ନାରୀ ସଶକ୍ତୀକରଣ ଓ ଗୋଷ୍ଠୀ ଗଠନ

ଆନ୍ତର୍ଜାତିକ ଖାତିସମ୍ପନ୍ନ ବ୍ୟାଖ୍ୟାକାର ‘ଜାକେବ୍‌ ଜର୍ଜ ହିଲିଓକ’ଙ୍କ ଭାଷାରେ ସମବାୟ ହେଉଛି ଏକ ସ୍ବେଚ୍ଛାକୃତ ସମ୍ମେଳନ, ଯହିଁରେ ସମସ୍ତଙ୍କ ସହଭାଗୀ, ଯୋଗଦାନ ଓ କର୍ତ୍ତୃତ୍ୱ ମଧ୍ୟରେ ଏକ ଐକ୍ୟବଦ୍ଧ ଉଦ୍ୟୋଗଟି ପରିପୂର୍ଣ୍ଣ ପଥରେ ଅଗ୍ରସର ହୋଇଥାଏ।’ ଭାରତର ବହୁ ପ୍ରାଚୀନ କାଳରୁ ସମବାୟର ପ୍ରବହମାନ ଧାରା ସଂଘବଦ୍ଧ ଜୀବନଯାପନରେ ପ୍ରବାହ ସହିତ କେବଳ ସମନ୍ବିତ ହୋଇନଥିଲା ସାମାଜିକ ଜୀବନ ବିନ୍ୟାସ ଓ ସମ୍ମିଳିତ ଉଦ୍ୟୋଗ ମଧ୍ୟରେ ଏହା ଅବିଚ୍ଛେଦ୍ୟ ଭାବେ ନିମଜ୍ଜିତ ରହିଆସିଥିଲା। ପ୍ରାଚୀନ ବୈଦିକ ଯୁଗର ଏକତ୍ର ଜୀବନଧାରଣର ମନ୍ତ୍ରତା ମଧ୍ୟରେ ସମବାୟର ପରିପ୍ରକାଶ ଘଟି ତାହାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ମଧୁବାବୁଙ୍କ ଇଂଲଣ୍ଡ ଭ୍ରମଣ ପଥରେ ୧୮୯୭ରେ କୃଷିଭିିତ୍ତିକ ସମବାୟ ବ୍ୟାଙ୍କ ସ୍ଥାପନର ବାସ୍ତବ ପରିକଳ୍ପନା ଅବଶେଷରେ ୧୮୯୮ରେ ରୂପ ନେଇଥିଲା ”କଟକ କୋ-ଅପରେଟିଭ୍‌ ଷ୍ଟୋର’ ଭାବରେ ଏବଂ ମଧୁବାବୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ୧୯୦୩ରେ ବାଙ୍କୀ ତଥା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସମବାୟ କୃଷି ସମିତିମାନ ସ୍ଥାପିତ ହୋଇଥିଲା। ଆଉ ଠିକ୍‌ ଏହାର ଅଳ୍ପ କେଇଟା ଦିନ ପରେ ସମଗ୍ର ଭାରତବର୍ଷକୁ ସମବାୟ ଆନ୍ଦୋଳନର ଉତ୍ତୋଳନ ପାଇଁ ୨୫.୦୩.୧୯୦୪ରେ ଋଣ ସମବାୟ ସମିତି ଆଇନର ପ୍ରଥମ ଭିତ୍ତିିଭୂମି ସୃଷ୍ଟି ହୋଇଥିଲା।
ଆଇନଗତ ଭାବରେ ୧୨୦ ବର୍ଷ ଅତିକ୍ରମ କରିସାରିଛି ଏହି ସମବାୟ ଆନ୍ଦୋଳନ। ୧୨୦ବର୍ଷର ଇତିହାସ ଯେ କୌଣସି ଜାତି ପାଇଁ ଅନେକ କିଛି ସ୍ମରଣୀୟତାର ଚିହ୍ନକୁ ବହନ କରିଥାଏ। ବିଂଶ ଶତାବ୍ଦୀର ଅୟମାରମ୍ଭରେ ଯେଉଁ ଆନ୍ଦୋଳନ ଜମିଦାର ଓ ସାହୁକାରମାନଙ୍କ ଶୋଷଣରୁ ଭାରତର ଗରିବ ଅବହେଳିତମାନଙ୍କୁ ସହାୟ ଯୋଗାଇ ପାରିଥିଲା ସେଦିନର ସେହି ଜନ୍ମିତ ଶିଶୁଟି ଆଜି ଅନେକ କିଛି ସ୍ମୃତିର ବର୍ଣ୍ଣଳ ଶୋଭାକୁ ନେଇ ସମଗ୍ର ବିଶ୍ୱରେ ସୃଷ୍ଟି କରିଛି ଏକ ନୀରବ ଆକର୍ଷଣ। ଊନ୍ନବିଂଶ ଶତାବ୍ଦୀର ଶିଳ୍ପ ବିପ୍ଳବ ପରେ ପରେ ଆର୍ଥିକ ଅନଟନରେ ସାଉଁଟି ହେଉଥିବା ମଣିଷଟି ବଞ୍ଚିବା ପାଇଁ ଯେଉଁ ରାହା ଖୋଜୁଥିଲା ସେଥିରୁ ଜନ୍ମ ନେଇଥିଲା ‘ରକଡେଲ’ର ସମବାୟ। ସମବାୟ ଆନ୍ଦୋଳନ ବହୁ ବିଫଳ ପ୍ରୟାସକୁ ପରାହତ କରି ତା’ର ବିକଶିତ ନିନାଦିତ ଧାରାରେ କେବେବି ପୂର୍ଣ୍ଣଚ୍ଛେଦ ଟାଣିନି।
ଆମତ୍ନିଯୁକ୍ତିର ମାଧ୍ୟମ ରୂପରେ ଏବଂ ବ୍ୟକ୍ତିର ଆର୍ଥିକ ସ୍ବାଧୀନତାକୁ ଏକ ସଫଳ ପଥରେ ରୂପାୟନ କରିବାରେ ସମବାୟ ଆନ୍ଦୋଳନ ଅନେକ କ୍ଷେତ୍ରରେ ତା’ର ସଫଳତାର ଚିହ୍ନକୁ ବହନ କରିସାରିଛି। ପୃଥିବୀର ସର୍ବବୃହତ ଅର୍ଥନୈତିକ ଆନ୍ଦୋଳନ ଭାରତର ସମବାୟ ଆନ୍ଦୋଳନ। ଭାରତର ମୋଟ ସମବାୟ ସମିତି ସଂଖ୍ୟା ୨୪.୧୧.୨୦୦୩ ମସିହା ସୁଦ୍ଧା ୭ ଲକ୍ଷ ୯୪ ହଜାର ୮୬୬, ଯାହାର ସଭ୍ୟ ସଂଖ୍ୟା ୨୯ କୋଟି ୭ ଲକ୍ଷ ୬୦ ହଜାର ୫୩୭ ଏବଂ ୪୦୦୫୪୨.୫ କୋଟି ଟଙ୍କା କାର୍ଯ୍ୟକାରୀ ମୂଳଧନକୁ ନେଇ ଭାରତର ସମବାୟ ଆନ୍ଦୋଳନ ଆଜି ଦଣ୍ଡାୟମାନ। ସମଗ୍ର ଭାରତବର୍ଷରେ ସମବାୟ ଋଣ ଅନୁଷ୍ଠାନଗୁଡ଼ିକ ମୋଟ ଋଣର ପ୍ରାୟ ୫୬.୨୫% କୃଷିଋଣ ଓ ୪୬ ପ୍ରତିଶତରୁ ଊର୍ଦ୍ଧ୍ୱ ରାସାୟନିକ ସାର ବିତରଣ କରୁଛନ୍ତି। ଚିନି ଉପତ୍ାଦନ କ୍ଷେତ୍ରରେ ସମବାୟର ଅବଦାନ ୫୪% ଓ ହସ୍ତତନ୍ତରେ ୭%। ସମବାୟ ଦେଶର ଶତ ପ୍ରତିଶତ ଗ୍ରାମ ଏବଂ ୭୫% ପରିବାର ସହିତ ପରିବ୍ୟାପ୍ତ। ଭାରତର ଅର୍ଥନୈତିକ ଜୀବନ କ୍ଷେତ୍ରରେ ସମବାୟର ଏକ ପ୍ରମୁଖ ଭୂମିକା ରହିଛି। ଦେଶର ଗ୍ରାମାଞ୍ଚଳରେ ଗରିବ ଜନସାଧାରଣଙ୍କ ସାମାଜିକ, ଆର୍ଥିକ ବିକାଶ କ୍ଷେତ୍ରରେ ସମବାୟର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅର୍ଥନୀତିର ପରିବର୍ତ୍ତନ ପରିସ୍ଥିତିରେ ଗ୍ରାମାଞ୍ଚଳର ଅଣକୃଷିକ୍ଷେତ୍ର ଓ କ୍ଷୁଦ୍ର ବ୍ୟବସାୟ କ୍ଷେତ୍ରରେ ପ୍ରଗତି ଆଣିବା ଓ ତିଷ୍ଠି ରହିବା ପାଇଁ ସମବାୟ ବ୍ୟାଙ୍କର ସାହାଯ୍ୟ ଅବିସ୍ମରଣୀୟ।
କୃଷି ଭାରତୀୟ ଅର୍ଥନୀତିର ପ୍ରକୃଷ୍ଟ କ୍ଷେତ୍ର। କୃଷି ଏବଂ ଏହାର ସଂଲଗ୍ନ କ୍ଷେତ୍ର ଜାତୀୟ ମୋଟ ଆୟର ଏକକ ସର୍ବବୃହତ ଅବଦାନ। ଭାରତର ମୋଟ ଘରୋଇ ଆୟର ୧୮%ରୁ ଊର୍ଦ୍ଧ୍ୱ ହେଉଛି କୃଷିର ଅବଦାନ। ନିଯୁକ୍ତି କ୍ଷେତ୍ରରେ କୃଷି ହେଉଛି ସର୍ବବୃହତ୍‌ ଶିଳ୍ପ ଓ ଉପତ୍ାଦିତ ସାମଗ୍ରୀର ବୃହତ୍‌ ଘରୋଇ ବଜାର ହେଉଛି କୃଷିକ୍ଷେତ୍ର। ଏହି କୃଷିକ୍ଷେତ୍ର ଭାରତର ରପ୍ତାନିରେ ୧୫% ସ୍ଥାନ ଗ୍ରହଣ କରିପାରିଛି। ସମବାୟ ସମଗ୍ର ଭାରତବର୍ଷକୁ ଖାଦ୍ୟ ପଦାର୍ଥ ଉପତ୍ାଦନରେ ସ୍ବାବଲମ୍ବୀ କରିବା ସହିତ ସବୁଜ ବିପ୍ଳବ ଓ ଶ୍ୱେତ ବିପ୍ଳବର ସଫଳତା ଆଣିଦେଇଥିଲା। ବାସ୍ତବିକ୍‌ ଭାରତର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ଏହି ସବୁଜ ବିପ୍ଳବକୁ ସାକାର କରିବା ପାଇଁ ଆହ୍ବାନ ଦେଇଛନ୍ତି। ସମବାୟ ଆନ୍ଦୋଳନର ଅବଦାନ ହିଁ ଦେଶକୁ ସ୍ବାବଲମ୍ବୀ କରିବାରେ ସୁନିଶ୍ଚିତ କରିପାରିଛି। ବର୍ତ୍ତମାନ ସମୟରେ ଦେଶର ଉପତ୍ାଦନ ହ୍ରାସ, ଜଳସ୍ତର ନିମ୍ନଗାମୀ ଓ ବର୍ଦ୍ଧିତ କୃଷି ଉପତ୍ାଦନ ଖର୍ଚ୍ଚ ଯୋଗୁ କୃଷକ ମୃତ୍ୟୁବରଣ ଭଳି ସମସ୍ୟା ଦେଖାଦେଇଛି। ଭବିଷ୍ୟତରେ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଦେଶକୁ ଆଉ ଏକ ସବୁଜ ବିପ୍ଳବ ପଥରେ ଅଗ୍ରସର ହେବାକୁ ପଡ଼ିବ। ଏଥିପାଇଁ ଆନ୍ତଃରାଜ୍ୟ ସମବାୟ କୋଠଚାଷ, ବଜାରରୁ ଉପତ୍ାଦନ ସାମଗ୍ରୀର ଏକତ୍ରୀକରଣ ଓ ସଂରକ୍ଷଣ ବର୍ତ୍ତମାନ ସମୟରେ ଏକମାତ୍ର ଆବଶ୍ୟକତା। ଗ୍ରାମୀଣ ଋଣ ସମବାୟ ପଦ୍ଧତିର ସଶକ୍ତୀକରଣ କରିବା ସହିତ ସମବାୟକୁ ଅଣକୃଷି କ୍ଷେତ୍ରରେ ନିୟୋଜିତ କରାଇ ସବୁଜ ବିପ୍ଳବକୁ କୃତକାର୍ଯ୍ୟ କରିବାରେ ସହାୟକ ହେବା ପାଇଁ ସମବାୟକୁ ଦୃଢ଼ କରିବା ଦରକାର। ମହିଳା ଓ ଯୁବ ଶକ୍ତିର ସଶକ୍ତୀକରଣ କ୍ଷେତ୍ରରେ ସମବାୟ ଏକ ନିଚ୍ଛକ ରୂପରେଖକୁ ନିର୍ବାହ କରି ସାମାଜିକ ନ୍ୟାୟ ପ୍ରତିଷ୍ଠା ସହ ଦାରିଦ୍ର୍ୟ ଦୂରୀକରଣ ଓ ନିଯୁକ୍ତି ସୃଷ୍ଟିରେ ଏକ ଶୁଭ ସଂକେତକୁ ବହନ କରୁ। ସମବାୟ ପ୍ରତ୍ୟକ୍ଷ ଭାବରେ ଓ ଆମତ୍ନିଯୁକ୍ତି ସୃଷ୍ଟି କରିବାରେ ନିଜର କାର୍ଯ୍ୟଧାରାକୁ ସଫଳଭାବରେ ବଜାୟ ରଖି ପ୍ରାୟ ୨୫.୯ ମିଲିୟନ ବ୍ୟକ୍ତିବିଶେଷଙ୍କୁ କର୍ମନିଯୁକ୍ତି ଯୋଗାଇ ଦେଇଛି।
ଏହି ପରିସ୍ଥିତିରେ ଓଡ଼ିଶା ସରକାର ସମବାୟ ଆନ୍ଦୋଳନକୁ ତୃଣମୂଳ ସ୍ତରରେ କ୍ରିୟାଶୀଳ କରିବା ପାଇଁ ଏହାର ଗଣତାନ୍ତ୍ରିକ ଅଧିକାରକୁ ସୁଯୋଗ ଦେବା ଦରକାର। କାରଣ ସମବାୟ ହେଉଛି ଏକ ସ୍ବୟଂଶାସିତ ସଂଘ, ଯେଉଁଥିରେ ବ୍ୟକ୍ତିବିଶେଷ ସ୍ବେଚ୍ଛାକୃତ ଭାବେ ଏକିତ୍ରିତ ହୋଇ ସେମାନଙ୍କ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଆବଶ୍ୟକତା ଓ ଯୁଗ୍ମ ଚାହିଦାର ଅଧିକାର ତଥା ଗଣତନ୍ତ୍ର ଭିିତ୍ତିରେ ନିୟନ୍ତ୍ରଣ କରିଥାନ୍ତି। ମାତ୍ର ସମବାୟର ନୀତି, ମୂଲ୍ୟବୋଧ ଏବଂ ସଂଜ୍ଞାକୁ ରାଜ୍ୟ ସରକାର ସମ୍ମାନ ଦେଇ ସମବାୟ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟଧାରା ନିର୍ବାହ କରିବା ପାଇଁ ସଭ୍ୟମାନଙ୍କ ହାତରେ ସ୍ବାଧୀନ ଭାବେ ପରିଚାଳନା ଦାୟିତ୍ୱ ଦେଇ ସମବାୟର ପୁନରୁଦ୍ଧାର ପାଇଁ କାର୍ଯ୍ୟଭାର ନ୍ୟସ୍ତ କରିବା ଆଜି ସମୟର ଆହ୍ବାନ। ଓଡ଼ିଶା ସରକାର ବୈଦ୍ୟନାଥନ୍‌ କମିଟିର ସୁପାରିସକୁ ଗ୍ରହଣ କରି ସମବାୟ ଅନୁଷ୍ଠାନଗୁଡ଼ିକର ଗଣତାନ୍ତ୍ରିକ ଧାରାର କଣ୍ଠରୋଧ କରାଇ ଓଡ଼ିଶାର ସମବାୟ ଆନ୍ଦୋଳନକୁ କାହିଁକି ବର୍ଷ ବର୍ଷ ଧରି ବିକାଶର ଧାରାକୁ ପଛକୁ ଠେଲି ଦେଇଛନ୍ତି ତାହାର ଉତ୍ତର କେବଳ ସେହିମାନଙ୍କ ହାତରେ, ଯେଉଁମାନେ ଅନ୍ଧପୁଟୁଳି ବାନ୍ଧି ଶାସନ ଡୋରିକୁ ନିଜ ହାତରେ ଟାଣି ରଖିଛନ୍ତି। ଜାତିର ସ୍ବାର୍ଥ, ରାଜ୍ୟର ବିକାଶ, ଆମତ୍ନିଯୁକ୍ତି କ୍ଷେତ୍ରର ବଳିଷ୍ଠ ମାଧ୍ୟମ ଏବଂ ବେକାରି ଦୂରୀକରଣର ଯାଦୁକରୀ ମନ୍ତ୍ର ସମବାୟକୁ ଆଉ ଉପେକ୍ଷିତ ନକରି ଦାରିଦ୍ର୍ୟ ଦୂରୀକରଣ ଓ ନିଯୁକ୍ତି ସୃଷ୍ଟିରେ ଏହାର ସଫଳ ପ୍ରୟାସକୁ ପ୍ରତିପାଦିତ କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଏକାନ୍ତ ଆବଶ୍ୟକ। ଏବେବି ଓଡ଼ିଶା ସମବାୟ ଆଇନ ୧୯୬୨ ଅନୁସାରେ ସମବାୟ ଅନୁଷ୍ଠାନଗୁଡ଼ିକ ଚାଷୀ, କୃଷକ ଓ ଖଟିଖିଆ ମଣିଷମାନଙ୍କର ଏକମାତ୍ର ଆଶା ଓ ଭରସାର ଅନୁଷ୍ଠାନ। ତେଣୁକରି ସମବାୟରେ ଦାରିଦ୍ର୍ୟ ଦୂରୀକରଣ ଓ ଆମତ୍ନିଯୁକ୍ତି ସଫଳ ପଥରେ ଆଗେଇ ପାରିଲେ ସମବାୟର ବଳିଷ୍ଠ ଅବଦାନ ଭାରତବର୍ଷର ଶାସନକୁ ତଥା ରାଜ୍ୟ ଶାସନକୁ ସୁଦୃଢ଼ କରିପାରିବ।
ବରିଷ୍ଠ ସମବାୟବିତ୍‌
ମୋ: ୯୦୯୦୩୨୫୮୦୨


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri