ହାଟଡିହୀ,୨।୧୦(ଶୁଭକାନ୍ତ ନାୟକ): ଭଦ୍ରକ ଜିଲା ବନ୍ତ ବ୍ଲକ ଏବିଡିଓ ଦେବୀ ପ୍ରସାଦ ଜେନା ନିଜ ସ୍ତ୍ରୀଙ୍କୁ କୌଣସି ଏକ ଧାରୁଆ ଅସ୍ତ୍ରରେ ବେକକୁ ହାଣିଦେଇଛନ୍ତି। ଫଳରେ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ପ୍ରଥମେ ଶାଳନିଆଁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରିସ୍ଥିତି ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୌଦାମିନି ଜେନା(୪୨)। ତେବେ ଏବିଡିଓ ଜେନାଙ୍କ ଘର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ଗ୍ରାମର ଅଟେ। ସ୍ଥାନୀୟ ପଡୋଶୀଙ୍କ କହିବା ଅନୁସାରେ, ଘରୋଇ ଅଶାନ୍ତିରୁ ଏବିଡିଓ ତାଙ୍କ ସ୍ତ୍ରୀ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ବେକ ପଛ ପଟକୁ ହାଣିଥିଲେ। ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଏବିଡିଓଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ନାଁରେ ସମ୍ପୃକ୍ତ ବ୍ଲକ୍ତ ବ୍ଲକର ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ସେଠାକାର କର୍ମଚାରୀଙ୍କ ଉଚ୍ଚ ଆଲୋଚନାର ପ୍ରସଙ୍ଗ ସାଜିଥିଲା। ଅଦ୍ୟାବଧି ନନ୍ଦୀପଦା ଥାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ପୋଲିସ ସୁତ୍ରରୁ ଜଣାପଡ଼ିଛି।


