Posted inଫୁରସତ

ବେଲଣା କାଠି, ଚପଲ, ଝାଡୁରେ ଆଙ୍କିଲେ ଚିତ୍ର, ଭିଡିଓ ଦେଖିଲେ

ଜଣେ ଚିତ୍ରକର କିଛି ଏପରି ଅଦ୍ଭୁତପୂର୍ବ ଚିତ୍ର କରନ୍ତି ଯେ, ଜଣେ ସାଧାରଣ ମଣିଷ ତାକୁ କେବେ ବି କଳ୍ପନା ମଧ୍ୟ କରିପାରିବ ନାହିଁ। କଳ୍ପନା ସାଗରରେ ବୁଡି ଚିତ୍ରକର ଏମିତି କିଛି ଆଙ୍କି ଦିଅନ୍ତି ଯାହାକୁ ବୁଝିବା ଆମ ପକ୍ଷେ କଷ୍ଟକର। ଆମେ ଏପରି ଜଣେ ଚିତ୍ରକରଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ସୃଜନଶୀଳତାକୁ ଆପଣ କେବେ ମାପି ପାରିବେ ନାହିଁ। ସାଧାରଣତଃ ଆପଣ ଜାଣିଥିବେ ଚିତ୍ର କରିବାକୁ ହେଲେ ପେଣ୍ଟ, ବ୍ରସ, କାନସଭାସ, ତୂଳି, ରଙ୍ଗ ଇତ୍ୟାଦି ଦରକାର ପଡିଥାଏ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ମହିଳା ଚିତ୍ରକର ଜଣକ ନିଜ ଘରର ଜିନିଷ ବ୍ୟବହାର କରି ଏକ ଆକର୍ଷଣୀୟ ଚିତ୍ରକଳା ପ୍ରସ୍ତୁତ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ଆପଣ ଦେଖିପାରିବେ ଯେ, ଜଣେ ମହିଳା ଜଣକ କାନ୍ଥକୁ କାନଭାସ ଭାବେ ବ୍ୟବହାର କରି ଚିତ୍ର ଆଙ୍କିବା ଆରମ୍ଭ କରିଛନ୍ତି। ତାଜୁବ କରିଦେବା କଥା କଥା ହେଉଛି ମହିଳା ଏଥିପାଇଁ କୌଣସି ପ୍ରକାରର ପେଣ୍ଟ ବ୍ରଶ ବ୍ୟବହାର କରିନାହାଁନ୍ତି। ବରଂ, ତାଙ୍କର ଚିତ୍ର ପାଇଁ, ସେ ଘରର ଜିନିଷ ବେଲଣା କାଠି ଠାରୁ ଚପଲ ପର୍ଯ୍ୟନ୍ତ ସବୁକିଛି ବ୍ୟବହାର କରିଛନ୍ତି। ଶେଷରେ ସିଂହର ମୁହଁ ତିଆରି କରିଛନ୍ତି। ଆଲେକ୍ସ ନାମକ ଏହି ମହିଳା ଚିତ୍ରକର ତାଙ୍କ ପେଣ୍ଟିଙ୍ଗକୁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଲୋକାଦୃତ ଲାଭ କରିଛି। ୟୁଜର୍ସ ଆଲେକ୍ସଙ୍କ ଟ୍ୟାଲେଣ୍ଟକୁ ଭୁରି ଭୁରି ପସନ୍ଦ କରୁଛନ୍ତି।

 

View this post on Instagram

 

A post shared by Alex (@alex_artiste_peintre)


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri