Posted inଜାତୀୟ

ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ କରି ଆତ୍ମହତ୍ୟା କରୁଥିଲେ ମହିଳା: ଆଉ ତା’ପରେ

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ମାମଲା ସାମ୍ନାକୁ ଆସିଛି। କିନ୍ତୁ ପୋଲିସ ତତ୍ପରତା ଦେଖାଇ ମାତ୍ର ୮ ମିନିଟ ମଧ୍ୟରେ ମହିଳାଙ୍କୁ ଉଦ୍ଧାର କରିଥିଲା। ସମ୍ପୃକ୍ତ ଯୁବତୀଙ୍କ ବୟସ ୨୫ ବର୍ଷ । ସେ ଉତ୍ତର ଦିଲ୍ଲୀରେ ରୁହନ୍ତ। ଇନଷ୍ଟାଗ୍ରାମ ଲାଇଭ ସମୟରେ ସେ ଆତ୍ମହତ୍ୟା କରିବାକୁ ଧମକ ଦେଇ ସାନିଟାଇଜର ପିଇଥିବା ପୋଲିସ କହିଛି।
ସୂଚନାଯୋଗ୍ୟ, ଏହି ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ସହିତ ରୁହନ୍ତି। କୌଣସି କାରଣରୁ ସେ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସେ ଇନଷ୍ଟାଗ୍ରାମରେ ସିଧା ପ୍ରସାରଣ କରୁଥିଲେ। ଉତ୍ତର ଦିଲ୍ଲୀର ଡିସିପି ସାଗର ସିଂ କାଲସି ସୂଚନା ଦେଇଛନ୍ତି ଯେ, ତାଙ୍କ ଦଳ ରାତି ୯.୫୫ ରେ ସାଇବର ସେଲ ମାଧ୍ୟମରେ ଏହି ବିଷୟରେ ସୂଚନା ପାଇଥିଲା। ଇନଷ୍ଟାଗ୍ରାମରେ ଏହି ଭିଡିଓ ଅପଲୋଡ ହୋଇଥିବା ସ୍ଥାନରୁ ସାଇବର ସେଲ ପୋଲିସ ଦଳକୁ ମଧ୍ୟ କହିଥିଲା। ପୋଲିସ ଟିମ ତୁରନ୍ତ ସମ୍ପୃକ୍ତ ପୋଲିସ ଷ୍ଟେଶନର ଏସ୍‌ଏଚ୍‌ଓ ସହିତ ଯୋଗାଯୋଗ କରିଥିଲେ। ପୋଲିସ ପାଖରେ ସେହି ମହିଳାଙ୍କ ମୋବାଇଲ ନମ୍ବର ଏବଂ ଠିକଣା ଥିଲା, କିନ୍ତୁ ଅବସ୍ଥାନ କ୍ରମାଗତ ଭାବରେ ବଦଳୁଥିଲା। ତାଙ୍କ ଅବସ୍ଥାନ ଜାଣିବା ପାଇଁ ତାଙ୍କ ନମ୍ବରକୁ ଯୋଗାଯୋଗ କରାଯାଇ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ପୋଲିସ ତୁରନ୍ତ ତାଙ୍କ ସ୍ବାମୀ ଏବଂ ଭାଇଙ୍କ ସହ ଯୋଗାଯୋଗ କରିଥିଲା। ପୋଲିସ କହିଛି ଯେ, ମହିଳା ଜଣକ ତାଙ୍କ ଜୀବନଶୈଳୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେଥିପାଇଁ ସେ ମରିବାକୁ ଚାହୁଁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri