ମେରୁଟ,୨୯।୬: ଉତ୍ତର ପ୍ରଦେଶର ମେରୁଟରୁ ବ୍ଲାକମେଲିଂର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକ ଜୋରଜବରଦସ୍ତ ବିବାହ କରିବାକୁ ଜିଦ୍ ଧରି ଜଣେ ଯୁବତୀଙ୍କୁ ବିବାହ କରାଇ ଦେଉ ନ ଥିବା ଅଭିଯୋଗ ହୋଇଛି। ଏଥିପାଇଁ ଭୁଲ ଉପାୟରେ ସେ କିଛି ଭିଡିଓ ଏଡିଟ୍ କରି ବ୍ଲାକ୍ମେଲିଂ କରୁଛନ୍ତି। ଶୁକ୍ରବାର ଅଭିଯୁକ୍ତଜଣଙ୍କ ଘରେ ପହଞ୍ଚି ଯୁବତୀଙ୍କୁ ଆକ୍ରମଣ କରିଥିଲେ। ପରେ ଯୁବତୀଙ୍କ ପରିବାର ସଦସ୍ୟ ତାଙ୍କୁ ମାଡ଼ ମାରିଥିଲେ। ଏହାକୁ ନେଇ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।
ମାମଲାଟି ହେଉଛି ଜଣେ ଯୁବକ ମେରୁଟର ବ୍ରହ୍ମପୁରୀର ମାଧବପୁରମରେ ରହୁଥିବା ଜଣେ ଯୁବତୀଙ୍କୁ ହଇରାଣ କରୁଛନ୍ତି। ଶକୁରନଗରର ବାସିନ୍ଦା ଆବିଦ ତାଙ୍କ ପଡ଼ୋଶୀ ଘରକୁ ଆସୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା। କିନ୍ତୁ ଏବେ ଅଭିଯୁକ୍ତ ତାଙ୍କୁ ହଇରାଣ କରୁଛନ୍ତି ଏବଂ ବିବାହ କରିବାକୁ ମଧ୍ୟ ଦେଉନାହାନ୍ତି। ପୂର୍ବରୁ ଅଭିଯୁକ୍ତ ଯୁବତୀଙ୍କୁ ଡାକି ବିବାହ କରିବାକୁ ଚାପ ପକାଉଥିବା ବେଳେ ଏବେ ମଧ୍ୟ ସେଭଳି କରୁଥିବା ଯୁବତୀ କହିଛନ୍ତି।
ଯୁବତୀ ପୋଲିସ ଅଧିକାରୀଙ୍କୁ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କୁ ଧମକ ଦେଉଛନ୍ତି। ଅଭିଯୁକ୍ତ ତିନିଥର ତାଙ୍କ ବିବାହ ଭାଙ୍ଗିୂ ସାରିଛନ୍ତି। କିଛି ଭିଡିଓ ଏଡିଟିଂ କରି ତାଙ୍କୁ ବ୍ଲାକମେଲ କରୁଛନ୍ତି। ଆବିଦ ଯୋଜନା କରି ଏକ ଭିଡିଓ ତିଆରି କରିଥିଲେ ଯାହାକୁ ସେ ଅଶ୍ଳୀଳ କରିବା ପାଇଁ ଏଡିଟିଂ କରିଛନ୍ତି। କେବଳ ଏତିକି ନୁହେଁ, ଅଭିଯୁକ୍ତ ଭିଡିଓକୁ ଭାଇରାଲ କରିବାକୁ ଧମକ ମଧ୍ୟ ଦେଉଛନ୍ତି।
ଯୁବତୀ ଏଥିଲାଗି ପୋଲିସରେ ଅଭିଯୋଗ କରିଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ସେ ଆତ୍ମହତ୍ୟା କରିବେ। ଏହା ବ୍ୟତୀତ ତାଙ୍କର ଅନ୍ୟ କୌଣସି ବିକଳ୍ପ ବାକି ନାହିଁ। ଏସଏସପିଙ୍କ ନିର୍ଦ୍ଦେଶ ପରେ, ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଆବିଦଙ୍କୁ ଗିରଫ କରିବା ପାଇଁ ପୋଲିସ ଚଢାଉ କରୁଛି। ପୋଲିସ କହିଛି ଯେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ।


