Posted inଫୁରସତ

ବେକରେ ହିରା ବେଲ୍ଟ ବାନ୍ଧି ଅଡି କାରରେ ବୁଲିଥାଏ ଏହି କୁକୁର

ଘରେ ଗୃହପାଳିତ ପଶୁ ଅବା କୁକୁର ରଖିବାକୁ ଅଧିକାଂଶ ଲୋକ ଭଲ ପାଆନ୍ତି। ଏଥିମଧ୍ୟରୁ ଅଧିକାଂଶ ଘରର ସୁରକ୍ଷା ପାଇଁ କୁକୁର ରଖିଥାନ୍ତି। ବେଳେବେଳେ ଏହି କୁକୁର ଘରର ସଦସ୍ୟ ମଧ୍ୟ ପାଲଟି ଯାଇଥାଏ। ଘରର ସଦସ୍ୟ କୁକୁର ପାଇଁ ଅନେକ ଅର୍ଥ ମଧ୍ୟ ଖର୍ଚ୍ଚ କରିବାକୁ ପଛାଇ ନ ଥାନ୍ତି। ଏହାକୁ ସେମାନେ ନିଜ ପିଲାପରି ଭଲ ପାଇଥାନ୍ତି। ଏମିତି ଏକ କୁକୁର ହେଲା ‘ଫେବିୟୋ’।
ବ୍ରିଟେନର ଓ୍ବେଲ୍ସରେ ରହୁଥିବା ଏଲିସା ଥୋର୍ନେ ନାମକ ମହିଳା ଜୁଲାଇ ୨୦୨୦ରେ ଚାଇନିଜ୍‌ କ୍ରେଷ୍ଟେଡ୍‌ ପପ୍ପି କିଣିଥିଲେ। ଏହାକୁ ସେ ପ୍ରାୟ ୨.୫୦ ଲକ୍ଷ ଟଙ୍କାରେ କିଣିଥିଲେ। ଏହା ଦେଖିବାକୁ ଛୋଟ ଏବଂ ଅତି ସୁନ୍ଦର। ଏହାର ଶରୀର ଅପେକ୍ଷା ମୁଣ୍ଡ ଏବଂ ଲାଞ୍ଜରେ ଅଧିକ କେଶ ରହିଥାଏ। ଏହା ଦେଖିବାକୁ ବହୁତ ଆକର୍ଷଣୀୟ ମଧ୍ୟ। ଏଲିସା ଫେବିୟୋ ଏଲିସାଙ୍କର ଅନ୍ୟ ପିଲାମାନଙ୍କ ପରି ବୋଲି ସେ କୁହନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଫେବିୟୋଙ୍କ ଉପରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଲେଣି। ସୁନ୍ଦର ଚଷମା, ଦାମୀ ପୋଷାକ ପିନ୍ଧୁଥିବା ଏହି କୁକୁର ରାଜାଙ୍କ ପରି ଜୀବନ ବିତାଇଥାନ୍ତି। ଏଲିସା ସବୁ ସମୟରେ ନିଜ କୁକୁର ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏହି ଫଟୋରେ କୁକୁର ବେକରେ ହିରା ବେଲ୍ଟ ପିନ୍ଧିଥିବାର ଦେଖିବାକୁ ମିଳୁଛି। ଫେବିୟୋ ସବୁବେଳେ ଅଡି କାରରେ ବୁଲିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri