ସ୍ବାମୀ ମୃତ୍ୟୁର ୨ଘଣ୍ଟା ପରେ ଜନ୍ମ ହେଲା ଝିଅ

ନାକଟିଦେଉଳ, ୧୦ା୧୧(ବୈକୁଣ୍ଠନାଥ ସାହୁ): ବିଧିର ବିଧାନ ବଡ଼ ବିଚିତ୍ର। ବାଇକ୍‌ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁର ୨ଘଣ୍ଟା ପରେ କନ୍ୟା ସନ୍ତାନ ଜନ୍ମଦେଲେ ସ୍ତ୍ରୀ। ଏପଟେ ଜନ୍ମର କେଇ ଘଣ୍ଟା ପୂର୍ବରୁ ବାପଛେଉଣ୍ଡ ହୋଇଗଲା ନିଷ୍ପାପ ଶିଶୁ। ଆସନ୍ନ ପ୍ରସବା ସ୍ତ୍ରୀଙ୍କୁ ଦେଖି ଫେରିବା ବେଳେ ଘଟିଥିଲା ଦୁର୍ଘଟଣା। ଏହିପରି ଏକ ହୃଦୟବିଦାରକ ପରିସ୍ଥିତି ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ନାକଟିଦେଉଳ ଅଞ୍ଚଳରେ।

ନାକଟିଦେଉଳ ବ୍ଲକ ସାହେବୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଝାରବେଡ଼ା ଗ୍ରାମର ଧରଣୀଧର ଦେହୁରୀଙ୍କ ଝିଅ ସଙ୍ଗୀତା ଦେହୁରୀ(୨୬)ଙ୍କର ୨୦୨୫ଜାନୁୟାରୀ ମାସରେ ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ପିପିଲିକାନୀ ଗ୍ରାମର ମନୋଜ ମାଝୀ(୩୦)ଙ୍କ ସହିତ ବିବାହ ହୋଇଥିଲା। ସଙ୍ଗୀତା ଗର୍ଭବତୀ ହେବା ପରେ ଗତ ପ୍ରାୟ ୩ ମାସ ହେଲା ନିଜ ବାପଘର ଝାରବେଡ଼ା ଗ୍ରାମରେ ମା’ବାପାଙ୍କ ପାଖରେ ରହୁଥିଲେ। ଗତ ୭ ତାରିଖ ରାତିରେ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ସଙ୍ଗୀତାଙ୍କୁ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବରପାଇ ସ୍ବାମୀ ମନୋଜ ଏବଂ ଶାଶୁ ମଞ୍ଜୁ ଶନିବାର ଅପରାହ୍ନରେ ନାକଟିଦେଉଳ ଡାକ୍ତରଖାନା ଆସିଥିଲେ। ଏପରିକି ସ୍ବାମୀ, ଶାଶୁ ଡାକ୍ତରଖାନାରେ ସଙ୍ଗୀତାଙ୍କ ପାଖରେ ରହିଥିଲେ। ରବିବାର ସନ୍ଧ୍ୟାରେ ମା’ପୁଅ ଅର୍ଥାତ୍‌ ମଞ୍ଜୁ ଓ ମନୋଜ ନିଜ ଘର ପିପିଲିକାନୀକୁ ବାଇକ୍‌ରେ ଫେରୁଥିଲେ।

ରେଢ଼ାଖୋଲ ଆଦର୍ଶ ବିଦ୍ୟାଳୟ ଛକରେ ସମ୍ମୁଖ ଦିଗରୁ ଆସୁଥିବା ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଏଥିରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ତେବେ ସବୁଠାରୁ ଦୁଃଖଦ ଘଟଣା ହେଉଛି ସନ୍ଧ୍ୟା ପ୍ରାୟ ୭ଟା ବେଳେ ସ୍ବାମୀ ମନୋଜଙ୍କର ମୃତ୍ୟୁ ଘଟିଥିବା ବେଳେ ନାକଟିଦେଉଳ ଡାକ୍ତରଖାନାରେ ସଙ୍ଗୀତା ରାତ୍ର ପ୍ରାୟ ସାଢ଼େ ୯ଟାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ମା’ ଗର୍ଭରୁ ଭୂମିଷ୍ଠ ହେବାର ପ୍ରାୟ ଅଢେଇ ଘଣ୍ଟା ପୂର୍ବରୁ ଜଣେ ନିଷ୍ପାପ ଶିଶୁ ବାପଛେଉଣ୍ଡ ହୋଇଯାଇଥିଲେ। ଏହି ଘଟଣା ଉଭୟ ପରିବାରକୁ ମର୍ମାହତ କରିଛି ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଯୁଦ୍ଧ ବନ୍ଦ କରିବାର ସର୍ତ୍ତ ଶୁଣାଇଲେ ଇରାନ ରାଷ୍ଟ୍ରପତି, ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କଲ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ଯୁଦ୍ଧ ଆରମ୍ଭ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ? ପରମାଣୁ ଆଟାକ୍‌ ନେଇ ଆମେରିକା-ଇସ୍ରାଏଲକୁ ଖୋଲା ଧମକ ଦେଲେ ପୁଟିନ୍‌!

ମସ୍କୋ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ ନେଇଛି। ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୟୁରାନିୟମ ସମୃଦ୍ଧି କେନ୍ଦ୍ର ନାଟାଞ୍ଜ ଉପରେ ଏକ ଭୟଙ୍କର…

‘ଇରାନକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି’, ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବୟାନକୁ ନେଇ ସାରା ବିଶ୍ୱ ଥରହର

ନୂଆଦିଲ୍ଲୀ,୨୨।୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଇରାନ ସମ୍ପର୍କରେ ଏକ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri