Posted inଫୁରସତ

ହୋଟେଲରେ ହେୟାର ଡ୍ରାୟର ବ୍ୟବହାର କରିବା ପରେ ମହିଳାଙ୍କ ଆକାଉଣ୍ଟରୁ କଟିଗଲା ୭୮ ହଜାର ଟଙ୍କା, ଜାଣନ୍ତୁ ପୂରା ଘଟଣା …

ମହଙ୍ଗା ପଡିଲା ହେୟାର ଡ୍ରାୟର ବ୍ୟବହାର କରିବା। ହୋଟେଲ ଭିତରେ ହେୟାର ଡ୍ରାୟର ପାଇଁ ଅଷ୍ଟ୍ରେଲିଆର ଜଣେ ମହିଳାଙ୍କୁ ୧୪୦୦ ଅଷ୍ଟ୍ରେଲୀୟ ଡଲାର (ପାଖାପାଖି ୭୮,୧୩୦ହଜାର) ଦେବାକୁ ପଡିଛି। ହଁ, କେଲି ନାମକ ଜଣେ ମହିଳାଙ୍କ ସହ ଏହି ଘଟଣା ଘଟିଛି, ଯିଏ ଅଷ୍ଟ୍ରେଲିଆର ପର୍ଥର ଏକ ହୋଟେଲରେ ରହିଥିଲେ।

ରିପୋର୍ଟ ଅନୁଯାୟୀ, କେଲି ଏକ କନସର୍ଟରେ ଯୋଗଦେବା ପାଇଁ ଗତ ଶନିବାର ପର୍ଥରେ ପହଞ୍ଚିଥିଲେ। ଯେଉଁଠାରେ ସେ ନୋଭୋଟେଲ ପର୍ଥ ଲାଙ୍ଗଲିରେ ରହିବାକୁ ଏକ ରୁମ ବୁକ୍‌ କରିଥିଲେ । କନସର୍ଟରେ ଯୋଗଦେବା ପାଇଁ ପର୍ଥକୁ ଆସିଥିବା ଏହି ମହିଳା ପ୍ରଥମେ ନିଜ ହୋଟେଲ ରୁମରେ ଗାଧୋଇଥିଲେ ଏବଂ କେଶରେ ଡ୍ରାୟର ବ୍ୟବହାର କରିଥିଲେ, ଯେପରି ସମସ୍ତେ ସାଧାରଣତଃ କରନ୍ତି।

ମହିଳା ଜଣଙ୍କ ଡ୍ରାୟର ବ୍ୟବହାର କରିବା ମାତ୍ରେ ଫାୟାର ଆଲାର୍ମ ବାଜିବା ଆରମ୍ଭ କରିଥିଲା ଏବଂ ଶୀଘ୍ର ଅଗ୍ନିଶମ କର୍ମଚାରୀମାନେ ତାଙ୍କ କୋଠରୀରେ ପହଞ୍ଚିଲେ। ହୋଟେଲ ପ୍ରଶାସନ ଦାବି କରିଛି ଯେ, ମହିଳାଙ୍କ ହେୟାର ଡ୍ରାୟର ଯୋଗୁ ଫାୟାର ଆଲାର୍ମ ବାଜିବା ଆରମ୍ଭ କରିଥିଲା। ଏସବୁ ମଧ୍ୟରେ ମହିଳା ଜଣଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ପରଦିନ ହୋଟେଲରୁ ଚେକ ଆଉଟ୍‌ କରିଥିଲେ। କିନ୍ତୁ ତିନି ଦିନ ପରେ ମହିଳା ଜଣଙ୍କ ଜାଣିବାକୁ ପାଇଲେ ଯେ ପ୍ରତି ରାତିରେ ୨୪୦ ଡଲାର ବଦଳରେ ତାଙ୍କ ଆକାଉଣ୍ଟରୁ ୧୪୦୦ ଡଲାର କଟାଯାଇଛି। ଏହା ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ହୋଟେଲକୁ ଏହି ବିଷୟରେ ପଚାରିଥିଲେ। ଯେଉଁଥିରେ ମହିଳାଙ୍କୁ କୁହାଯାଇଥିଲା ଯେ, ମିଥ୍ୟା ଫାୟାର ଆଲାର୍ମ ହେତୁ ତାଙ୍କ ଉପରେ ଏକ ଦଣ୍ଡବିଧାନ କରାଯାଇଛି।

ଅଷ୍ଟ୍ରେଲିଆସ୍ଥିତ ଆଉଟଲେଟ ପର୍ଥ ନାଓ ଅନୁଯାୟୀ, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ବିଭାଗ ମିଥ୍ୟା ଫାୟାର ଆଲାର୍ମ ପାଇଁ ଏକ ଜରିମାନା ଆଦାୟ କରୁଛନ୍ତି, କିନ୍ତୁ ଜରିମାନା ମାତ୍ର ୧୩୩୭ ଡଲାର ଅଟେ। ଏଭଳି ପରିସ୍ଥିତିରେ ହୋଟେଲ କର୍ମଚାରୀ ମହିଳାଙ୍କ ଆକାଉଣ୍ଟରୁ ୬୩ ଡଲାର ଅଧିକ କଟାଇଥିଲେ। ତେବେ ମହିଳା ଜଣଙ୍କ ହୋଟେଲ ବିରୋଧରେ ଲଗାତାର ଅଭିଯୋଗ କରିଥିଲେ। ସେ ଦିନସାରା ହୋଟେଲକୁ ଫୋନ କରି ଇମେଲ ପଠାଇଲେ, ଯାହା ପରେ ଶେଷରେ ସେ ଟଙ୍କା ଫେରସ୍ତ ପାଇଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri