ମୋହନା,୧।୧୨( ମନ୍ମଥ ମିଶ୍ର ): ବିଲୁଆ କାମୁଡ଼ିବାରୁ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୋମବାର ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡ଼ା ଗାଁର ତାରସିଲା ମାଝୀ(୪୫) ଘର ପାଖ ଖଳାରୁ ଧାନ ଆଣିବା ସମୟରେ ଛକି ରହିଥିବା ଏକ ବିଲୁଆ ତାଙ୍କୁ ଆକ୍ରମଣ କରିଥିଲା। ମହିଳାଙ୍କ ହାତ ଓ ଜଙ୍ଘକୁ କାମୁଡ଼ିବାରୁ ସେ ଚ଼ିତ୍କାର କରିଥିଲେ। ପରିବାର ଲୋକେ ଚ଼ିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରରେ ଗଭୀର ଆଘାତ ଲାଗି ଗୁରୁତର ଥିବାରୁ ଡ଼ାକ୍ତର ରାମକୃଷ୍ଣ ପାତ୍ର ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।


