ଖାଇ ଶୋଇଥିଲେ ପହଞ୍ଚିଲା ମୃତ୍ୟୁ

କୋକସରା,୧୭।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ପିପିଲଝାପର ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହେଲେ ନୃପରାଜ ମାଝୀଙ୍କ ସ୍ତ୍ରୀ ରୁପାଲି ମାଝୀ(୩୦) ।

ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତିରେ ରୁପାଲି ଖାଇ ଶୋଇଥିବା ବେଳେ ଏକ ନାଗ ସାପ ଘରେ ପସି ତାଙ୍କୁ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରୁପାଲିଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଆମପାଣି ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଆମପାଣି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨/୨୨) ରୁଜୁ କରିଥିବା ଥାନା ଏସ୍‌ଆଇ ରାଜେଶ ପରିଡା ସୂଚନା ଦେଇଛନ୍ତି।