ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା

ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏନେଇ ଅଞ୍ଚଳର ମହିଳାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମଦ ବିକ୍ରି ବନ୍ଦ କରିବାକୁ ଏବେ ସେମାନେ ଅଣ୍ଟା ଭିଡିଛନ୍ତି। ବହଳପଦର ପଞ୍ଚାୟତ ଅଧୀନ ଗୌଡଗାଡ ଗ୍ରାମରେ ମହିଳାମାନେ ଏକତ୍ରିତ ହୋଇ ଗ୍ରାମରେ ମଦ ବିକ୍ରି ବନ୍ଦ କରିଛନ୍ତି। ଗ୍ରାମରେ ମଦ ପିଇ ଗାଳିଗୁଲଜ କଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହାକୁ ଦେଖି ଦୁର୍ଜନତୈଲା ପଞ୍ଚାୟତର ମାଳିଦାଦର, ଦାଦରପାଲି ଓ ବହଳପଦର ପଞ୍ଚାୟତର କେନ୍ଦୁପାଲି ଓ କୁହିଦାଦରର ମହିଳାମାନେ ଗ୍ରାମରେ ମଦ ବିକ୍ରି ବନ୍ଦ କରିଛନ୍ତି।
ଆଦିବାସୀ ବହୁଳ ଦୁର୍ଜନତୈଲା ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ଦିନ ହେଲା ଦେଶୀ ବିଦେଶୀ ମଦ ବିକ୍ରି ହେଉଥିଲା। ଏହା ସହିତ ଏହି ଅଞ୍ଚଳରେ ବେଆଇନଭାବେ ବିଦେଶୀ ଓ ଦେଶୀ ମଦ ପ୍ରସ୍ତୁତି ହେଉଥିଲା। ଏହି ମଦ ପିଇ ଅନେକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ମଦ ଯୋଗୁ ଅନେକ ପରିବାର ବେସହରା ହୋଇ ପଡିଛନ୍ତି। ଗ୍ରାମରେ ଗଣ୍ଡଗୋଳମାନ ଘଟିଛି। ଏଣୁ ମଦ ବନ୍ଦ କରିବା ପାଇଁ ମହିଳାମାନେ ଏକତ୍ରିତ ହୋଇଛନ୍ତି। ପଞ୍ଚାୟତ ଅନ୍ତର୍ଗତ କୁଞ୍ଜାପାଲି, ବରଘାଟ, ମସିଣାପାଲି, ବ୍ରାହ୍ମଣିପାଲି, ଠେଙ୍ଗୋଡ୍ୟାମ, ସାଗଯୋରୀ ଆଦି ଗ୍ରାମରେ ମଦ ବନ୍ଦ କରିବା ପାଇଁ ମହିଳାମାନେ ଉଦ୍ୟମ କରିଛନ୍ତି। ଏ ନେଇ ରବିବାର ମହିଳାମାନେ ବୀରମହାରାଜପୁର ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସବୁ ଗ୍ରାମର ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀର ମହିଳା ସଦସ୍ୟ ମଦ ବିକ୍ରି ବନ୍ଦ କରିବା ପାଇଁ ବୈଠକ କରିଛନ୍ତି। ମଦ ବିକ୍ରି ଓ ପ୍ରସ୍ତୁତିକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ବୋଲି ଏସ୍‌ଏଚ୍‌ଜି ଗ୍ରୁପ ସଭାପତି ରୀନା ଭୋଇ ପ୍ରକାଶ କରିଛନ୍ତି। ରୀନା ଭୋଇ, ବିଶାଖା ପଧାନ, ଗୀତାଞ୍ଜଳି ପଧାନ, ଫଗୁନି ନାଏକ, ସୌଦାମିନୀ ବେହେରାମାଳି, ବାସନ୍ତି ଭୋଇଙ୍କ ନେତୃତ୍ୱରେ ଶତାଧିକ ମହିଳା ମଦ ବନ୍ଦ ଉଦ୍ୟମ କରୁଛନ୍ତି। ଏନେଇ ସୁବର୍ଣ୍ଣପୁର ଜିଲା ଅବକାରୀ ଅଧିକ୍ଷକ ପ୍ରବୀର ସାମଲଙ୍କୁ ପଚାରିବାରୁ ଆମେ ନିୟମିତ ଚଢ଼ାଉ କରୁଛୁ। ମହିଳାଙ୍କ ଏହି ଉଦ୍ୟମ ଓ ସହଯୋଗ ବଳରେ ଆମେ ଅଞ୍ଚଳରେ ମଦ ବନ୍ଦ କରିବାରେ ସମର୍ଥ ହେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri