ମହିଳା କିଣିବେ କାର୍‌, ଟଙ୍କା ଦେବେ ସରକାର! ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୪।୧୦: ଦୀପାବଳି ପୂର୍ବରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଫ୍ଲାଗ୍‌ସିପ୍‌ ଯୋଜନା ସୁଭଦ୍ରା ସାରା ରାଜ୍ୟରେ ଚର୍ଚ୍ଚା ସାଉଁଟିଥିଲା । ଏବେ ମହିଳାଙ୍କ ପାଇଁ ଆଉ ଏକ ବଡ଼ ଯୋଜନା ଆସିବାକୁ ଯାଉଛି । ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହେବ ନୂଆ ଯୋଜନା । ଯାହାର ନାଁ ରହିବ ଆତ୍ମନିର୍ଭର ମହିଳା ସୁବାହକ ବା ଆମ ସୁବାହକ ଯୋଜନା। ଏହି ଯୋଜନା ଅଧୀନରେ ରାଜ୍ୟର ମହିଳାଙ୍କୁ କାର୍‌ କିଣାଇ ଦେବେ ସରକାର । ଋଣ କରି କାର୍‌ କିଣିବେ ମହିଳା । ଆଉ ସବୁ ସୁଧ ସୁଝିବେ ରାଜ୍ୟ ସରକାର । ମହିଳାଙ୍କୁ ଆହୁରି ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଏଭଳି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।

ଯେଉଁମାନେ ବି ଋଣ କରି କାର୍‌ କିଣିବାକୁ ଚାହିଁବେ ସେମାନଙ୍କୁ କାର୍‌ କିଣାଇ ଦେବେ ରାଜ୍ୟ ସରକାର । ପ୍ରତ୍ୟେକ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ଯୋଗାଇ ଦିଆଯିବ । ଆଉ ଯେଉଁ ମହିଳାମାନେ କାର୍‌ କିଣିବାକୁ ଋଣ ନେବେ ତାହାକୁ ୫ ବର୍ଷ ମଧ୍ୟରେ ସୁଝିପାରିବେ । ମହିଳାମାନେ ଲୋନ୍‌ କରି କାର୍‌ ତ କିଣିବେ ସତ କିନ୍ତୁ ସବୁ ସୁଧ ସୁଝିବେ ସରକାର।

ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ । ୪ ବର୍ଷରେ ୧୧୦୦ ମହିଳାଙ୍କୁ କାର୍ କିଣି ଟ୍ୟାକ୍ସି ଭାବେ ବ୍ୟବହାର କରିବାକୁ ଋଣ ଯୋଗାଇ ଦେବେ ସରକାର । ଯାହା ଫଳରେ ମହିଳାଙ୍କୁ ଆଉ ସୁଧ ବାବଦକୁ ଟେନସନ୍ ନେବାକୁ ପଡିବନି । ବ୍ୟାଙ୍କରୁ ପ୍ରତି ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ଯୋଗାଇ ଦିଆଯିବ । ଋଣର କିସ୍ତି ମହିଳା ମାନେ ୫ ବର୍ଷରେ ସୁଝିବେ ଏବଂ ରାଜ୍ୟ ସରକାର ବାର୍ଷିକ ୧୧% ହାରରେ ସୁଧ ସୁଝିବେ । ବାଣିଜ୍ୟ ଓ ପରିବହନ ବିଭାଗର ଏହି ଯୋଜନାକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୨୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।

Dharitri – Odisha’s No.1 Trusted Odia Daily

 

 

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ କେନ୍ଦ୍ର ସରକାର: ଡିଜେଲ ଉପରେ ୫ ଟଙ୍କା କମିଲା, ପେଟ୍ରୋଲରେ କେତେ? ଜାଣନ୍ତୁ ନୂଆ ହାର

ନୂଆଦିଲ୍ଲୀ,୧୭।୯: ସେପ୍ଟେମ୍ବର ୧୭ରେ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ଉପରେ ଲାଗୁଥିବା ୱିଣ୍ଡଫଲ ଟ୍ୟାକ୍ସରେ କେନ୍ଦ୍ର ସରକାର କଟକଣା କରିଛନ୍ତି। ପେଟ୍ରୋଲ, ଡିଜେଲ ଓ ଏଭିଏସନ ଟର୍ବାଇନ ଫ୍ୟୁଏଲ…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ସମ୍ବଲପୁରରେ ଡପ୍‌ଲର ୱେଦର ରାଡାରର ଉଦ୍‌ଘାଟନ

ସମ୍ବଲପୁର, ୧୭ା୯ (ପ୍ରମୋଦ ବହିଦାର): ପବିତ୍ର ନୂଅଁାଖାଇ ଉତ୍ସବ ଅବସରରେ ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। କେନ୍ଦ୍ର ବିଜ୍ଞାନ ଓ…

୧୯ରେ ଲଘୁଚାପ, ଶୁକ୍ରବାରଠାରୁ ବଢ଼ିବ ବର୍ଷା: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍‌ଡି ଡିଜି କହିଲେ…

ଭୁବନେଶ୍ୱର, ୧୭ା୯(ବନ୍ଦନା ସେଠୀ):ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ ସନ୍ଧ୍ୟାରେ ଘୂର୍ଣ୍ଣିବଳୟ ଉତ୍ତର…

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?