ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀଛାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ସହ ତିନୋଟି ସଂସ୍ଥାର ପଦାଧିକାରୀ ଓ ସଦସ୍ୟମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ ଶୁଭାରମ୍ଭ କରାଯିବା ପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ବିଭିନ୍ନ ପ୍ରଜାତିର ଫଳଜ, ଛାୟାଦାର ଓ ଔଷଧୀୟ ଚାରାରୋପଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକ ସଭାର ଆୟୋଜନ କରଯାଇଥିଲା। ବକ୍ତାମାନେ କହିଥିଲେ ଯେ, ପରିବେଶ ସୁରକ୍ଷା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା। ପ୍ରତ୍ୟେକ ନାଗରିକ କେବଳ ଗଛ ଲଗାଇବା ନୁହେଁ, ବରଂ ସେଗୁଡ଼ିକର ଯତ୍ନ ନେବା ପାଇଁ ମଧ୍ୟ ସଂକଳ୍ପବଦ୍ଧ ହେବା ଉଚିତ ବୋଲି କହିଥିଲେ।