ଭୁଲ ଇଞ୍ଜେକ୍‌ସନରୁ ମହିଳାଙ୍କ ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର

ସୋନପୁର,୧୫।୨(ମୃତ୍ୟୁଞ୍ଜୟ ଶତପଥୀ): ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିବାର ଲୋକେ ଏହି ଅଭିଯୋଗ କରିବା ସହ ଚିକିତ୍ସାଳୟ ପରିସରରେ ହୋହଲ୍ଲା କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋନପୁର ଆଇଆଇସି ରଞ୍ଜିତ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚିକିତ୍ସାଳୟ ପରିସରରେ ମୁତୟନ କରାଯାଇଥିଲା। ବୁଝାଶୁଝା କରିବା ପରେ ପରିବାର ଲୋକେ ମହିଳାଙ୍କ ମୃତଦେହ ସତ୍କାର ପାଇଁ ଘରକୁ ନେଇଥିଲେ। ତେବେ ଚିକିତ୍ସାରେ ଅବହେଳା କିମ୍ବା ଭୁଲ ଇଞ୍ଜେକସନ ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକୁ ଚିକିତ୍ସାଳୟ ପକ୍ଷରୁ ଖଣ୍ଡନ କରାଯାଇଛି।

ବୌଦ୍ଧ ଜିଲା ଜହ୍ନାପଙ୍କ ଅଞ୍ଚଳର ହରିହର ପଟେଲଙ୍କ ସ୍ତ୍ରୀ ଅନୁପମା(୨୭) ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଶନିବାର ସକାଳେ ଘରକୁ ଯିବେ ବୋଲି ଅନୁପମା କୁଆଡେ କହିଥିଲେ।

ହରିହରଙ୍କ କହିବା ଅନୁଯାୟୀ ହଠାତ୍‌ କୁହାଗଲା ଯେ, ଅନୁପମାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କ ଶରୀରର ରଙ୍ଗ ବଦଳି ଗଲାଣି, ସେ ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି। ସେ ଓ ତାଙ୍କ ସମ୍ପର୍କୀୟମାନେ ଯାଇ ଦେଖିବା ବେଳକୁ ଡାକ୍ତରମାନେ ଅନୁପମାଙ୍କ ଚେଷ୍ଟକୁ ପମ୍ପିଂ କରୁଛନ୍ତି। ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ରୋଗୀଙ୍କ ବିଷୟରେ କିଛି ସୂଚନା ଦିଆଗଲା ନାହିଁ। ପରେ କୁହାଗଲା ତାଙ୍କର ମୃତ୍ୟୁ ହୋଇଛି।

ଡାକ୍ତର, ନର୍ସଙ୍କ ଚିକିତ୍ସାରେ ଅବହେଳା ଓ ଟେଷ୍ଟ ନ କରି ଭୁଲ ଇଞ୍ଜେକସନ ଦେବା କାରଣରୁ ଅନୁପମାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଦାବି କରି ମୃତ ମହିଳାଙ୍କ ସମ୍ପର୍କୀୟମାନେ ଚିକିତ୍ସାଳୟ ପରିସରରେ ହୋହଲ୍ଲା କରିଥିଲେ। ଏହି ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁ କହିଛନ୍ତି, ମହିଳାଙ୍କ ଗର୍ଭପାତ କରାଇବା ପାଇଁ ପୂର୍ବରୁ ବଟିକା ଖାଇବାକୁ ଦିଆଯାଇଥିଲା। ଏଥିଯୋଗୁ ତାଙ୍କର ରକ୍ତସ୍ରାବ ବନ୍ଦ ହୋଇ ନ ଥିଲା। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସାଳୟ ଅଣାଯାଇଥିଲା। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତାଙ୍କୁ ଆବଶ୍ୟକ ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦ୍‌ଘାତଜନିତ ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର ଗୁରୁ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri