Posted inଫୁରସତ

କ୍ୟାବ୍‌ ବୁକ୍‌ କରିଥିଲେ  ମହିଳା:  ଗାଡ଼ି ଭିତରେ ଯାହା ଦେଖିଲେ…. 

କ୍ୟାବ୍‌ ବୁକ୍‌ କରିଥିଲେ  ମହିଳା, କ୍ୟାବ୍‌ ଆସିବା ପରେ ସେ ଯାହା ଦେଖିଲେ, କିଛି ସମୟ ପାଇଁ ତାଙ୍କ ମୁଣ୍ଡ କାମକଲାନି। ସେ ଟୋଟାଲ ହଲ୍‌ଚଲ୍‌ ହୋଇଗଲେ।
କାରଣ କ୍ୟାବ୍‌ର ଡ୍ରାଇଭର ଜଣକ ଆଉ କେହି ନୁହେଁ, ସେହି ମହିଳାଙ୍କ ବସ୍‌ ଥିଲେ । ଅର୍ଥାତ ମହିଳା ଜଣକ ସେହି ବ୍ୟକ୍ତିଙ୍କ ଅଧୀନରେ ଅଫିସରେ କାମ କରୁଥିଲେ ।
ଏଭଳି ଏକ ଘଟଣା ଘଟିଛି ବେଙ୍ଗାଲୁରୁରେ। ଏନେଇ ହୋଇଥିବା ଏକ WhatsApp ଚାଟ ବେଶ ଭାଇରାଲ ହୋଇଛି । ସୋସିଆଲ ମିଡିଆ ହ୍ୟାଣ୍ଡେଲ  (X)ରେ ଏକ ଆଇଡିରେ WhatsApp ଚାଟର ଏକ ସ୍କ୍ରିନ ସଟ ଶେୟାର କରାଯାଇଥିବା ଦେଖିବାକୁ ମିଳିଛି । ଯେଁଉଥିରେ କ୍ୟାପଶନରେ ଲେଖାଯାଇଛି, “ପିକ ବେଙ୍ଗାଲୁରୁ ମୋମେଣ୍ଟ । “
ଏହା ପରେ ସ୍କ୍ରିନ ସଟରେ ଥିବା ଚାଟରୁ ଜଣାପଡୁଛି ଯେ, ମହିଳା ଜଣକ ଅନ୍ୟ କାହାକୁ ନିଜ ଅନୁଭୂତି ବିଷୟରେ ଜଣାଇଛନ୍ତି । ମହିଳା ଜଣକ ଲେଖିଛନ୍ତି, “ଆଜି ମୋ ସହ ଏକ ଅଦ୍ଭୁତ ଘଟଣା ଘଟିଲା । ମୁଁ ଯେଉଁ କ୍ୟାବ ବୁକ କରିଥିଲି ତାହାର ଡ୍ରାଇଭର ଥିଲେ ମୋ ଟିମ ଲିଡର। କାହିଁକି କ୍ୟାବ ଚଳାଉଛନ୍ତି ବୋଲି ପଚାରିବାରୁ ସେ କହିଥିଲେ, ଏକୁଟିଆପଣ ଦୂର କରିବାକୁ ମୁଁ ଖାଲି ସମୟରେ କ୍ୟାବ ଚଲାଉଛି ।”
ଏହି ପୋଷ୍ଟଟି ବର୍ତ୍ତମାନ ଭାଇରାଲ ହେଉଥିବାବେଳେ ୟୁଜର୍ସ ଏହା ଉପରେ ନିଜର ମତ ରଖିଛନ୍ତି । କେହି କେହି କହିଛନ୍ତି, ”କେହି ଖୁସିରେ ଏପରି କରନ୍ତି ନାହିଁ । ନିହାତି ଆର୍ଥିକ ସମସ୍ୟା ଥିବ ।“
‘ଆଉ କେହି କେହି କହିଛନ୍ତି, ”ଖୁସିରେ କିଏ ଟାଇମ ପାସ କରିବାକୁ ଆସି ବେଙ୍ଗାଲୁରୁ ଟ୍ରାଫିକରେ ଫସିବାକୁ ପସନ୍ଦ କରିବ? କଥାଟା ହଜମ ହେଉନାହିଁ ।“
ଆଉ ଜଣେ ୟୁଜର ଆମେରିକା ସହ ତୁଳନା କରି କହିଛନ୍ତି ଯେ, ”ମୁଁ ଯେତେବେଳେ ଆମେରିକାର ଏକ କମ୍ପାନୀରେ କାମ କରୁଥିଲି ମୋ CEO ଏକ ହୋଟେଲରେ ପାର୍ଟ ଟାଇମ କାମ କରୁଥିଲେ। ଯଦି ଆମ ଦେଶରେ ଏପରି ହେବା କଥା ସତ ହୁଏ, ତେବେ ତାହା ଅତ୍ୟନ୍ତ ଖୁସିର କଥା । ଗୁଡ ଲକ ।“

Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri