Posted inଜାତୀୟ

ମହିଳାଙ୍କର ଘର ସମ୍ଭାଳିବା ମୂଲ୍ୟ ଚାକିରିରୁ ମିଳୁଥିବା ଦରମାଠାରୁ କମ ନୁହେଁ : ସୁପ୍ରିମକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୮।୨ : ଘର ସମ୍ଭାଳିବାର ମୂଲ୍ୟ ଏକ କାର୍ଯ୍ୟାଳୟରେ କାମ କରି ମିଳୁଥିବା ଦରମା ମୂଲ୍ୟଠାରୁ କମ ନୁହେଁ। ଜଣେ ଗୃହିଣୀ ଥିବାରୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କୁ କମ କ୍ଷତିପୂରଣ ଦେବା ମାମଲାରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଗୃହ ପରିଚାଳନା କାର୍ଯ୍ୟକୁ ମୂଲ୍ୟବାନ ବୋଲି କୋର୍ଟ ବର୍ଣ୍ଣନା କରିଛନ୍ତି। କ୍ଷତିପୂରଣ ରାଶି ଅଢ଼େଇ ଲକ୍ଷରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତିି।

ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ବେଞ୍ଚ କହିଛନ୍ତି ଘରର କାମ ପରିଚାଳନା କରୁଥିବା ମହିଳାଙ୍କ ସ୍ଥିତି ଉଚ୍ଚ ମାନ୍ୟତା ରହିଛି। ଟଙ୍କା ତୁଳନାରେ ତାଙ୍କର ଅବଦାନକୁ ଆକଳନ କରିବା କଷ୍ଟକର। ଘର ସମ୍ଭାଳିବା କାର୍ଯ୍ୟ ପାଇଁ ବିଭିନ୍ନ ଟ୍ରିବ୍ୟୁନାଲ ଏବଂ କୋର୍ଟଙ୍କୁ ଏକ ଆନୁମାନିକ ଆୟ ହିସାବ କରିବାକୁ ପଡିବ। ପରିବାରରେ ଘରର ଯତ୍ନ ନେଉଥିବା ସଦସ୍ୟଙ୍କ ଦରମା ଅର୍ଜନ କରୁଥିବା ସଦସ୍ୟଙ୍କ ପରି ସମାନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି ।

୨୦୦୬ମସିହାରେ ଉତ୍ତରାଖଣ୍ଡରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ଦିଆଯାଇଥିବା କ୍ଷତିପୂରଣ ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ଯେଉଁ ଗାଡିରେ ଦୁର୍ଘଟଣା ଘଟିଥିଲା ତାହା ବୀମାଭୁକ୍ତ ହୋଇ ନ ଥିଲା। ତେଣୁ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବାର ଦାୟିତ୍ୱ ଗାଡି ମାଲିକଙ୍କ ଉପରେ ପଡିଥିଲା। ମୋଟର ଦୁର୍ଘଟଣା ଦାବି କ୍ଷତିପୂରଣ ଟ୍ରିବ୍ୟୁନାଲ ତାଙ୍କ ସ୍ବାମୀ ଏବଂ ପିଲାଙ୍କ ପାଇଁ ଅଢ଼େଇ ଲକ୍ଷ ଟଙ୍କା କ୍ଷତିପୂରଣ ସ୍ଥିର କରିଛନ୍ତି। ପରିବାର ଉତ୍ତରାଖଣ୍ଡ ହାଇକୋର୍ଟରେ ଆବେଦନ କରିଥିଲେ ଯାହା ୨୦୧୭ ରେ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଏହି ଆବେଦନର ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଣଙ୍କର ସର୍ବନିମ୍ନ ଆନୁମାନିକ ଆୟ ଏବଂ ଆୟୁକୁ ଆଧାର କରି ମୃତ୍ୟୁ ପାଇଁ କ୍ଷତିପୂରଣ ବିବେଚନା କରାଯାଇଛି। ଟ୍ରିବ୍ୟୁନାଲ ଦ୍ୱାରା ସ୍ଥିର ହୋଇଥିବା କ୍ଷତିପୂରଣ ଦୈନିକ ମଜୁରୀ ଶ୍ରମିକଙ୍କ ଆୟଠାରୁ କମ ଅଟେ। ହାଇକୋର୍ଟ ମଧ୍ୟ ଏଥିରେ କୌଣସି ତ୍ରୁଟି କିଭଳି ପାଇଲେ ନାହିଁ ବୋଲି ଶୀର୍ଷ କୋର୍ଟ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ ପଚାରିଛନ୍ତି, ଜଣେ ଘରୋଇ ଶ୍ରମିକଙ୍କ ଆୟ କିପରି ଦୈନିକ ମଜୁରୀ ଶ୍ରମିକଙ୍କ ତୁଳନାରେ କମ ବିବେଚନା କରାଯାଇପାରିବ? ଏହିପରି ଦୃଷ୍ଟିକୋଣ ଗ୍ରହଣ କରାଯାଇପାରିବ ନାହିଁ। କ୍ଷତିପୂରଣ ୬ଲକ୍ଷ ଟଙ୍କା ଏବଂ ଏହାକୁ ୬ ସପ୍ତାହ ମଧ୍ୟରେ ଦେବାକୁ ପଡିବ ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri