ହାତୀ ଆକ୍ରମଣରେ ମହିଳା ମୃତ

ବାରିପଦା ଅଫିସ,୬।୬: ପୁଣି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲାର ବଡସାହି ଥାନା ଅଧୀନ ଗଜଡିହିରେ। ମଙ୍ଗଳବାର ସକାଳେ ଗଜଡିହି ସଂରକ୍ଷିତ ଜଙ୍ଗଲରେ ମହିଳା ଜଣକ ମହୁଲ ଫୁଲ ସଂଗ୍ରହ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣକ ହେଲେ ବଡସାହି ବ୍ଲକ ଅଧୀନସ୍ଥ ଭରତଚନ୍ଦ୍ରପୁର ଅଞ୍ଚଳର ସୀତା ଟୁଡୁ। ବାରିପଦା ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।