ନାଳପାଣିରେ ଭାସି ମହିଳା ମୃତ

ପାଟଣା,୨୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମଲାରପଦା ଗ୍ରାମ ନାଳରେ ଶୁକ୍ରବାର ଜଣେ ମହିଳା ଗାଧୋଇବାକୁ ଯାଇ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ଜଣକ ହେଲେ ମଲାରପଦା ଗ୍ରାମର ଶ୍ରୀକାନ୍ତ ସେଠୀଙ୍କ ସ୍ତ୍ରୀ ନଳିନୀ(୫୫)।

ସୂଚନାନୁଯାୟୀ, ଶୁକ୍ରବାର ନାଳକୁ ଗାଧୋଇବାକୁ ଯାଇଥିବା ସମୟରେ ହଠାତ ଉପର ମୁଣ୍ଡରେ ବଢ଼ିପାଣି ଆସିଯିବାରୁ ସେ ତଳକୁ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ଆହରପଡ଼ା ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ମହିଳାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।