କ୍ୱାରାଣ୍ଟାଇନ ସେଣ୍ଟରରେ ମହିଳାଙ୍କ ମୃତ୍ୟୁ

ପଟ୍ଟାଙ୍ଗି,୧।୭(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ଗାଙ୍ଗେଶ୍ୱରୀ କଲେଜ ପରିସରରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ବୁଧବାର ଜଣେ ମହିଳାଙ୍କର ଅଚାନକ ମୃତ୍ୟୁ ଘଟିଛି। ଖବର ପାଇ ସଦର ପଞ୍ଚାୟତ ସରପଞ୍ଚ ଭଗବାନ ଖରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନାଲିସା ଦେବତାଙ୍କ ସମେତ ଥାନା ଅଧିକାରୀ ବିଜୟ ରାଜ ମାଝି, ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଭାଗବତ ମୁର୍ମୁ , ପିଏଚ୍‌ଓ ବିଜୟ ଖିଲ, ବ୍ଲକ ମଙ୍ଗଳ ଅଧିକାରୀ ସାଲୁ କୁମାର ଟୁଡୁ ପ୍ରମୁଖ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁର କାରଣ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାଇ, ମୃତ ମହିଳା ହେଲେ ନୁଆଗାଁ ପଞ୍ଚାୟତ କର୍ତାଲମାଉଡି ଗ୍ରାମର କସମ ଖରାଙ୍କ ସ୍ତ୍ରୀ ଦେଓ ଖରା। କିଛି ଦିନ ପୂର୍ବେ ଦେଓ ପରିବାର ସହ ଆନ୍ଦ୍ରରୁ ଫେରିଥିବା ଜଣାପଡ଼ିଛି।