ମୃତ୍ୟୁ ପରେ ଅଙ୍ଗଦାନ କରିବାକୁ ପଞ୍ଜୀକରଣ କଲେ ମହିଳା ଚାଷୀ

କର୍ଲାମୁଣ୍ଡା,୧୫ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧଅଁରାଖମନ ଗାଁର ସଫଳ ମହିଳା ଜୈବିକ ଚାଷୀ ଫାଲ୍‌ଗୁନି ଭୋଇ ( ୪୦) ଶରୀରର ଅଙ୍ଗଗୁଡ଼ିକ ଦାନ କରିବାକୁ ଇଚ୍ଛା ପ୍ରକାଶ କରି ଆବେଦନ କରିବା ପରେ ଇଚ୍ଛାକୃତ ଅଙ୍ଗଦନ ପାଇଁ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। ସେ ତାଙ୍କର ମୃତ୍ୟୁ ପରେ ତାଙ୍କ ଶରୀରର ଯକୃତ, ବୃକକ୍‌, ହୃତପିଣ୍ଡ, ଫୁସ୍‌ଫୁସ୍‌, ଖାଦ୍ୟନଳୀ, ପାଚନଗ୍ରନ୍ଥି ଓ ଦୁଇଟି ଆଖି ଦାନ କରିବାକୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିଶ୍ରୁତି ପ୍ରମାଣପତ୍ର ପାଇଥିବା ସେ କହିଛନ୍ତି। ତାଙ୍କର ଏହି ମହତ ଉଦ୍ଦେଶ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଥିବାବେଳେ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ସୃଷ୍ଟି କରିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ପୂର୍ବରୁ ତାଙ୍କ ସ୍ବାମୀ ଜୈବିକ ଚାଷୀ ବଳଦେବ ଭୋଇ ମଧ୍ୟ ଅଙ୍ଗଦାନ ପାଇଁ ପଞ୍ଜୀକୃତ ହୋଇଛନ୍ତ। ସେ ଜଣେ ସଫଳ ଜୈବିକ ମହିଳା ଚାଷୀ ଭାବେ ଏ ଅଞ୍ଚଳରେ ବେଶ୍‌ ସୁନାମ ଅର୍ଜନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ସଙ୍କଟ ଜାହାଜ ଚଳାଚଳ ମାର୍ଗରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି; ନୂତନ କେନ୍ଦ୍ର ଭାବରେ ଉଭା ହୋଇଛି ଆଫ୍ରିକା

ତେହରାନ,୨।୫: ପଶ୍ଚିମ ଏସିଆରେ ବଢୁଥିବା ସଙ୍କଟ ମଧ୍ୟରେ, ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଏବଂ ଲାଲ…

ମମତା କହିଲେ ପାର କରିବୁ ୨୦୦, କର୍ମୀଙ୍କୁ ଦେଲେ ବଡ଼ ମନ୍ତ୍ର

କୋଲକାତା,୨।୫: ଯଦିଓ ଏକଜିଟ ପୋଲଗୁଡ଼ିକ ବଙ୍ଗଳାରେ ଭାଜପା ବିଜୟର ପୂର୍ବାନୁମାନ କରୁଛନ୍ତି, ତଥାପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନୋବଳ ଅତୁଟ ରହିଛି। ଭୋଟ ଗଣତି ପୂର୍ବରୁ, ମମତା…

ଗଞ୍ଜାମରେ ୪୨୯୧୮ ଛାତ୍ରୀଛାତ୍ର ମାଟ୍ରିକ୍‌ ପାସ୍‌, ୨୯୫ ବିଦ୍ୟାଳୟର ରେଜଲ୍ଟ ଶତପ୍ରତିଶତ

ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ଶନିବାର ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏଥିରେ ଗଞ୍ଜାମ ଜିଲାର ୯୮.୨୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ଜିଲାର ୬୩୮ଟି ବିଦ୍ୟାଳୟର ୪୪୨୦୬ ଛାତ୍ରୀଛାତ୍ର…

ତାମିଲନାଡୁରେ ୧୮୦-୨୦୦ ଆସନ ଜିତିବ TVK! AIADMK ସହିତ ମେଣ୍ଟକୁ କରୁଛି ଅସ୍ବୀକାର

ଚେନ୍ନାଇ, ୨।୫: ତାମିଲନାଡୁ, କେରଳ, ପୁଡୁଚେରୀ, ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ୪ ମଇରେ ଘୋଷଣା ହେବାକୁ ଯାଉଛି। ସମସ୍ତ ପାଞ୍ଚଟି ରାଜ୍ୟର…

ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ, ତୁରନ୍ତ ଜାଣିବା ପାଇଁ ଏମିତି କରନ୍ତୁ ଚେକ୍‌…

କଟକ,୨ା୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ବୋର୍ଡ କାର୍ଯ୍ୟାଳୟରେ…

ପଶ୍ଚିମବଙ୍ଗର ୧୫ଟି ପୋଲିଂ ବୁଥରେ ସଂଘର୍ଷ, ଟିଏମସି-ଭାଜପା କର୍ମୀ ମୁହାଁମୁହିଁ

କୋଲକାତା,୨।୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ, ଦକ୍ଷିଣ ୨୪ ପରଗନା ଜିଲାର ଫାଲଟା ଅଞ୍ଚଳରୁ ସଂଘର୍ଷର ରିପୋର୍ଟ ଆସିଛି। ସ୍ଥାନୀୟ ଲୋକ ଏବଂ ସୁରକ୍ଷା ବାହିନୀ…

ଲୋକକଳାର ବିକାଶ ଲାଗି ଜିଲାପାଳଙ୍କ ଗୁରୁତ୍ୱ, କଳାକୁ ବଜାୟ ରଖିଥିବାରୁ ପ୍ରେମଲତାଙ୍କୁ…

ପୁରୁଷୋତ୍ତମପୁର,୨ା୫(ସବିତା ମିଶ୍ର): ଲୋକକଳାର ବିକାଶ ଲାଗି ଆଗେଇ ଆସିଛନ୍ତି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନ। ଲୋପ ପାଇବାକୁ ବସିଥିବା ଲୋକକଳା ଓ ପଲ୍ଲୀନୃତ୍ୟକୁ କିପରି ପୁଣିଥରେ ଉଦ୍‌ଜୀବିତ…

ଭାଜପା ଛାଡିବେ ବ୍ରିଜଭୂଷଣ ଶରଣ ସିଂହ? ପୂରା ପ୍ଲାନ କହିଲେ ପୁଅ ପ୍ରତୀକ

ନୂଆଦିଲ୍ଲୀ,୨।୫: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, କିନ୍ତୁ ରାଜନୈତିକ ଉଷ୍ମତା ତୀବ୍ର ହେବା ଆରମ୍ଭ ହୋଇସାରିଛି। ଏହା ମଧ୍ୟରେ, ଭାରତୀୟ ଜନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri