ଏବେ ସହଜରେ ଯାତାୟତ ପାଇଁ ଅନଲାଇନ କ୍ୟାବ ମିଳିଯାଉଛି। ନିକଟରେ ଜଣେ ମହିଳା କ୍ୟାବରେ ଯାତ୍ରା କରୁଥିବାବେଳେ ତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ଯାହାପରେ କ୍ୟାବ ଡ୍ରାଇଭର କିଛି ଏପରି କାମ କରିଥିଲେ ଯାହାକୁ ନେଇ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।
Rapido Driver Helps Woman ଘଟଣାଟି ହେଉଛି ଏପରି, ବିକାଶ ନାମକ ଜଣେ ଟ୍ୟାକ୍ସି ଡ୍ରାଇଭର ନିଜ ଉପସ୍ଥିତ ବୁଦ୍ଧି ବଳରେ ଜଣେ ଗର୍ଭବତୀ ମହିଳାଙ୍କ ଜରୁରୀକାଳୀନ ପ୍ରସବରେ ସାହାଯ୍ୟ କରିଛନ୍ତି। ବିକାଶ ତାଙ୍କ ଟ୍ୟାକ୍ସିରେ ମହିଳା ଏବଂ ତାଙ୍କ ସୱାମୀଙ୍କୁ ହସ୍ପିଟାଲ ନେଇ ଯାଉଥିଲେ। ଯାତ୍ରା ସମୟରେ ହଠାତ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାକୁ ଲାଗିଲା। ମହିଳା ଜଣକ କ୍ୟାବ ଭିତରେ ଏତେମାତ୍ରାରେ ଅସ୍ତବ୍ୟସ୍ତ ହୋଇଥିଲେ ଯେ ବିକାଶ ଆଗକୁ ଗାଡି ଚଲାଇ ପାରି ନଥିଲେ।
ତେଣୁ ସେ ରାସ୍ତାପାଶର୍ବରେ ଗାଡି ଅଟକାଇ ନିଜର ବୁଦ୍ଧି ବଳରେ ମହିଳାଙ୍କ ସାଧାରଣ ପ୍ରସବ କରାଇବାକୁ ଚେଷ୍ଟା କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଭର୍ତ୍ତି ଥିବା ମା’ ଓ ଶିଶୁ ଉଭୟ ସୁସ୍ଥ ଥିବା ଜଣାପଡିଛି।


