ଘରେ ପଶି ମହିଳାଙ୍କୁ ହାଣିଲେ, ଚିତ୍କାର କରିବାରୁ ସାର୍ଟ, ହେଲମେଟ ଛାଡ଼ି ଦୌଡିଲେ ଆକ୍ରମଣକାରୀ

ହିଞ୍ଜିଳିକାଟୁ, ୧୧।୧୧( ଦ୍ବିତୀକୃଷ୍ଣ ପଣ୍ଡା): ସକାଳେ ପରିବା ଦେବା ବାହାନାରେ ଘରକୁ ଆସି ପରିବା ଦେଇଗଲେ। ସନ୍ଧ୍ୟାରେ ବଳପୂର୍ବକ ଘରେ ପଶି ଖଣ୍ଡାରେ ମହିଳାଙ୍କୁ ହାଣିଲେ। ଅନ୍ୟ ପକ୍ଷରେ ଆକ୍ରମଣକାରୀଙ୍କୁ ସାହାସିକତା ସହ ମୁକାବିଲା କରି ମହିଳା ଜଣକ ପାଟି କରିବାରୁ ଆକ୍ରମଣ କାରୀ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଧସ୍ତାଧସ୍ତିରେ ଆକ୍ରମଣକାରୀଙ୍କ ସାର୍ଟକୁ ଝିଙ୍କି ଧରିବା ସହ ସାର୍ଟ ଓ ହେଲମେଟ ଛାଡ଼ି ଦୌଡିଲେ ଆକ୍ରମଣକାରୀ। ସୋମବାର ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସହରରେ।
ପ୍ରକାଶ ଯେ, ହିଞ୍ଜିଳିକାଟୁ କଲେଜ ନିକଟ ଜାତୀୟ ରାଜପଥ ନଂ -୫୯ ଉପରେ ରାମ ଗନ୍ତାୟତଙ୍କ ଘର। ସୋମବାର ସନ୍ଧ୍ୟାରେ ଦୁଇଜଣ ଅଚିହ୍ନା ବ୍ୟକ୍ତି ରାମ ଗନ୍ତାୟତଙ୍କ ଘରେ ବଳପୂର୍ବକ ପଶି ରାମ ଗନ୍ତାୟତଙ୍କ ସ୍ତ୍ରୀ ଶାନ୍ତି ଗନ୍ତାୟତ (୩୯) ଙ୍କୁ ଆକ୍ରମଣ କରିଛନ୍ତି। ଅନ୍ୟ ପକ୍ଷରେ ଆକ୍ରମଣ ବେଳେ ଆକ୍ରମଣକାରୀ ଓ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମହିଳା ଜଣକ ସାହାସିକତା ସହ ଆକ୍ରମଣକାରୀଙ୍କ ହେଲମେଟ ଓ ସାର୍ଟକୁ ଜାବୁଡ଼ି ଧରି ପାଟି କରିବାରୁ ୨ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଆକ୍ରମଣକାରୀଙ୍କ ହେଲମେଟ ଓ ଚିରା ସାର୍ଟ ଛାଡି ଯାଇଛନ୍ତି। ମହିଳାଙ୍କ ଚିତ୍କାର ଶୁଣି ଅଞ୍ଚଳବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ଆକ୍ରମଣରେ ମହିଳାଙ୍କ ବେକ ଓ ହାତର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ଘଟିବାରୁ ତାଙ୍କୁ ସାହି ପଡୋଶୀ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ଛାଡ଼ିଯାଇଥିବା ହେଲମେଟ ଓ ଚିରା ସାର୍ଟକୁ ଜବତ କରିଛି। ମିଳିଥିବା ସୂଚନା ପ୍ରକାରେ, ସୋମବାର ସକାଳେ ଜଣେ ଯୁବକ ରାମ ଗନ୍ତାୟତଙ୍କ ଘରେ ପହଞ୍ଚି କିଛି ପରିବା ଦେବା ସହ ଶାନ୍ତିଙ୍କୁ ଭାଉଜ ବୋଲି ସମ୍ବୋଧନ କରି ଏହା ଭାଇନା ପଠାଇଛନ୍ତି ବୋଲି କହିଥିଲେ। ସନ୍ଧ୍ୟାରେ ପୁଣି ଥରେ ଉକ୍ତ ଯୁବକ ଓ ଅନ୍ୟ ଜଣେ ଏକ ବାଇକରେ ମହିଳାଙ୍କ ଘରକୁ ଆସିଥିଲେ। ଜଣେ ବାଇକରେ ଥିଲେ। ଅନ୍ୟ ଜଣେ ଭାଇନା ନାହାନ୍ତି କି ପଚାରିଥିଲେ । ସେ ଶାନ୍ତିଙ୍କୁ ଗରମପାଣି ମାଗିଥିଲେ। ଶାନ୍ତି ଗରମ ପାଣି ଆଣିବାକୁ ଯିବା ବେଳେ ହଠାତ୍‌ ଏକ ଖଣ୍ଡାରେ ଯୁବକ ଜଣଙ୍କ ଶାନ୍ତିଙ୍କୁ ଆକ୍ରମଣ କରିଥିଲେ। ମହିଳା ଜଣଙ୍କ ସାହାସିକତା ଦେଖାଇ ଖଣ୍ଡାକୁ ହାତରେ ଧରି ନେଇଥିଲେ। ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଓ ଶାନ୍ତି ଜୋରରେ ପାଟି କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଦୌଡ଼ି ପୂର୍ବରୁ ରାସ୍ତା ଉପରେ ଥିବା ସହଯୋଗୀଙ୍କ ବାଇକରେ ବସି ଚମ୍ପଟ ମାରିଥିଲେ। ଧସ୍ତାଧସ୍ତିରେ ଆକ୍ରମଣକାରୀଙ୍କ ସାର୍ଟକୁ ଧରିବା ସହ ସାର୍ଟ ଓ ହେଲମେଟ ରହିଯାଇଛି। ଯୁବକ ଜଣଙ୍କୁ ମହିଳା ଚିହ୍ନି ନଥିବା କହିଛନ୍ତି । ଅନ୍ୟ ପକ୍ଷରେ ଜାତୀୟ ରାଜପଥର ଜନ ଗହଳି ରାସ୍ତାରେ ଘରେ ପଶି ଏକାକୀ ଥିବା ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି। ହିଞ୍ଜିଳି ପୋଲିସ ପହଞ୍ଚି ଚିରା ସାର୍ଟ, ହେଲମେଟକୁ ଜବତ କରି ତଦନ୍ତ ଚଳାଇଛି ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri