜନୀତିରେ ସକ୍ରିୟ ଅଛନ୍ତି। ଜିଲାର ଷଷ୍ଠତମ ମହିଳା ବିଧାୟିକା ଭାବେ ସାବିତ୍ରୀ ଅଗ୍ରୱାଲ ଅଦ୍ୟାବଧି କାର୍ଯ୍ୟରତ ଅଛନ୍ତି। ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ଭାବେ ସେ ପରିଚିତ। ୨୦୧୯ ନିର୍ବାଚନରେ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବେଦପ୍ରକାଶ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନିର୍ବାଚନ ଅବ୍ୟବହିତ ପୂର୍ବରୁ ତାଙ୍କର ପରଲୋକ ହେବାରୁ ସ୍ତ୍ରୀ ସାବିତ୍ରୀଙ୍କୁ ବିଜେଡି ପକ୍ଷରୁ ଟିକେଟ ମିଳିଥିଲା।
ଲୋକସଂଖ୍ୟା ଅନୁଯାୟୀ ମହିଳାଙ୍କ ସଂଖ୍ୟା ପୁରୁଷଙ୍କଠାରୁ କମ୍‌ ରହିଛି। ତ୍ରିସ୍ତରୀୟ ପଞ୍ଚାୟତ ଓ ପୌରସଂସ୍ଥା ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଅଛି। ହେଲେ ଲୋକ ସଭା ଓ ବିଧାନସଭା ପାଇଁ ମହିଳାଙ୍କ ସଂରକ୍ଷଣ ନ ଥିବାରୁ ପ୍ରତିନିଧିତ୍ୱ କମ୍‌ ରହୁଛି। ଆସନ୍ତା ନିର୍ବାଚନରେ ବହୁ ମହିଳା ବିଧାୟିକା ଓ ଏମ୍‌ପି ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ସବୁ ରାଜନୈତିକ ଦଳ ମହିଳାଙ୍କ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେବା ଦରକାର ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

କମିବ ତାପମାତ୍ରା; ଘୂର୍ଣ୍ଣିବଳୟ ପ୍ରଭାବରେ ୧ ଯାଏ ଝଡ଼ବର୍ଷା

ଭୁବନେଶ୍ୱର, ୨୭।୩(ବନ୍ଦନା ସେଠୀ): ବର୍ତ୍ତମାନ ଉପର ବାୟୁ ଘୂର୍ଣ୍ଣିବଳୟ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ପର୍ଯ୍ୟନ୍ତ ବ୍ୟାପିିଛି।…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri