Posted inଖେଳ

‘ଭାରତରେ ହେବ ମହିଳା ହକି ଇଣ୍ଡିଆ ଲିଗ୍‌’

ଭୁବନେଶ୍ୱର, ୨୭।୮ (ତପନ ସ୍ବାଇଁ): ଭାରତରେ ହେବ ମହିଳା ହକି ଇଣ୍ଡିଆ ଲିଗ୍‌। ଏହା ଆସନ୍ତା ଡିସେମ୍ବରରେ ଆରମ୍ଭ ହୋଇ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ। ଏହି ସର୍ବପ୍ରଥମ ମହିଳା ଲିଗ୍‌ରେ ୬ଟି ଫ୍ରାଞ୍ଚାଇଜ୍‌ ଦଳ ଭାଗନେବେ। ବିଶ୍ୱର ଶ୍ରେଷ୍ଠ ୧୬ଟି ହକି ଦଳର ଖେଳାଳିମାନେ ଏହି ଲିଗ୍‌ରେ ଅଂଶଗ୍ରହଣ କରିବେ ବୋଲି ସୋମବାର ପ୍ରକାଶ କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ। ଏହା ରାଜ୍ୟ ଏବଂ ଦେଶର ଯୁବ ଖେଳାଳିଙ୍କ ପାଇଁ ଏକ ଭଲ ପ୍ଲାଟଫର୍ମ ହେବ। ସେମାନେ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ସହ ଖେଳିବେ, ଡ୍ରେସିଂରୁମ୍‌ ଶେୟାର କରିବେ ଓ ଭାବ ବିନିମୟର ସୁଯୋଗ ପାଇବେ। ଡିସେମ୍ବରରେ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌-ପୁରୁଷ) ମଧ୍ୟ ଅନୁଷ୍ଠିତ ହେବ। ଏଚ୍‌ଆଇଏଲ୍‌ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଏବଂ ମହିଳା ହକି ଇଣ୍ଡିଆ ଲିଗ୍‌ ରାଞ୍ଚତ୍ରେ ଖେଳାଯିବ। ଏହାର କାର୍ଯ୍ୟସୂଚୀ ପରେ ପ୍ରକାଶ ପାଇବ। ଓଡ଼ିଶା ଚାହିଁଲେ ଏକ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଦଳ ଖେଳାଇ ପାରିବ। ସବୁକିଛି ଆଉ କିଛିଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ଦିଲୀପ ପ୍ରକାଶ କରିଛନ୍ତି।

ଓଡ଼ିଶା ସରକାର ଲକି ସ୍ପୋନସର

ତିନି ଥର ଅଲିମ୍ପିକ୍ସର ଅନୁଭବ ରଖିଥିବା ଦିଲୀପ ହକି ଇଣ୍ଡିଆ ସଭାପତି ଦାୟିତ୍ୱ ନେବାପରେ ଭାରତୀୟ ଦଳର ପ୍ରଦର୍ଶନ କ୍ରମେ ଉନ୍ନତି ହୋଇଛି। ୨୦୨୨ ହାଙ୍ଗଝୋ ଏସିଆନ ଗେମ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ୨୦୨୪ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ପୃଷ୍ଠାରେ ନୂଆ ଅଧ୍ୟାୟ ଯୋଡ଼ିଛି। ଏଥିରେ ସ୍ବାଭାବିକଭାବେ ଉଲ୍ଲସିତ ଅଛନ୍ତି ଦିଲୀପ। ”ଆମେ ଦାୟିତ୍ୱ ନେବାପରେ ଅନେକ ପଦକ୍ଷେପ ନେଇଥିଲୁ। ୨୦୨୩ ହକି ବିଶ୍ୱକପରେ ଭାରତ ଯେପରି ପ୍ରଦର୍ଶନ କଲା ତାହା ଆପଣମାନେ ସମସ୍ତେ ଦେଖିଲେ। ତେଣୁ ଆମେ କୋଚିଂ ଷ୍ଟାଫ୍‌ ବଦଳାଇବାକୁ ନିଷ୍ପତ୍ତି ନେଲୁ। ଏହି ନିଷ୍ପତ୍ତି ବହୁତ କାମ ଦେଲା। କ୍ରେଗ୍‌ ଫୁଲଟନଙ୍କ ପ୍ରଶିକ୍ଷଣରେ ଭାରତ ଏବେ କ୍ରମାଗତ ଭଲ ପ୍ରଦର୍ଶନ କରି ଚାଲିଛି। ଭାରତୀୟ ହକି ଦଳର ଭଲ ପ୍ରଦର୍ଶନ ପଛରେ ଓଡ଼ିଶା ସରକାରଙ୍କର ବଡ଼ ଅବଦାନ ରହିଛି। ଓଡ଼ିଶା ପ୍ରାୟୋଜକ ହେବାପରେ ଅଧିକାଂଶ ଟୁର୍ନାମେଣ୍ଟରେ ଭାରତୀୟ ଦଳ ଭଲ ଖେଳି ଆସୁଛି। ମୋ ମତରେ ଓଡ଼ିଶା ସରକାର ହେଉଛନ୍ତି ଭାରତୀୟ ହକିର ‘ବ୍ୟାକ୍‌ ବୋନ୍‌’ ଏବଂ ‘ଲକି ସ୍ପୋନସର’ ବୋଲି ଦିଲୀପ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri