Posted inଫୁରସତ

ଇରାନରେ ବଳି ପଡୁଛନ୍ତି ମହିଳା

ନୂଆଦିଲ୍ଲୀ: ପୁରୁଷ ପ୍ରାଧାନ୍ୟ ଇରାନରେ ‘ଓମେନ କିଲିଂ’ ବା ମହିଳାଙ୍କୁ ହତ୍ୟା ଏକ ସାଧାରଣ କଥା। ଗତ ମାସରେ ୩ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ପରେ ଦେଶର ଚେଇଁ ଶୋଇଥିବା ସଭ୍ୟ ସମାଜର ନିଦ ଭାଙ୍ଗିଛି। ଅଭିଯୁକ୍ତ ରାଜା ଅସରଫୀ ଜଣେ ଆଇନଜୀବୀଙ୍କ ପରାମର୍ଶ କରିବା ପରେ ଜାଣିବାକୁ ପାଇଲେ ଯେ, ଦେଶରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପ୍ରତି ସେଭଳି କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ନାହିଁ। ଏହାପରେ ସେ ନିଜର ୧୪ ବର୍ଷୀୟା ଝିଅକୁ ଅମାନୁଷିକ ଭାବେ ହତ୍ୟା କରିଦେଲେ। ଯୁବତୀଙ୍କ ଭୁଲ କେବଳ ଏହା ଥିଲା ଯେ, ସେ ରାତିରେ ବିଳମ୍ବରେ ଘରକୁ ଫେରିଥିଲେ। ଏହା ଭାତହାଣ୍ଡିରୁ ଗୋଟିଏ ଭଳି ଏକ ଦୃଷ୍ଟାନ୍ତ। ଇରାନରେ ଦୈନିକ ଏପରି ଅନେକ ଘଟଣା ଘଟୁଛି। ହେଲେ କୋହଳ ଆଇନର ଗଳାବାଟ ଦେଇ ଅଭିଯୁକ୍ତମାନେ ଅତି ସହଜରେ ଖସିଯାଉଛନ୍ତି। ଏବେ ଏପରି ଘଟଣାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଲେଣି। କେତେଜଣ ଏମିତି ବି କଟାକ୍ଷ ଆରମ୍ଭ କଲେଣି ‘ଇରାନରେ ପୁରୁଷଙ୍କୁ ହତ୍ୟା କରିବାକୁ ଲାଇସେନ୍ସ ମିଳିଯାଇଛି’।
ଇରାନ ସମାଜରେ ମହିଳାଙ୍କ ସ୍ବାଧୀନତାକୁ ଅତିମାତ୍ରାରେ ସଙ୍କୁଚିତ କରିଦିଆଯାଇଛି। ଏଠାରେ ପ୍ରେମ ବିବାହ, ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ, କୌଣସି କାରଣରୁ ଘରକୁ ବିଳମ୍ବରେ ଫେରିବା, ବାଲ୍ୟ ବିବାହ ଏବଂ ଆରେଞ୍ଜ ମ୍ୟାରେଜ ଉପରେ ପ୍ରଶ୍ନ ଉଠାଇବା ଭଳି ଘଟଣାକୁ ସମ୍ମାନହାନି ବୋଲି ବିଚାର କରାଯାଉଛି। କେବଳ ଏତିକି ନୁହେଁ, ଯଦି କୌଣସି ଯୁବତୀ ବା ମହିଳା ବଳାତ୍କାରର ଶିକାର ହୁଅନ୍ତି ତେବେ ତାଙ୍କୁ ସମବେଦନା ତ ମିଳେନାହିଁ, ଓଲଟା ହତ୍ୟାର ଶିକାର ହେବାକୁ ପଡ଼େ। ପୁରୁଷଙ୍କ କଠୋରପନ୍ଥୀ ନୀତି, ମହିଳାଙ୍କୁ ନେଇ ରହିଥିବା ଭାବନା, ଧାର୍ମିକ କଟକଣା, ଶିକ୍ଷାର ଅଭାବ, କୋହଳ ଆଇନ ହିଁ ‘ଓମେନ କିଲିଂ’କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରୋତ୍ସାହିତ କରୁଥିବା ଜଣାପଡ଼ିଛି।
ଇରାନ ବାର୍‌ କାଉନସିଲ ପକ୍ଷରୁ ମିଳିଥିବା ଏକ ତଥ୍ୟ ଅନୁଯାୟୀ, ଦେଶର ମୋଟ ହତ୍ୟା ମାମଲା ଭିତରୁ କେବଳ ୨୦% ହେଉଛି ଅନରକିଲିଂ। ହତ୍ୟା ମାମଲାକୁ ବିଚାର କଲେ ଏହା ଏକ ବଡ଼ ଭାଗ। କୁର୍ଦ୍ଦିଶ, ଆରବ, ଲୋରୀ, ବଲୁଚୀ, ତୁର୍କୀ ଭାଷାଭାଷୀ ସଂଖ୍ୟାଲଘୁ ଆଦିବାସୀ ସମ୍ପ୍ରଦାୟରେ ଏହା ବେଶି। ସେହିପରି କୁର୍ଦ୍ଦିସ୍ତାନ, ଇଲମ ଭଳି ଅଞ୍ଚଳରେ ସମ୍ମାନ ପାଇଁ ମହିଳାଙ୍କୁ ମାରିଦେବା ମାମୁଲି କଥା। ଏହି ନିୟମରେ ସୁଧାର ଦାବି କରୁଥିବା ସ୍ବେଚ୍ଛାସେବୀଙ୍କ କହିବା କଥା, ଘରୋଇ ହିଂସା ସମ୍ପର୍କିତ ଆଇନରେ ପରିବର୍ତ୍ତନ ଲାଗି ଦୀର୍ଘ ୮ବର୍ଷ ହେଲା ଉଦ୍ୟମ ଚାଲିଛି। ହେଲେ ଆନ୍ତରିକତା ଅଭାବରୁ ଏହା ସେମିତି ଅଟକି ରହିଛି। ଅନରକିଲିଂ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅପରାଧୀଙ୍କୁ ସର୍ବନିମ୍ନ ୩ ଏବଂ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ। ଏପରି ସ୍ପର୍ଶକାତର ଘଟଣାକୁ ନେଇ ଇରାନ ସରକାର କାହିଁକି ଚୁପ୍‌ ବୋଲି ବିଶ୍ୱବ୍ୟାପୀ ପ୍ରତିକ୍ରିୟା ଦେଖାଦେଲାଣି। ଏ ସମ୍ପର୍କରେ ଦେଶର ସର୍ବୋଚ୍ଚ ନେତା ଅଲ୍ଲି ଖମନେଇ ଟୁଇଟରରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏଭଳି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।

ସିଭିଲ କୋଡ୍‌ରେ ବିରୋଧାଭାସ
ଇରାନ ସିଭିଲ କୋଡ୍‌ର ଆର୍ଟିକଲ ୧୦୪୩ ଅନୁଯାୟୀ, କୁମାରୀତ୍ୱ ହରାଇ ନ ଥିବା କୌଣସି ଯୁବତୀଙ୍କୁ ବିବାହ କରିବା ପୂର୍ବରୁ ଘରର ବରିଷ୍ଠଙ୍କ ସହମତି ନେବା ଅନିବାର୍ଯ୍ୟ। ଏହା ନ କଲେ ବାପାଙ୍କୁ ଦଣ୍ଡ ଦେବା ଅଧିକାର ମିଳିଛି। ଆର୍ଟିକଲ ୧୦୪୧ରେ କୁହାଯାଇଛି, ସାବାଳିକା ହେବା ପୂର୍ବରୁ ଅଭିବାବକ ଚାହିଁଲେ ନିଜ ଝିଅର ବିବାହ କରାଇପାରିବେ। ହେଲେ ଏହି ନିଷ୍ପତ୍ତି ସମୁଦାୟଙ୍କ ହିତରେ ଥିବା ଦରକାର। ଧାରା ୧୨୧୦(୧) ଅନୁଯାୟୀ, ଇରାନରେ ଜଣେ ପୁରୁଷଙ୍କ ପାଇଁ ସାବାଳକ ହେବା ବୟସ ସୀମା ୧୫ ରଖାଯାଇଛି। ୨୦୦୨ ଯାଏ ଯୁବତୀଙ୍କ କ୍ଷେତ୍ରରେ ଏହା ୯ ବର୍ଷ ଧାର୍ଯ୍ୟଥିଲା। ୨୦୦୨ରେ ଆଇନରେ ସଂଶୋଧନ ପରେ ଏହା ୧୩ ହୋଇଛି। କେବଳ ଏତିକି ନୁହେଁ, ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ସାମାଜିକ, ସାଂସ୍କୃତିକ, ରାଜନୈତିକ ସମାନତା କଥା କୁହାଯାଇଥିବାବେଳେ ବାସ୍ତବରେ ଏହା ଆକାଶ ପାତାଳ ତଫାତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri