ପିଲା ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ମାରିଦେବା ଘଟଣା: ଥାନା ଗେଟ୍‌ ବନ୍ଦ କରିବା ସହ ରାସ୍ତା ରୋକୋ କଲେ ମହିଳା

ମୋରଡା,୨୪।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ପିଲା ଚୋରି ସନ୍ଦେହରେ ଲୋକେ ଜଣେ ଅଚିହ୍ନା ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ ଉତ୍ୟକ୍ତ ମହିଳାମାନେ ଆଜି ମୋରଡା ଥାନା ଗେଟ୍‌ ବନ୍ଦ କରିବା ସହିତ ରାସ୍ତା ରୋକୋ କରିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ଯୁବକଙ୍କୁ ମାରିବା ଘଟଣାରେ ପୋଲିସ ୭୬/୨୬ରେ ଏକ ମାମଲା ରୁଜୁ କରିଥିବା ବେଳେ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ସୁମିତ କୁମାର ସୋରେନ କହିଛନ୍ତି। ଅପରପକ୍ଷରେ ପୋଲିସ ଉକ୍ତ ଥାନା ଅଧୀନ ଡେଙ୍ଗାଶୋଳ, ସମାଇଡ଼ିହି, ହାଣ୍ଡିଭଙ୍ଗା, ଲଦଡ଼ିହି ଆଦି ଗ୍ରାମର ୧୦ରୁ ଅଧିକ ଲୋକଙ୍କୁ ରାତି ଅଧରେ ବିନା କାରଣରେ ଉଠାଇ ଆଣିଥିବାର ଅଭିଯୋଗ କରିଛନ୍ତି ଗ୍ରାମର ମହିଳାମାନେ। ଆଜି ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ୩୦ରୁ ଅଧିକ ମହିଳା ଥାନାକୁ ଯାଇ ପୋଲିସକୁ ଏ ବାବଦରେ ପଚାରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ତେଣୁ ଉତ୍ୟକ୍ତ ହୋଇ ମହିଳାମାନେ ଥାନା ଗେଟ୍‌ ବନ୍ଦ କରିବା ସହିତ ମୋରଡା ବଜାର ମୁଖ୍ୟ ରାସ୍ତା ବନ୍ଦ କରିଥିବାର ଦେଖିବାକୁ ମିଳିଛି। ଘଟଣାରେ ପୋଲିସ ଉଠାଇଥିବା ବ୍ୟକ୍ତିମାନେ ହେଲେ ମାନ ଟୁଡୁ(ସମାଇଡ଼ିହି)
ବାବୁଲୁ ମାରାଣ୍ଡି,ସୁନାରାମ ମାରାଣ୍ଡି,ରାମଦାସ ହାଁସଦା,ମୋହନ ହାଁସଦା,ରାଇସେନ ଟୁଡୁ,ଶିବ ମାଝୀ,ପାଢୁଆ ମାଝୀ,ପାଣ୍ଡୁ ମାଝୀ ,ଖୁଦିରାମ ମୁର୍ମୁ, ଜଟିରାମ ମାହାଲି । ତେବେ ଏମାନଙ୍କ ମଧ୍ୟରୁ କିଛି ଜଣ ଦେବଶୋଳ ମେଳାକୁ ବୁଲିବାକୁ ଯାଇଥିବା ବେଳେ ଅନ୍ୟ କିଛି ଜଣ ଆଦିବାସୀ ଜାହିରା ପୂଜାରେ ବ୍ୟସ୍ତ ଥିଲେ। ପୋଲିସ କିଛି ନବୁଝି ଏମାନଙ୍କୁ ଉଠାଇ ନେଇଛି ବୋଲି ମହିଳାମାନେ କହିଛନ୍ତି। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଅବରୋଧ ହୋଇଥିବା ବେଳେ ଉତ୍ତେଜନା ବୃଦ୍ଧି ପାଇଥିଲା। ଖବରପାଇ ଘଟଣାସ୍ଥଳରେ ଏସଡିପିଓ ମିନତୀ ବିଶ୍ୱାଳ ପହଞ୍ଚି ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଏ ବାବଦରେ ବିଶ୍ୱାଳଙ୍କୁ ପଚାରିବାରୁ ପୋଲିସ ଘଟଣାର ତଦନ୍ତ ପାଇଁ କିଛି ଲୋକଙ୍କୁ ଅଟକ ରଖି ପଚାରାଉଚରା କରୁଛି ଏବଂ ପିଲା ଚୋରିକୁ ନେଇ ଲୋକେ ଚିନ୍ତିତ ନ ହୋଇ ସନ୍ଦେହ ହେଲେ ପୋଲିସକୁ ଜଣାନ୍ତୁ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri