Posted inଫୁରସତ

ପ୍ରଥମ ଦେଖାରେ ଏହି ମହିଳାଙ୍କ ପ୍ରେମରେ ପଡ଼ିଯାଆନ୍ତି ଲୋକେ ! ହେଲେ ଗୋଟିଏ ସତ ଜାଣିବା ପରେ…

କଥାରେ ଅଛି ‘ଫାଷ୍ଟ ଇମ୍ପ୍ରେସନ୍‌ ଇଜ୍‌ ଲାଷ୍ଟ ଇମ୍ପ୍ରେସନ୍‌’। ଅର୍ଥାତ ପ୍ରଥମ ଦେଖାରେ ଯେଉଁ ଭାବନା ମନକୁ ଆସେ ତାହା ସବୁଦିନ ଲାଗି ସମାନ ରହିଥାଏ। ଅନେକ ଥର ଲୋକେ ପ୍ରଥମ ଦେଖାରେ ପ୍ରେମରେ ପଡ଼ିଯାଆନ୍ତି। ଜଣେ ମହିଳାଙ୍କ ସହ ସମାନ ଘଟଣା ଘଟୁଛି। ପ୍ରଥମ ଦେଖାରେ ଲୋକେ ତାଙ୍କ ସୁନ୍ଦରତାରେ ବିମୋହିତ ହେଉଥିବା ବେଳେ ତାଙ୍କ ସହ ଡେଟ୍‌ରେ ଯିବାକୁ ମଧ୍ୟ ବ୍ୟଗ୍ର ହୋଇଯାଆନ୍ତି। ହେଲେ ତାଙ୍କ ସହ ଜଡ଼ିତଏକ ସତ୍ୟ ଜାଣିବା ପରେ କେହି ପୁନର୍ବାର ତାଙ୍କ ନିକଟକୁ ଆସିବାକୁ ଚାହାନ୍ତି ନାହିଁ। ଏମିତି କାହିଁକି ଜାଣନ୍ତୁ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍‌ଟକ୍‌ରେ @princessaprilxo ନାମକ ଜଣେ ବ୍ୟବହାରକାରୀ ଅଛନ୍ତି। ସେ ନିଜ ସହ ଘଟିଥିବା ଘଟଣାକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି, ଯେତେବେଳେ କୌଣସି ପୁରୁଷ ପ୍ରଥମ ଥର ଲାଗି ତାଙ୍କୁ ଭେଟନ୍ତି ସେତେବେଳେ ପ୍ରଶଂସାରେ ଶତମୁଖ ହୋଇଥାନ୍ତି। ଏପରିକି ତାଙ୍କ ସହ ଡେଟ୍‌ରେ ଯିବାଲାଗି କିଛି ବି କରିବାକୁ ପ୍ରସ୍ତୁତ ହୋଇଯାନ୍ତି। ହେଲେ ଯେତେବେଳେ ତାଙ୍କ ବୟସ ବିଷୟରେ ଜାଣନ୍ତି ଦୂରେଇ ଯାଇଥାନ୍ତି।

ମହିଳା କହିଛନ୍ତି ଯେ ତାଙ୍କୁ ଏବେ ୪୪ ବର୍ଷ ହେଲାଣି। ହେଲେ ସେ ୨୫ରୁ ୩୦ ବର୍ଷର ଭଳି ଦେଖାଯାଉଛନ୍ତି। ପ୍ରଥମେ ସେ ନିଜ ବୟସ ବିଷୟରେ କିଛି ବି କହି ନ ଥାନ୍ତି। କାରଣ ତାଙ୍କୁ ଡର ଥାଏ ଯେ ସତ ଜାଣିବା ପରେ ସେମାନେ ତାଙ୍କଠାରୁ ଦୂରେଇ ଯାଇ ପାରନ୍ତି। ସମ୍ପର୍କରେ ସଚ୍ଚୋଟତା, ସତ୍ୟ ଗୁରୁତ୍ୱ ଦିଏ ବୋଲି ପରେ ସେ ନିଜ ବିଷୟରେ ସବୁକିଛି ଜଣାଇଦେଇଥାନ୍ତି। ହେଲେ ପ୍ରତିଥର ତାଙ୍କସହ ସେଭଳି ହିଁ ହୋଇଥାଏ।

ଏନେଇ ମହିଳାଜଣଙ୍କ ଭିଡିଓ କରି ଜଣାଇବା ପରେ ତାହା ଭାଇରାଲ ହେଉଛି। ୮୦ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି। କିଛି ଲୋକ ମହିଳାଙ୍କୁ ବୟସ ନୁହେଁ ହୃଦୟ ଗୁରୁତ୍ୱପୂର୍ଣ୍ଣ କହୁଥିବା ବେଳେ କିଛି ଲୋକ ପରିବାର ବଢ଼ାଇବା ଲାଗି ବୟସ ଗୁରୁତ୍ୱ ବହନ କରେ ବୋଲି କହୁଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri