ବିଧାନସଭା ନିର୍ବାଚନରେ ମହିଳା ଉପେକ୍ଷିତ

ଯାଜପୁର,୨ା୧୦ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଅଗ୍ରାଧିକାର ମିଳୁନାହିଁ। ଫଳରେ ଗତ ୧୬ଟି ବିଧାନସଭା ନିର୍ବାଚନରେ ଏଯାଏ ମାତ୍ର ୪ ଜଣ ମହିଳା ବିଧାୟିକା ହେବାର ସୁଯୋଗ ଲାଭ କରିଛନ୍ତି। ତେବେ ନିକଟରେ ମହିଳା ସଂରକ୍ଷଣ ବିଲ୍‌ ଆଇନ ହେବା ପରେ ଯାଜପୁର ଜିଲାରେ ମହିଳା ବିଧାୟିକା ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି।
ଯାଜପୁର ଜିଲାର ପ୍ରଥମ ମହିଳା ବିଧାୟିକା ହେବାର ଶ୍ରେୟ ସୁକିନ୍ଦା ରାଣୀ ଆନନ୍ଦମଞ୍ଜରୀ ଦେବୀଙ୍କ ନାମରେ ରହିଛି। ୧୯୬୭ ମସିହା ସାଧାରଣ ନିର୍ବାଚନରେ ଆନନ୍ଦମଞ୍ଜରୀ ଦେବୀ ଓଡ଼ିଶା ଜନକଂଗ୍ରେସରୁ ସୁକିନ୍ଦା ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଥିରେ ସେ ୧୩,୦୦୫ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଏନ୍‌.ସି. ପତି ୪,୨୭୫ ଭୋଟ ପାଇଥିଲେ। ଏହାପରେ ସେ ଜନକଂଗ୍ରେସରୁ ୧୯୭୧ ନିର୍ବାଚନରେ ପ୍ରାର୍ଥୀ ହୋଇ ଉତ୍କଳ କଂଗ୍ରେସର ସନାତନ ଦେଓଙ୍କଠାରୁ ହାରିଯାଇଥିଲେ। ପୁଣି ୧୯୭୭ ସାଧାରଣ ନିର୍ବାଚନରେ ସେ ଜନତା ପାର୍ଟି ଦଳରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ଦ୍ୱିତୀୟ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଉକ୍ତ ନିର୍ବାଚନରେ ରାଣୀ ଆନନ୍ଦମଞ୍ଜରୀ ଦେବୀ ୧୨,୮୫୩ ଭୋଟ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏସ୍‌ୟୁସିଆଇ (ସୋସିଆଲ ୟୁନିଟ୍‌ ସେଣ୍ଟର ଅଫ୍‌ ଇଣ୍ଡିଆ) ପ୍ରାର୍ଥୀ ମାୟାଧର ନାଏକ ୯,୦୩୭ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହାପରେ ଦୀର୍ଘ ୪୬ ବର୍ଷ ହେଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଆଉ କେହି ମହିଳା ଜିତିନାହାନ୍ତି। ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଗୋଟିଏ ପରିବାରରୁ ବାପପୁଅ ନିର୍ବାଚନ ଜିତି ଆସୁଛନ୍ତି। ଜିଲାର ଦ୍ୱିତୀୟ ମହିଳା ବିଧାୟିକା ଭାବରେ ୧୯୯୦ ସାଧାରଣ ନିର୍ବାଚନରେ ଜନତା ଦଳରୁ ପ୍ରମିଳା ମଲ୍ଲିକ ବିଞ୍ଝାରପୁର(ଏସ୍‌ସି) ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୧୯୯୫ ନିର୍ବାଚନରେ ପ୍ରମିଳା ଜନତା ଦଳରୁ ପ୍ରାର୍ଥୀ ହୋଇ କଂଗ୍ରେସର ଅର୍ଜୁନ ଦାସଙ୍କଠାରୁ ପରାଜିତ ହୋଇଥିଲେ। ଏହାପରେ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରମିଳା ବିଜେଡିରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ଚଳିତ ବିଧାନସଭାରେ ସେ ବାଚସ୍ପତି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି। ୨୦୦୪ ନିର୍ବାଚନରେ ତୃତୀୟ ମହିଳା ବିଧାୟିକା ହେବାର ସୌଭାଗ୍ୟ ଲାଭ କରିଥିଲେ ଭାଜପାରୁ ସଞ୍ଚିତା ମହାନ୍ତି। ସେ କୋରେଇ ନିର୍ବାଚନ ମଣ୍ଡଳୀରୁ ଭାଜପାର ପ୍ରାର୍ଥୀ ହୋଇ ୬୭,୮୮୮ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଜନତା ଦଳ(ଏସ୍‌)ରୁ ଅଶୋକ ଦାସ ୪୮,୭୦୯ ଭୋଟ ପାଇ ପରାଜିତ ହୋଇଥିଲେ। ଏହାପରେ ଏହି ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଅଗ୍ରାଧିକାରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୨୦୧୯ରେ ବରୀ ନିର୍ବାଚନ ମଣ୍ଡଳୀରୁ ସୁନନ୍ଦା ଦାସ ଚତୁର୍ଥ ବିଧାୟିକା ହେବାର ସୁଯୋଗ ଲାଭ କରିଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ମାତ୍ର ୪ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ। ଏହାପରେ ଜିଲାର ବିଭିନ୍ନ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ମହିଳା ପ୍ରାର୍ଥୀମାନେ ବିଜୟୀ ହୋଇପାରିନାହାନ୍ତି। ଭାଜପାରୁ ସଞ୍ଚିତା ମହାନ୍ତି, କଂଗ୍ରେସରୁ ହେମଲତା ଖୁଣ୍ଟିଆ, ଭାଜପାରୁ ବବିତା ମଲ୍ଲିକ, କଂଗ୍ରେସରୁ ବନ୍ଦିତା ପରିଡ଼ା ଓ ସ୍ମୃତିରେଖା ପହି ପ୍ରମୁଖ ପରାଜିତ ହୋଇଥିଲେ। ଜିଲାର ସୁକିନ୍ଦା, କୋରେଇ, ବରୀ ଓ ବିଞ୍ଝାରପୁର ଆସନକୁ ବାଦ୍‌ ଦେଲେ ଅନ୍ୟ ୩ ନିର୍ବାଚନ ମଣ୍ଡଳୀରେ ମହିଳାମାନଙ୍କୁ ସୁଯୋଗ ମିଳିନାହିଁ। ଜିଲାର ବିଭିନ୍ନ ଦଳରୁ ଅନେକ ମହିଳା ନେତ୍ରୀ ସଂଗଠନ କରି ନିଜର ପରାକାଷ୍ଠା ଦେଖାଇ ସାରିଛନ୍ତି। କିନ୍ତୁ ପ୍ରମୁଖ ରାଜନୈତିକ ଦଳଗୁଡିକ ପକ୍ଷରୁ ପୁରୁଷ ପ୍ରାର୍ଥୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଶାସକ ବିଜେଡି ବିଞ୍ଝାରପୁର ଓ ବରୀ ଆସନକୁ ବାଦ୍‌ ଦେଲେ ଅନ୍ୟ କୌଣସି ଆସନରେ ମହିଳାଙ୍କୁ ଟିକେଟ ଦେଇନାହିଁ। ସେହିପରି କଂଗ୍ରେସ କୋରେଇକୁ ବାଦ୍‌ ଦେଲେ ଜିଲାର କୌଣସି ଆସନରେ ମହିଳାମାନଙ୍କୁ ଅଗ୍ରାଧିକାର ଦେଉନାହିଁ। ଭାଜପା ପକ୍ଷରୁ ୨ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଥିଲେ ସୁଦ୍ଧା ସେମାନେ ସେତେଟା ସଫଳ ହୋଇ ପାରିନାହାନ୍ତି। ଏଭଳି ସ୍ଥିତିରେ ଆସନ୍ତା ନିର୍ବାଚନରେ ଶାସକ ବିଜେଡି ସମେତ ଭାଜପା ଓ କଂଗ୍ରେସ ମହିଳାମାନଙ୍କୁ ଟିକେଟ ପ୍ରଦାନରେ ନିଶ୍ଚିତ ଭାବେ ଗୁରୁତ୍ୱ ଦେବ ବୋଲି ମହିଳା ନେତ୍ରୀମାନେ ଆଶା ପ୍ରକାଶ କରିଛନ୍ତି।
ଯାଜପୁର ଜିଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ବିଧାନସଭା ନିର୍ବାଚନରେ ଜିଲାର ୨ ଜଣ ମହିଳାଙ୍କୁ ସୁଯୋଗ ଦିଆଯାଉଛି। ଏହାସହ ଲୋକ ସଭା ଆସନ ପାଇଁ ମଧ୍ୟ ଜଣେ ମହିଳାଙ୍କୁ ଟିକେଟ ପ୍ରଦାନ କରାଯାଉଛି। ଏହିକ୍ରମରେ ଆସନ୍ତା ନିର୍ବାଚନରେ ମଧ୍ୟ ୨ ଜଣ ମହିଳାଙ୍କୁ ବିଧାନସଭା ପାଇଁ ସୁଯୋଗ ଦେବାକୁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri