ଯୁବତୀଙ୍କୁ ବଳାତ୍କାର ପରେ ଛାତରୁ ଠେଲି ହତ୍ୟା, ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର, ପର୍ଦ୍ଦାଫାଶ କଲା ପୋଲିସ

ପାରାଦୀପ,୨୫।୨(ଶରତ ରାଉତ): ପାରାଦୀପ ତାରିଣୀଗଡା ଅଞ୍ଚଳର ବହୁଚର୍ଚ୍ଚିତ ମହିଳା ମୃତ୍ୟୁ ଘଟଣାରେ ପୋଲିସକୁ ଅନେକ ସୂଚନା ମିଳିଛି। ମୃତକାଙ୍କ ପରିଚୟ ମିଳିବା ସହ ବଳାତ୍କାର ପରେ ଛାତରୁ ଠେଲି ହତ୍ୟା କରାଯାଇଛି ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ପାରାଦୀପ ଆଦର୍ଶଥାନା ଅଧିକାରୀ କାବୁଲି ବାରିକ କହିଛନ୍ତି, ମୃତ ଯୁବତୀଙ୍କ ଘର ତିର୍ତ୍ତୋଲ ଥାନା ଅଞ୍ଚଳରେ। ତାଙ୍କୁ ଝାଡ଼ଖଣ୍ଡର ଯୁବକ ଲିଫ୍ଟ ଦେବା ଆଳରେ ପାରାଦୀପ ଆଣିଥିଲେ। ତାରିଣୀଗଡା ସ୍ଥିତ ଭଡାଘରକୁ ନେଇ ବଳାତ୍କାର କରିବା ପରେ ଛାତରୁ ଠେଲି ହତ୍ୟା କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ସେ କହିଛନ୍ତି। ଏହି ଘଟଣାରେ ମୃତ ଯୁବତୀଙ୍କ ପରିବାର ପକ୍ଷରୁ ପାରାଦୀପ ଆଦର୍ଶଥାନାରେ ଅଭିଯୋଗ କରିବା ପରେ ପୋଲିସ ୫୪/୨୬ରେ ମାମଲା ରୁଜୁ କରିଛି। ମୃତଦେହ ଚିହ୍ନଟ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏଥିରେ ସଂପୃକ୍ତ ଅନ୍ୟ ଯୁବକଙ୍କ ବିଷୟରେ ଅଧିକ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ତାରିଣୀଗଡା ସ୍ଥିତ ବ୍ୟାଙ୍କ ପାଖ କଲୋନୀରେ ଶମ୍ଭୁ ଖୁଣ୍ଟିଆଙ୍କ ୪ ମହଲା କୋଠା ତଳେ ସୋମବାର ସକାଳୁ ସଂପୃକ୍ତ ଯୁବତୀଙ୍କ ଉଲଗ୍ନ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ପରେ ପୋଲିସ ପହଞ୍ଚି ତଦନ୍ତ କରିବାରେ ଜଣାପଡିଥିଲା ଛାତରୁ ଖସି ଯୁବତୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ଘରର ଉପର ମହଲାରେ ରହୁଥିବା ୭ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପୋଲିସ କିନ୍ତୁ ଯୁବତୀଙ୍କ ପରିଚୟ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ମିଳୁ ନ ଥିଲା। ସନ୍ଧ୍ୟାରେ ପୋଲିସ ସ୍ବତନ୍ତ୍ର ଏକ୍ସପର୍ଟ ଟିମ ସହିତ ଘରର ଟିକନିଖ ଯାଞ୍ଚ କରିବା ବେଳେ ଝାଡ଼ଖଣ୍ଡ ଯୁବକଙ୍କ ବେଡ ତଳୁ ଯୁବତୀଙ୍କ ଅନ୍ତଃବସ୍ତ୍ର, ପୋଷାକ, ଚପଲ ଆଦି ମିଳିଥିଲା। ସେହି ଘରର ରୋଷେଇ ଘର ତାଜା ଉପରୁ ଯୁବତୀଙ୍କ ମୋବାଇଲ ଉଦ୍ଧାର କରାଯାଇଥିଲା। ସୁଇଚ ବନ୍ଦ ଥିବା ମୋବାଇଲ ଖୋଲିବା ପରେ ଯୁବତୀଙ୍କ ପରିଚୟ ମିଳିଥିଲା।

ଉକ୍ତ ଘରେ ଏକ ଠିକା ସଂସ୍ଥାର ୭ ଜଣ ଯୁବକ ରହୁଥିଲେ। ସେଥିରେ ଝାଡ଼ଖଣ୍ଡର ଯୁବକ ରବିବାର ଅନଗୋଳ ଯାଇଥିଲେ। କାରଣ ସେଠାରେ ତାଙ୍କର ସମ୍ପର୍କୀୟଙ୍କ ବାଇକ ଥିଲା। ସେହି ବାଇକ ଯୋଗେ ପାରାଦୀପ ଫେରୁଥିଲେ। ରବିବାର ସନ୍ଧ୍ୟାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜୟପୁର ଛକରୁ ଯୁବତୀ ଜଣଙ୍କ ଲିଫ୍ଟ ମାଗିଥିଲେ। ତାଙ୍କୁ ବାଇକରେ ଆଣି ରାତି ୧୦ଟାବେଳେ ସେହି ଭଡାଘରକୁ ନେଇଥିଲେ। ସକାଳ ୪ .୧୫ରେ ଯୁବତୀ ତଳକୁ ଖସି ପଡିବାର ଦୃଶ୍ୟ ପଡୋଶୀ ଘର ସିସିଟିଭି ଫୁଟେଜରୁ ଜଣାପଡିଥିଲା।

ସଂପୃକ୍ତ ଯୁବତୀ ଯୁକ୍ତ ୩ ପାସ କରିବା ପରେ କମ୍ପ୍ୟୁଟର ଶିକ୍ଷା ନେଉଥିଲେ। ତାଙ୍କର ଢିଙ୍କିଆ ଅଞ୍ଚଳର ଜଣେ ପୁରୁଷ ବନ୍ଧୁ ସହିତ ସେହି ରବିବାର ଶାରଳା ମନ୍ଦିର ଯାଇଥିଲେ। ସେଠାରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ କୌଣସି କାରଣରୁ ମନାନ୍ତର ହୋଇଥିଲା।ପୁରୁଷ ବନ୍ଧୁ ତାଙ୍କୁ ଜୟପୁର ଛକରେ ଛାଡି ଘରକୁ ପଳାଇଥିଲେ। ସେଠାରେ ଅଟକି ଥିବା ବେଳେ ଅଭିଯୁକ୍ତ ଝାଡ଼ଖଣ୍ଡ ଯୁବକ ବାଇକରେ ଲିଫ୍ଟ ଦେଇ ପାରାଦୀପ ଆଣିଥିଲେ। ସେହିଦିନ ଯୁବକଙ୍କ ପରିବାର ପକ୍ଷରୁ ତିର୍ତ୍ତୋଲ ଥାନାରେ ନିଖୋଜ ଅଭିଯୋଗ ହୋଇଥିଲା।

ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଘଟଣାରେ ଜଣେ କିମ୍ବା ଏକାଧିକ ଲୋକ ସଂପୃକ୍ତ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଏବେବି ଅନେକ ଦିଗ ଉପରେ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ବାରିକ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri