Posted inଫୁରସତ

ଟଏଲେଟ୍‌ ପେପର କିଣନ୍ତିନି ଏହି ମହିଳା, ଏମିତି କରନ୍ତି ବ୍ୟବହାର

ସଞ୍ଚୟ କରିବା ଭଲ କଥା, ମାତ୍ର ଜଣେ ବ୍ୟକ୍ତି ସଞ୍ଚୟ ପ୍ରକ୍ରିୟାର ମାତ୍ରା ଯଦି ଅଧିକ ହୋଇଯାଏ ତେବେ ଏହି ବ୍ୟକ୍ତିଙ୍କୁ ସମାଜରେ ଲୋକେ କଞ୍ଜୁସ ହିଁ କହିଥାନ୍ତି। ଏମିତି ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି ବ୍ରିଟେନରେ।

ଏକଥା ଆମେ କହୁନୁ। ମହିଳା ଜଣଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ କରି ଦେଖାଇଛନ୍ତି। ଯାହାକୁ ଦେଖିବା ପରେ ୟୁଜରମାନେ ତାଙ୍କୁ କଞ୍ଜୁସ୍‌ ବୋଲି କହିଛନ୍ତି। ମହିଳା ଜଣଙ୍କ କହିଥିଲେ, ଘରେ ଟଏଲେଟ ପେପର କିଣିବା ସେ ବନ୍ଦ କରି ଦେଇଛନ୍ତି। ଏହା ପରିବର୍ତ୍ତେ ସେ ନିଜର ଏକ ଟଏଲେଟ୍‌ ରୋଲ୍‌ କପଡ଼ାରେ ତିଆରି କରିଛନ୍ତି। ଯାହାକୁ ଧୋଇ ପୁନର୍ବାର ବ୍ୟବହାର କରାଯାଇପାରିବ।

ଟିକ୍‌ଟକ୍‌ରେ ଏହାର କୌଶଳ ବର୍ଣ୍ଣନା କରି ମହିଳା ଜଣଙ୍କ କହିଥିଲେ, ସେ ଟଙ୍କା ସଞ୍ଚୟ କରିବାର ଏକ ଉପାୟ ପାଇଛନ୍ତି । ଏହି ଉପାୟଟି ଟଏଲେଟ୍‌ ପେପର ରୋଲ୍‌ କିଣିବାରୁ କେମିତି ମୁକ୍ତି ପାଇବେ ତାହା ଉପରେ ମୋର ଏହି ଭିଡିଓଟି। ସେ ତାଙ୍କ ପରିବାର ପାଇଁ ଏକ ପୁନଃ ବ୍ୟବହାର ଯୋଗ୍ୟ ଟଏଲେଟ୍‌ ପେପର ତିଆରି କରିଛନ୍ତି, ଯାହାକୁ ସେମାନେ ପ୍ରତିଦିନ ଧୋଇଥାନ୍ତି। ଏହିପରି ଭାବରେ ତାଙ୍କର ଟଙ୍କା ମଧ୍ୟ ସଞ୍ଚୟ ହୁଏ ଏବଂ ସେ ଟଏଲେଟ୍‌ ପେପର କିଣିବାରୁ ବଞ୍ଚିତ।

ଶାନନ ରୋଜ୍‌ ନାମକ ଏହି ମହିଳା ଜଣକ ୨ଟି ସନ୍ତାନର ମା’। ସୋସିଆଲ ମିଡିଆରେ ତାଙ୍କର ବହୁତ ସଂଖ୍ୟାରେ ଫଲୋଅର୍ସ ଅଛନ୍ତି। ଏହି କାଗଜକୁ ସେ ପୁରୁଣା କପଡ଼ାରୁ ତିଆରି କରିଛନ୍ତି, ଯାହାକୁ ସେ ପ୍ରତିଦିନ ସଫା କରନ୍ତି। ସେ କହିଥିଲେ, କାଗଜ ବଦଳରେ ପାଣି ଏବଂ କପଡ଼ା ବ୍ୟବହାର କରନ୍ତି। ଯାହାକୁ ସେ ପ୍ରତିଦିନ ଧୋଇ ଶୁଖାଇଥାନ୍ତି।

ଶାନନଙ୍କ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ସେ କହିଛନ୍ତି, ଏହା ବ୍ୟତୀତ ସେ କପଡ଼ାର ପୁନଃ ବ୍ୟବହାର ଯୋଗ୍ୟ ସାନିଟାରୀ ଟାଓ୍ବେଲ ମଧ୍ୟ ତିଆରି କରିଛନ୍ତି। ସେ ଟୁଥପେଷ୍ଟ୍‌ ବଦଳରେ କପଡ଼ା ଟିସୁ ବ୍ୟବହାର କରନ୍ତି। ଅନେକ ଲୋକ ତାଙ୍କ ଧାରଣାକୁ ପ୍ରଶଂସା କରିଥିବାବେଳେ କିଛି ଲୋକ ଏହାକୁ ଅଜବ ବୋଲି କହିଥିଲେ। ଜଣେ ୟୁଜର ଲେଖିଛନ୍ତି, ଏହାକୁ ସେ ମଧ୍ୟ ଗ୍ରହଣ କରିବେ। ଆଉ ଜଣେ ୟୁଜର ଲେଖିଛନ୍ତି, ଏହା ଏକ ଉପହାସ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri