Posted inଫୁରସତ

ଧୁମ୍‌ଧାମରେ ହେଉଥିଲା ବିବାହ, ପୋଲିସ ସହ ମଣ୍ଡପରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ; ଆଉ ତା’ ପରେ…

ପିଲିଭିଟ: ଉତ୍ତରପ୍ରଦେଶର ପିଲିଭିଟ୍‌ ଜିଲାରେ ଜଣେ ଯୁବକଙ୍କୁ ଦ୍ୱିତୀୟ ବିବାହ କରିବା ମହଙ୍ଗା ପଡ଼ିଛି। ବିବାହ ସମୟରେ ପ୍ରଥମ ସ୍ତ୍ରୀ ପୋଲିସ୍‌ ସହ ପହଞ୍ଚିବା ସହ ସେଠାରେ ହଙ୍ଗାମା କରିଥିଲେ। ପୋଲିସ ସହ ମାର୍‌ପିଟ୍‌ ହେଉଥିବା ଦେଖି ଭୟରେ ଉପସ୍ଥିତ ଅତିଥିମାନେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ପରେ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ବରଙ୍କୁ ଥାନାକୁ ଆଣିବା ସହ ଏବେ ମାମଲାର ଯାଞ୍ଚ କରୁଛି।

ସମ୍ପୂର୍ଣ୍ଣ ଘଟଣାଟି ଏଭଳି। ବରେଲି ଜନପଦର ସୁମନ ଦେବୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୨ ନଭେମ୍ବର ୨୮ରେ ତାଙ୍କ ବିବାହ ଶାହଜହାଁପୁରର ଆଶିଷ ବର୍ମାଙ୍କ ସହ ହୋଇଥିଲା। ବିବାହର କିଛି ମାସ ପରେ ସ୍ବାମୀଙ୍କ ସହ ତାଙ୍କ ପରିବାରଲୋକେ କମ୍‌ ଯୌତୁକ ଆଣିଥିବାକୁ ନେଇ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ଘରୁ ଆଉ ଟଙ୍କା ଆଣିବାକୁ ଦାବି କରିଥିଲେ। ଫଳରେ ସେ ଶାଶୁଘର ଲୋକଙ୍କ ନାମରେ ମୋକଦ୍ଦମା ରୁଜୁ କରିଥିଲେ। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି। ହେଲେ ସୋମବାର ତାଙ୍କ ସ୍ବାମୀ ପିଲିଭିଟ୍‌ ଅଞ୍ଚଳର ଜଣେ ଝିଅଙ୍କୁ ବିବାହ କରୁଥିବା ସେ ଜାଣିବାକୁ ପାଇଥିଲେ। ପରେ ସେ ଏନେଇ ପୁରନପୁର ଥାନାକୁ ଜଣାଇଥିଲେ। ପୋଲିସ ସହ ସେ ବିବାହ ମଣ୍ଡପରେ ପହଞ୍ଚିଥିଲେ। ଛାଡ଼ପତ୍ର ନ ହୋଇ ବି ସ୍ବାମୀ ଲୁଚିଛପି ଦ୍ୱିତୀୟ ବିବାହ କରିବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ ଆଣିଥିଲେ। ସେଠାରୁ ପୋଲିସ ବର ବେଶରେ ଥିବା ଆଶିଷଙ୍କୁ ଥାନାକୁ ଆଣିଥିଲା। ଏବେ ତାଙ୍କୁ ପଚରାଉଚରା କରାଯାଉଛି। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଦ୍ୱିତୀୟ ବିବାହ ସମ୍ପର୍ଣ୍ଣ ହୋଇଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri