ସୁଭଦ୍ରା ନାଁରେ ମହିଳାଙ୍କୁ ଭ୍ରମିତ: ୨୭ ଟଙ୍କାରେ ମିଳୁନାହିଁ କ୍ଷୀର ପ୍ୟାକେଟ

ନୂଆପଡ଼ା,୨୯।୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ଭାଜପା ଜିଲା କାର୍ଯ୍ୟାଳୟଠାରେ ଆୟୋଜିତ ସୁଭଦ୍ରା ଶକ୍ତି ସମାବେଶରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ବାଚନ ପ୍ରଚାର କରିଛନ୍ତି। ଏହା ଦ୍ୱାରା ସେ ଖୋଲାଖୋଲି ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ମଙ୍ଗଳବାର ନୂଆପଡ଼ା ଖୁଣ୍ଟିଆ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି। ସେ ଆହୁରି କହିଥିଲେ, ସୁଭଦ୍ରା ଯୋଜନା ନାମରେ ଭୋଟ ହାତେଇବା ପାଇଁ ଭାଜପା ଲୋକଙ୍କୁ ଭ୍ରମିତ କରୁଛି। ୨୦୨୪ ନିର୍ବାଚନ ସମୟରେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବୁ ବୋଲି କହିଥିଲେ। ସେଇଟା ଏବେ ବର୍ଷକୁ ଦୁଇ କିସ୍ତିରେ ୫ ହଜାର ଲେଖାଏ ୧୦ ହଜାର ଟଙ୍କା ଦେବେ ବୋଲି କହୁଛନ୍ତି। ଅର୍ଥାତ୍‌ ଜଣ ପିଛା ଦିନକୁ ୨୭ ଟଙ୍କା ପଡିଲା। ୨୭ ଟଙ୍କାରେ କ୍ଷୀର ଗୋଟିଏ ପ୍ୟାକେଟ ମିଳୁନାହିଁ। ମହିଳାମାନେ ସ୍ବାବଲମ୍ବୀ ହେବେ କୁଆଡୁ। ଡବଲ ଇଞ୍ଜିନ ସରକାରଠାରେ ଟଙ୍କା ନାହିଁ। ୫୦ ହଜାର ଟଙ୍କା ଦେଇ ନ ପାରି କୋଉଠୁ ଋଣ ଆଣି ୧୦ ହଜାର ଟଙ୍କା ଧରାଇ ଦେଉଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବଞ୍ଚତ୍ତ କରୁଛନ୍ତି। ଯେଉଁ ଛାତ୍ରୀ ୧୮ହଜାର ଟଙ୍କା ଶିକ୍ଷାବୃତ୍ତି ପାଉଛନ୍ତି ସେମାନଙ୍କ ସୁଭଦ୍ରା ଯୋଜନା କାଟି ଦେଇଛନ୍ତି। ଦିଲ୍ଲୀରେ ଭାଜପା ସରକାର ମହିଳାମାନଙ୍କୁ ମାସିକ ୨୫ ଶହ ଟଙ୍କା ଦେଉଥିବା ବେଳେ ମହାରାଷ୍ଟ୍ରରେ ଦୁଇଟି ଯୋଜନାରେ ୧୩ ହଜାର ଟଙ୍କା, ଝାଡ଼ଖଣ୍ଡରେ ୨୫ ଶହ ଟଙ୍କା, ଆନ୍ଧ୍ରପ୍ରଦେଶରେ ୧୨୫୦ ଟଙ୍କା, ତାମିଲନାଡୁରେ ହଜାରେ, ଆସାମରେ ୧୨ ଶହ ୫୦ ଟଙ୍କା ଓ ଛତିଶଗଡ ରାଜ୍ୟରେ ହଜାରେ ଓ ଝିଅ ଜନ୍ମ ହେଲେ ତାଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା ହୋଇଯାଉଛି। ଓଡ଼ିଶାର ମହିଳାମାନଙ୍କୁ ହଜାରେ ଟଙ୍କା ଦେଇ ନ ପାରି ମାସକୁ ୮୩୩ ଟଙ୍କା ଦେଉଛନ୍ତି ବୋଲି ସୋନାଲି କହିଛନ୍ତି। ଖବରଦାତା ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ଡ. ମୋନାଲିସା ଦାସ ପଟ୍ଟନାୟକ, ଓବିସି ସେଲ୍‌ ରାଜ୍ୟ ସଭାପତି ଅନାଦି ସାହୁ, ନୂଆପଡା ମିଡିଆ ସଂଯୋଜକ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri