ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ । ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ରୂପା ଓ ଟଙ୍କା ଲୁଟିନେଇଛନ୍ତି। ଘରର ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି ଲୁଟି ନେଇଛନ୍ତି। ଘର ବାହାରେ ବୋମା ପକାଇ ଫେରାର ମାରିଲେ ଦୁର୍ବୃତ୍ତ । ୧୦ ରୁ ଊଦ୍ଧର୍ବ ଦୁର୍ବୃତ୍ତ ଡକାୟତି କରିଥିବା ସୂଚନା ମିଳିଛି।

