ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା

କେନ୍ଦୁଝର,୧୫ା୧(ସ୍ବ.ପ୍ର.): ଦୀର୍ଘ ୧୫ ଦିନ ଧରି ପାଣି ସମସ୍ୟା ଦେଖାଦେଇଥିଲା ହେଁ ସମାଧାନ ନ ହେବାରୁ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ନୁଦୁରପଡ଼ା-କାଳିଆ ହତା ରାସ୍ତାର ଖୁଦପଶି ନିକଟରେ ମହିଳାମାନେ ଗରା, ବାଲଟି ଧରି ରାସ୍ତା ଅବରୋଧ କରିଥିଲେ। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବ୍ୟାହତ ହୋଇଥିଲା। ଗ୍ରାମରେ ଥିବା ସୋଲାର ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ଦୁଇ ସପ୍ତାହ ହେଲା ଅଚଳ ହେବା ପରେ ନଳକୂପ ମଧ୍ୟ ଅଚଳ ହୋଇ ପଡ଼ିଥିଲା। ଏ ନେଇ ପଞ୍ଚାୟତକୁ ଜଣାଇବା ପରେ ସଜଡ଼ା ନ ଯିବାରୁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଆନ୍ଦୋଳକାରୀ ମହିଳାମାନେ କହିଛନ୍ତି।