ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ, ୧୪ ଦିନ ହେଲା ସ୍ବାମୀଙ୍କ ଫୋନ କଲ୍‌ ରିସିଭ୍‌ କରି ନ ଥିଲେ

ଭଦ୍ରକ,୩।୩ (ସନାତନ ରାଉତ): ଭଦ୍ରକ ଟାଉନ ଥାନା ଅଧୀନ ଅପର୍ତିବିନ୍ଧା ନିଉକଲୋନୀରେ ଏକ ଭଡ଼ା ଘରର ବନ୍ଦ କୋଠରୀରୁ ଜଣେ ମହିଳାଙ୍କ ମୃତଦେହ ଶନିବାର ଅପରାହ୍ନରେ ପୋଲିସ ଜବତ କରିଛି। ମୃତ ମହିଳା ହେଲେ ତିହିଡ଼ି ଥାନା ଅଧୀନ ଗୋଳାପୋଖରୀ ଗ୍ରାମର ମହେଶ୍ୱର ନାୟକଙ୍କ ସ୍ତ୍ରୀ ମଧୁମିତା।
ସୂଚନା ଅନୁଯାୟୀ, ମହେଶ୍ୱର ମୁମ୍ବାଇରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ମଧୁମିତା ଅପର୍ତିବିନ୍ଧା ନିଉକଲୋନୀରେ ଗତ ୬ ମାସ ଧରି ଭଡ଼ାଘରେ ରହୁଥିଲେ। ଗତ ୧୪ ଦିନ ଧରି ମହେଶ୍ୱର ମଧୁମିତାଙ୍କୁ ଫୋନ କରିଥିବା ବେଳେ ସେ ଉଠାଇ ନ ଥିଲେ। ଏଥିରେ ସନ୍ଦେହ ହେବାରୁ ମହେଶ୍ୱର ଶନିବାର ଭଦ୍ରକରେ ପହଞ୍ଚତ୍ ପୋଲିସକୁ ଖବର ଦେଇଥିଲେ। ଭଦ୍ରକ ଟାଉନ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗିବା ପରେ ମଧୁମିତାଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ମୃତଦେହରୁ ଦୁର୍ଗନ୍ଧ ଆସୁଥିବା ବେଳେ କିଛିଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଦ୍ୱାରା ପୋଲିସ ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତାଙ୍କର ଏକମାତ୍ର ପୁଅ ପୁନେରେ ରହି ପାଠ ପଢ଼ୁଥିବା ବେଳେ ମଧୁମିତା ଭଡ଼ାଘରେ ଏକା ରହୁଥିଲେ। ତେବେ ୧୪ଦିନ ଧରି ସ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇ ନ ଥିବା ବେଳେ ମହେଶ୍ୱର ପଡ଼ୋଶୀ କାହାକୁ ନ ଜଣାଇବା ଘଟଣା ସନ୍ଦେହ ସୃଷ୍ଟି କରିଛି। ଏହା ହତ୍ୟା କି ଆତ୍ମହତ୍ୟା ତଦନ୍ତ ପରେ ଜଣାପଡ଼ିବ ବୋଲି ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

‘ଥ୍ୟାଙ୍କ ୟୁ ପାକିସ୍ତାନ…’, ଭାରତ ସହ ଖେଳିବାକୁ ମନା କଲା ପାକ୍‌, ଖୁସିରେ ନାଚି ଉଠିଲା ବାଂଲାଦେଶ!

ନୂଆଦିଲ୍ଲୀ,୬।୨: ବାଂଲାଦେଶ ଏବଂ ପାକିସ୍ତାନ ଟି-୨୦ ବିଶ୍ୱକପରେ ଭାରତ ବିରୁଦ୍ଧରେ ଚୁପଚାପ ଏକତ୍ରିତ ହୋଇଥିଲେ। ଏହା ଏବେ ସାମ୍ନାକୁ ଆସିଛି। ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ ନଜରୁଲ…

ସ୍କୁଲ ଯାଇ ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ରୀ: ଜଙ୍ଗଲରୁ ମିଳିଲା…

ରାଉରକେଲା,୬।୨(ଦୀନେଶ କୁମାର ମିଶ୍ର): ସୁନ୍ଦରଗଡ଼ ଜିଲା ବିସ୍ରା ଥାନା ଅନ୍ତର୍ଗତ ଜାମ୍ବେର୍ନା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏ ଘଟଣା…

ବରଗଡରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି, ଚାଲିଗଲା ୨ ଯୁବକଙ୍କ ଜୀବନ

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ ହାଟପଦା ସାଇ ମନ୍ଦିର ପାଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ସ୍ଥାନୀୟ କଲେଜ ରୋଡ ବାସିନ୍ଦା ପ୍ରଦୀପ…

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri