କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ହତ୍ୟା ପରେ ମହିଳାଙ୍କୁ ପୋତିଦେଲେ! କଟକ ବାରଙ୍ଗ ବ୍ରହ୍ମଣିଗାଁ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। କାଠଯୋଡ଼ି ନଦୀ ପିଠାରେ ଆଜି ସକାଳୁ ଉଦ୍ଧାର ହୋଇଛି ଏକ ଅଜଣା ମହିଳାଙ୍କ ମୃତଦେହ । ନଇ ବାଲିରେ ପୋତା ଯାଇଥିଲାବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଲାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କରିଛି। ହତ୍ୟା ପରେ କେହି ଦୁର୍ବୃତ୍ତ ମୃତଦେହକୁ ପୋତି ଦେଇଥିବା ସନ୍ଦେହ କରାଯାଉଛି। କାଠଯୋଡ଼ି ନଦୀ ପଠାରୁ ଅଧାପୋଡା ଅବସ୍ଥାରେ ମୃତଦେହରେ କିଛି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଛି। ଏଯାବତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିଲାବେଳେ ବାରଙ୍ଗ ଥାନା ପୋଲିସର ତଦନ୍ତ ଜାରି ରଖିଛି।