Posted inଫୁରସତ

ମାଇନସ୍‌ ୧୬ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ସୈନିକଙ୍କ ସହ ପୁଶ୍‌ଅପ୍‌ କଲେ ମହିଳା, ଭିଡିଓ ଦେଖିଲେ…

ସୈନିକମାନଙ୍କର କାର୍ଯ୍ୟ କେତେ ଯେ, କଷ୍ଟସାଧ୍ୟ ତାହା ଆପଣ ନିଶ୍ଚିତ ଭାବରେ ଅନୁଭବ କରିପାରୁଥିବେ। ଉତ୍ତର ଭାରତର ଲୋକମାନେ ଶୀତଦିନେ ନିଜକୁ କମ୍ବଳ ଭିତରେ ରଖୁଥିବା ବେଳେ ସୈନିକମାନେ ବରଫର ମୋଟା ଚାଦର ମଧ୍ୟରେ ଦେଶକୁ ଜଗିଥାନ୍ତି। ଏପରି ପରିସ୍ଥିତିରେ ସେମାନେ ନିଜକୁ ଫିଟ୍‌ ଏବଂ ହିଟ୍‌ ରଖିବାକୁ ବାୟାମ କରିଥାନ୍ତି। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ଏକ ସ୍ବତନ୍ତ୍ର ଭିଡିଓ। କାରଣ ଏଥିରେ ଜଣେ ମହିଳା ସୈନିକ ପୁଶ୍‌ଅପ୍‌ କରୁଥିବାର ଦେଖିବାକୁ ମିଳିଛି।

ଇନ୍‌ଷ୍ଟାଗ୍ରାମ ୟୁଜର ନେହା ବାଙ୍ଗିଆ ଜଣେ ଫିଟନେସ୍‌ କୋଚ୍‌। ଯିଏ ସୋସିଆଲ ମିଡିଆରେ ଯୋଗ ଏବଂ ବ୍ୟାୟାମ କରୁଥିବା ଭିଡିଓ ପୋଷ୍ଟ କରନ୍ତି। ସମ୍ପ୍ରତି ସେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ବରଫର ଘନ ଚାଦର ଏବଂ ଅତ୍ୟଧିକ ଥଣ୍ଡା ତାପମାତ୍ରା ମଧ୍ୟରେ ପୁଶ୍‌ଅପ୍‌ କରୁଥିବା ଦେଖାଯାଉଛି। ଜଣେ ସେନା ଲୋକ ମଧ୍ୟ ସେମାନଙ୍କ ସହିତ ପୁଶ୍‌ଅପ୍‌ କରୁଛନ୍ତି।

ମହିଳା ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ମାଇନସ୍‌ ୧୬ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ପୁଶ୍‌ଅପ୍‌ କରିବା ମୋ ପାଇଁ ଏକ ଚ୍ୟାଲେଞ୍ଜ ଅଟେ। ଏପରି ଶୀତରେ ବଞ୍ଚିବା ଆମ ପାଇଁ ଏତେ କଷ୍ଟସାଧ୍ୟ, କିନ୍ତୁ ସୈନିକମାନେ ବର୍ଷସାରା ସେଠାରେ ଖୁସିରେ ରୁହନ୍ତି। ମୁଁ ନିଜ ପାଇଁ ଏକ ପୁଶ୍‌ଅପ୍‌ ଭିଡିଓ ପ୍ରସ୍ତୁତ କରୁଥିଲି ଯେତେବେଳେ ମୋ ପଛରେ ଠିଆ ହୋଇଥିବା ଜଣେ ସୈନିକ ଭାଇ ମୋତେ କହିଥିଲେ, ଆମେ ଏଠାରେ କୌଣସି ଝିଅ ପୁଶ୍‌ଅପ୍‌ କରୁଥିବାର ଦେଖିନାହୁଁ। ଆମେ ପ୍ରତିଦିନ ବ୍ୟାୟାମ କରୁ କାରଣ ଶୀତରୁ ରକ୍ଷା ପାଇବା ପାଇଁ ଏହା ସର୍ବୋତ୍ତମ ଉପାୟ। ଏହା ପରେ ଆଉ ଜଣେ ସୈନିକ ଭାଇ ମୋ’ ସହିତ ପୁଶ୍‌ଅପ୍‌ କରିବାକୁ ଆସିଥିଲେ। ମୁଁ ପ୍ରାୟ ୧୫ ଟି ପୁଶ୍‌ଅପ୍‌ କରିସାରିଛି। କିନ୍ତୁ ମୁଁ ସେମାନଙ୍କୁ କିପରି ମନା କରିପାରିବି? ମୋ’ ହାତ ଥଣ୍ଡା ହୋଇଗଲା ଏବଂ ମୁଁ ବନ୍ଦ କରିବାକୁ ଲାଗିଲି। କିନ୍ତୁ ତାଙ୍କ ସହ ପୁଶ୍‌ଅପ୍‌ କରିବା ମୋ ପାଇଁ ଗର୍ବର ବିଷୟ।

ଭାଇରାଲ ଭିଡିଓରେ ସେ ବରଫ ମଝିରେ ପୁଶ୍‌ଅପ୍‌ କରୁଥିବା ନଜର ଆସିଛନ୍ତି। ଜଣେ କହିଛନ୍ତି, ସୈନିକଙ୍କ ସହ ସମାନ ଷ୍ଟେପ୍‌ର ପୁଶ୍‌ଅପ୍‌ କରିବା ନିଜ ଭିତରେ ସମ୍ପୂର୍ଣ୍ଣ ଅନନ୍ୟ ଅଟେ। ଅନ୍ୟ ଜଣେ ୟୁଜର କହିଛନ୍ତି, ଏହି ଛୋଟ ପୁଶ୍‌ଅପ୍‌ କେବଳ ଜଣେ ସୈନିକ ଭାଇ ପାଇଁ ମଜାଦାର ଏବଂ ଆପଣଙ୍କ ପାଇଁ ବ୍ୟାୟାମର ଏକ ଅଂଶ, ସେମାନେ ଏହାଠାରୁ ଅଧିକ ବ୍ୟାୟାମ ମଧ୍ୟ କରନ୍ତି। ଆଉ ଜଣେ ୟୁଜର କହିଛନ୍ତି, ଭାରତୀୟ ସେନାର ସୈନିକମାନଙ୍କ ପାଇଁ ଗର୍ବିତ। ଏହି ଭିଡିଓକୁ ୧ କୋଟିରୁ ଅଧିକ ଭ୍ୟୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri