ଗର୍ଭଯନ୍ତ୍ରଣା କମ୍‌ କରିବା ପାଇଁ ୫ଘଣ୍ଟା ଧରି ଭଜନ ଗାଇଲେ ମହିଳା, ସ୍ବାମୀ ବଜାଇଲେ ଗିଟାର, ଜନ୍ମ କଲେ ଶିଶୁ

ସିଏଟଲ,୧୬।୧: ମା’ ହେବା ସବୁ ନାରୀ ପାଇଁ ଏକ ସୁନ୍ଦର ଅନୁଭବ। କିନ୍ତୁ ଏହି ସୁଖଦ ମୂହୂର୍ତ୍ତ ପାଇବା ପାଇଁ ନାରୀକୁ ୧୦ମାସ କାଳ ଗର୍ଭ ଯନ୍ତ୍ରଣା ସହିବାକୁ ପଡିଥାଏ। ସର୍ଜରୀ ହେଉ କି ପ୍ରାକୃତିକ ଭାବରେ, ଗର୍ଭାବସ୍ଥା କଷ୍ଟ ସହିବା ନାରୀ ପାଇଁ କଷ୍ଟନାୟକ ହୋଇଥାଏ। ନିକଟରେ ଜଣେ ମହିଳା ଗର୍ଭଯନ୍ତ୍ରଣା କଷ୍ଟ କମ୍‌ କରିବା ପାଇଁ କିଛି ଏପରି କରିଛନ୍ତି ଯାହାଦ୍ୱାରା ତାଙ୍କ ଯନ୍ତ୍ରଣା ଅଧିକାଂଶ ଲାଘବ ହୋଇଛି।
ଆମେରିକାର ଜଣେ ମହିଳା ନିଜ ଗର୍ଭ ଯନ୍ତ୍ରଣା କମ୍‌ କରିବା ପାଇଁ ୫ଘଣ୍ଟା ଯାଏଁ ଭଜନ ଗାଇଛନ୍ତି। ଏହାପରେ ସେ ଏକ ସୁସ୍ଥ ଶିଶୁ ଜନ୍ମ କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି ନା। ହେଲେ ମହିଳାଜଣକ ଭଜନ ଗାଇ ଗାଇ ନିଜ ଗର୍ଭକଷ୍ଟକୁ କମ୍‌ କରିଛନ୍ତି।

ଆମେରିକା ସିଏଟଲର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ୩୧ବର୍ଷିୟ ବିଫେ ହେଲ ଓ ତାଙ୍କ ଗାୟକ ସ୍ବାମୀ ବ୍ୟାଡେନ ଦୁଇ ପିଲାଙ୍କ ଅଭିଭାବକ ହୋଇଛନ୍ତି। ଘଟଣାକୁ ନେଇ ବିଫେ କହିଛନ୍ତି, ଗର୍ଭ ଯନ୍ତ୍ରଣାକୁ ବହୁତ ଭୟ ଲାଗୁଥିଲା ତେଣୁ ପ୍ରାକୃତିକ ଉପାୟରେ ଶିଶୁ ଜନ୍ମ କରିବାକୁ ଚାହୁଁଥିଲି। ଯେତେବେଳେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା, ମୁଁ ଭଜନ ଗାଇବା ଆରମ୍ଭ କରିଦେଲି। ୫ଘଣ୍ଟା ଧରି ମୁଁ ମୋ ପସନ୍ଦର ଭଜନ ଗାଇବା ଆରମ୍ଭ କରିଦେଲି। ଏହି ସମୟରେ ମୋର ସବୁ ଧ୍ୟାନ ଗୀତ ଗାଇବା ଉପରେ ଥିଲା ତେଣୁ ଗର୍ଭକଷ୍ଟ ଅନୁଭବ ହେଲା ନାହିଁ।
ଏହି ସମୟରେ ମୋ ସ୍ବାମୀ ମୋତେ ସାଥ୍‌ ଦେଇଥିଲେ। ସେ ଗୀତରେ ତାଳ ଦେଇ ଗିଟାର୍‌ ବଜେଇବା ଆରମ୍ଭ କରିଦେଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଏସବୁ ଭିତରେ ଡେଲିଭରିବେଳର କଷ୍ଟ ଜଣାପଡିଲା ନାହିଁ। ଗର୍ଭକଷ୍ଟକୁ ବହୁତ କମ୍‌ ଉପଭୋଗ କଲି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri