ମୃତ୍ୟୁରେ ସର୍ବାଙ୍ଗ ଶରୀର ଦାନ କରିବେ ମହିଳା ଚାଷୀ ରାମବାଇ , ଚୁକ୍ତିପତ୍ରରେ କଲେ ସ୍ବାକ୍ଷର

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ ବ୍ଲକ ଅନ୍ତର୍ଗତ ଜମୁର୍ଡା ଗ୍ରାମର ଚର୍ଚ୍ଚିତ ମହିଳା ଚାଷୀ ରାମବାଇ ଦାସ ଏବେ ପୁଣି ଚର୍ଚ୍ଚାରେ । ମୃତ୍ୟୁ ପରେ ସର୍ବାଙ୍ଗ ଶରୀର ଦାନ ପାଇଁ ସେ ଚୁକ୍ତିପତ୍ରରେ ସ୍ବାକ୍ଷର କରିଛନ୍ତି।

ଏକଦା ମହିଳା ଚାଷୀ ଭାବେ ପ୍ରଧାନମନ୍ତ୍ରୀଙ୍କଠାରୁ ଦିଲ୍ଲୀରେ ସମ୍ମାନିତ ହୋଇଥିଲେ ରାମବାଇ । ଗରିବ ପରିବାରରେ ଜନ୍ମ ହୋଇଥିବା ରାମବାଇ ପିଲା ଦିନରୁ ସଂଘର୍ଷମୟ ଜୀବନ ଯାପନ କରିଥିଲେ । ତାଙ୍କ ବୈବାହିକ ଜୀବନ ମଧ୍ୟ ଥିଲା ଦୁଃଖମୟ । ସ୍ବାମୀଙ୍କୁ ଖୁବ କମ ବୟସରେ ହରାଇଥିଲେ ରାମବାଇ। ରାମବାଇଙ୍କ ଉପରେ ଏକ ମାତ୍ର ଝିଅ ଓ ବୁଢ଼ୀ ମାଆ ସହିତ ପରିବାର ପୋଷଣର ଦାୟିତ୍ୱ ନ୍ୟସ୍ତ l ନିଜସୱ କିଛି ସମ୍ପତ୍ତି ନଥିବାରୁ ଅନ୍ୟମାନଙ୍କ ଜମିରେ ଭାଗ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି।

ସମାଜ ପାଇଁ କିଛି କରିବାର ନିଶା ସବୁବେଳେ ରାମବାଇଙ୍କୁ ବିଚଳିତ କରିବା ସହ ଜୁହାର ପରିବାର, ସମ୍ବଲପୁରର ସଂଯୋଜକ ପ୍ରଫୁଲ୍ଲ କୁମାର ଦାଶଙ୍କ ପରିବାରର ୫ଜଣ ସଦସ୍ୟା, ସଦସ୍ୟ ସର୍ବାଙ୍ଗ ଦାନ କରିବା ତାଙ୍କୁ ପ୍ରେରଣା ଦେଇଥିଲା। ମୃତ୍ୟୁ ପରେ ନିଜର ସର୍ବାଙ୍ଗ ଦାନ ପାଇଁ ବରଗଡ଼ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ସହିତ ଯୋଗାଯୋଗ କରନ୍ତି ରାମବାଇ ଦାସ । ସର୍ବାଙ୍ଗ ଦାନ ପାଇଁ ଆବଶ୍ୟକ ଚୁକ୍ତିପତ୍ରକୁ ନିଷ୍ଠା ପରିବାର ଦାରା ପ୍ରସ୍ତୁତ ପରେ ସ୍ବାକ୍ଷର କରିବା ସହ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୂର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ANATOMY)କୁ ନିଷ୍ଠା ପରିବାରର ମହିଳା ଶାଖା ର ସଂଯୋଜିକା ତ୍ରିପୁରା ସୂହୁଲା ଓ ସକ୍ରୀୟ ସଦସ୍ୟା ସୁତପା ଗଡତିଆଙ୍କ ସହ ଯାଇ ନିଜର ଚୁକ୍ତିପତ୍ରକୁ ପ୍ରଦାନ କରିଛନ୍ତି ରାମବାଇ।

ମୃତ୍ୟୁ ପରେ ଶରୀର ପୋଡ଼ି ପାଉଁଶ ହୋଇ ଯିବା ଅପେକ୍ଷା ତାଙ୍କ ଆଖିରେ ଦୁଇ ଜଣ ଏ ରଙ୍ଗୀନ ଦୁନିଆ ଦେଖି ପାରିବେ, ତା’ ସହିତ ମେଡିକାଲ ଛାତ୍ରୀଛାତ୍ରମାନେ ତାଙ୍କ ଶରୀରରେ ପାଠ ପଢି ପାରିବେ ବୋଲି ସେ ଆଶା ରଖିଛନ୍ତି । ସେଥିପାଇଁ ସେ ବହୁତ ଖୁସି ଅନୁଭବ କରିବା ସହ ଏଭଳି ମହତ କାମରେ ତାଙ୍କୁ ସହଯୋଗ କରିଥିବାରୁ ସେ ନିଷ୍ଠା ପରିବାରକୁ ବହୁତ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଭଳି ମହତ ଚିନ୍ତା ଥିବା ମହିଳା ଚାଷୀ ରାମବାଇ ଦାସ ଏକ ବଡ ଉଦାହରଣ ସୃଷ୍ଟି କରିବା ସହ ଅନେକଙ୍କ ପାଇଁ ପ୍ରେରଣା ଯୋଗାଇଛନ୍ତି ବୋଲି ନିଷ୍ଠା ପରିବାରର ଉପଦେଷ୍ଟା ସଚି ପଣ୍ଡା ଓ ଅଶ୍ୱିନୀ ତ୍ରିପାଠୀ ଭୂୟସୀ ପ୍ରଶଂସା କରିବା ସହ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri