ସ୍ବାମୀ ମୃତ୍ୟୁର ୨ଘଣ୍ଟା ପରେ ଜନ୍ମ ହେଲା ଝିଅ

ନାକଟିଦେଉଳ, ୧୦ା୧୧(ବୈକୁଣ୍ଠନାଥ ସାହୁ): ବିଧିର ବିଧାନ ବଡ଼ ବିଚିତ୍ର। ବାଇକ୍‌ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁର ୨ଘଣ୍ଟା ପରେ କନ୍ୟା ସନ୍ତାନ ଜନ୍ମଦେଲେ ସ୍ତ୍ରୀ। ଏପଟେ ଜନ୍ମର କେଇ ଘଣ୍ଟା ପୂର୍ବରୁ ବାପଛେଉଣ୍ଡ ହୋଇଗଲା ନିଷ୍ପାପ ଶିଶୁ। ଆସନ୍ନ ପ୍ରସବା ସ୍ତ୍ରୀଙ୍କୁ ଦେଖି ଫେରିବା ବେଳେ ଘଟିଥିଲା ଦୁର୍ଘଟଣା। ଏହିପରି ଏକ ହୃଦୟବିଦାରକ ପରିସ୍ଥିତି ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ନାକଟିଦେଉଳ ଅଞ୍ଚଳରେ।

ନାକଟିଦେଉଳ ବ୍ଲକ ସାହେବୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଝାରବେଡ଼ା ଗ୍ରାମର ଧରଣୀଧର ଦେହୁରୀଙ୍କ ଝିଅ ସଙ୍ଗୀତା ଦେହୁରୀ(୨୬)ଙ୍କର ୨୦୨୫ଜାନୁୟାରୀ ମାସରେ ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ପିପିଲିକାନୀ ଗ୍ରାମର ମନୋଜ ମାଝୀ(୩୦)ଙ୍କ ସହିତ ବିବାହ ହୋଇଥିଲା। ସଙ୍ଗୀତା ଗର୍ଭବତୀ ହେବା ପରେ ଗତ ପ୍ରାୟ ୩ ମାସ ହେଲା ନିଜ ବାପଘର ଝାରବେଡ଼ା ଗ୍ରାମରେ ମା’ବାପାଙ୍କ ପାଖରେ ରହୁଥିଲେ। ଗତ ୭ ତାରିଖ ରାତିରେ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ସଙ୍ଗୀତାଙ୍କୁ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବରପାଇ ସ୍ବାମୀ ମନୋଜ ଏବଂ ଶାଶୁ ମଞ୍ଜୁ ଶନିବାର ଅପରାହ୍ନରେ ନାକଟିଦେଉଳ ଡାକ୍ତରଖାନା ଆସିଥିଲେ। ଏପରିକି ସ୍ବାମୀ, ଶାଶୁ ଡାକ୍ତରଖାନାରେ ସଙ୍ଗୀତାଙ୍କ ପାଖରେ ରହିଥିଲେ। ରବିବାର ସନ୍ଧ୍ୟାରେ ମା’ପୁଅ ଅର୍ଥାତ୍‌ ମଞ୍ଜୁ ଓ ମନୋଜ ନିଜ ଘର ପିପିଲିକାନୀକୁ ବାଇକ୍‌ରେ ଫେରୁଥିଲେ।

ରେଢ଼ାଖୋଲ ଆଦର୍ଶ ବିଦ୍ୟାଳୟ ଛକରେ ସମ୍ମୁଖ ଦିଗରୁ ଆସୁଥିବା ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଏଥିରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ତେବେ ସବୁଠାରୁ ଦୁଃଖଦ ଘଟଣା ହେଉଛି ସନ୍ଧ୍ୟା ପ୍ରାୟ ୭ଟା ବେଳେ ସ୍ବାମୀ ମନୋଜଙ୍କର ମୃତ୍ୟୁ ଘଟିଥିବା ବେଳେ ନାକଟିଦେଉଳ ଡାକ୍ତରଖାନାରେ ସଙ୍ଗୀତା ରାତ୍ର ପ୍ରାୟ ସାଢ଼େ ୯ଟାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ମା’ ଗର୍ଭରୁ ଭୂମିଷ୍ଠ ହେବାର ପ୍ରାୟ ଅଢେଇ ଘଣ୍ଟା ପୂର୍ବରୁ ଜଣେ ନିଷ୍ପାପ ଶିଶୁ ବାପଛେଉଣ୍ଡ ହୋଇଯାଇଥିଲେ। ଏହି ଘଟଣା ଉଭୟ ପରିବାରକୁ ମର୍ମାହତ କରିଛି ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri