କୋରାପୁଟ,୨।୮(ଅମିତାଭ ବେହେରା) କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ଼ କନ୍ୟାଶ୍ରମ ସମ୍ମୁଖରେ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ଶନିବାର ମଧ୍ୟାହ୍ନରେ ଟ୍ରକ୍ ଓ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଏଥିରେ ବାଇକରେ ଯାଉଥିବା ବାପା ଓ ପୁଅଙ୍କ ଘଟଣାସ୍ତଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇ କୋରାପୁଟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଧକ୍କା ପରେ ବାଇକଟି ଜଳିଯିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତିି ହୋଇଥିବା କୋରାପୁଟ ସଦର ଥାନା ଅଧିକାରୀ ରୁନୁ ମାଝୀ ପ୍ରକାଶ କରିଛନ୍ତି।


