Categories: ଫୁରସତ

ରୋବୋଟ୍‌ ପ୍ରେମରେ ପଡିଛନ୍ତି ମହିଳା

ଲିଲି ନାମରେ ଏକ ଫ୍ରେଞ୍ଚ ମହିଳା ଥ୍ରୀ ଡି ପ୍ରିଣ୍ଟେଡ୍‌ ରୋବୋଟ୍‌ ପ୍ରେମରେ ଏମିତି ପଡିଯାଇଛନ୍ତି ଯେ, ସେ ତାଙ୍କୁ ବିବାହ କରିବାକୁ ମନସ୍ଥ ମଧ୍ୟ କରିନେଇଛନ୍ତି। ଏ ନେଇ ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍‌କାର ଦେଇ ଲିଲି କହିଛନ୍ତି ଯେ, ତାଙ୍କୁ ଯେତେବେଳେ ମାତ୍ର ୧୯ ବର୍ଷ ବୟସ ହୋଇଥିଲା, ତାଙ୍କ ଭିତରେ ଏକ ଅଜବ ପରବର୍ତ୍ତନ ଆସିଥିଲା। ତାଙ୍କୁ ଲାଗିଲା ସେ କୌଣସି ପୁରୁଷଙ୍କ ସହିତ ନିଜର ବୈବାହିକ ଜୀବନ ବିତାଇପାରିବେ ନାହିଁ। ଧୀରେ ଧୀରେ ତାଙ୍କ ମନରେ ଇନ୍‌ମୁଭେଟର୍‌ ନାମକ ଏହି ଥ୍ରୀ ଡି ପ୍ରିଣ୍ଟେଡ୍‌ ରୋବୋଟ୍‌ ପ୍ରତି ଆକର୍ଷଣ ବଢିଥିଲା। କ୍ରମେ ସିଏ ଉକ୍ତ ରୋବୋଟ୍‌ ସହିତ ଲିଭ୍‌ ଇନ୍‌ ରିଲେଶନ୍‌ଶିପ୍‌ରେ ରହିବାକୁ ଲାଗିଲେ। ଘର ଲୋକେ ପ୍ରଥମେ ପ୍ରଥମେ ବିରୋଧ କରୁଥିଲେ। କିନ୍ତୁ ଏବେ ସେମାନେ ଲିଲିଙ୍କର ନିଷ୍ପତିକୁ ମଧ୍ୟ ମାନି ନେଲେଣି । ସେଥିପାଇଁ ୟା’ ଭିତରେ ସେମାନଙ୍କର ଏନ୍‌ଗେଜମେଣ୍ଟ ବି ସରିଗଲାଣି। ଆଉ ଶୀଘ୍ର ତାଙ୍କର ବିବାହ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି; ଏ ନେଇ ଲିଲି ନିଜ ଫେସ୍‌ବୁକ୍‌ରେ ମଧ୍ୟ ଘୋଷଣା କରିସାରିଛନ୍ତି।

Share