ଘରେ ପଶି ମହିଳାଙ୍କୁ ହାଣିଲେ, ଚିତ୍କାର କରିବାରୁ ସାର୍ଟ, ହେଲମେଟ ଛାଡ଼ି ଦୌଡିଲେ ଆକ୍ରମଣକାରୀ

ହିଞ୍ଜିଳିକାଟୁ, ୧୧।୧୧( ଦ୍ବିତୀକୃଷ୍ଣ ପଣ୍ଡା): ସକାଳେ ପରିବା ଦେବା ବାହାନାରେ ଘରକୁ ଆସି ପରିବା ଦେଇଗଲେ। ସନ୍ଧ୍ୟାରେ ବଳପୂର୍ବକ ଘରେ ପଶି ଖଣ୍ଡାରେ ମହିଳାଙ୍କୁ ହାଣିଲେ। ଅନ୍ୟ ପକ୍ଷରେ ଆକ୍ରମଣକାରୀଙ୍କୁ ସାହାସିକତା ସହ ମୁକାବିଲା କରି ମହିଳା ଜଣକ ପାଟି କରିବାରୁ ଆକ୍ରମଣ କାରୀ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଧସ୍ତାଧସ୍ତିରେ ଆକ୍ରମଣକାରୀଙ୍କ ସାର୍ଟକୁ ଝିଙ୍କି ଧରିବା ସହ ସାର୍ଟ ଓ ହେଲମେଟ ଛାଡ଼ି ଦୌଡିଲେ ଆକ୍ରମଣକାରୀ। ସୋମବାର ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସହରରେ।
ପ୍ରକାଶ ଯେ, ହିଞ୍ଜିଳିକାଟୁ କଲେଜ ନିକଟ ଜାତୀୟ ରାଜପଥ ନଂ -୫୯ ଉପରେ ରାମ ଗନ୍ତାୟତଙ୍କ ଘର। ସୋମବାର ସନ୍ଧ୍ୟାରେ ଦୁଇଜଣ ଅଚିହ୍ନା ବ୍ୟକ୍ତି ରାମ ଗନ୍ତାୟତଙ୍କ ଘରେ ବଳପୂର୍ବକ ପଶି ରାମ ଗନ୍ତାୟତଙ୍କ ସ୍ତ୍ରୀ ଶାନ୍ତି ଗନ୍ତାୟତ (୩୯) ଙ୍କୁ ଆକ୍ରମଣ କରିଛନ୍ତି। ଅନ୍ୟ ପକ୍ଷରେ ଆକ୍ରମଣ ବେଳେ ଆକ୍ରମଣକାରୀ ଓ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମହିଳା ଜଣକ ସାହାସିକତା ସହ ଆକ୍ରମଣକାରୀଙ୍କ ହେଲମେଟ ଓ ସାର୍ଟକୁ ଜାବୁଡ଼ି ଧରି ପାଟି କରିବାରୁ ୨ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଆକ୍ରମଣକାରୀଙ୍କ ହେଲମେଟ ଓ ଚିରା ସାର୍ଟ ଛାଡି ଯାଇଛନ୍ତି। ମହିଳାଙ୍କ ଚିତ୍କାର ଶୁଣି ଅଞ୍ଚଳବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ଆକ୍ରମଣରେ ମହିଳାଙ୍କ ବେକ ଓ ହାତର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ଘଟିବାରୁ ତାଙ୍କୁ ସାହି ପଡୋଶୀ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ଛାଡ଼ିଯାଇଥିବା ହେଲମେଟ ଓ ଚିରା ସାର୍ଟକୁ ଜବତ କରିଛି। ମିଳିଥିବା ସୂଚନା ପ୍ରକାରେ, ସୋମବାର ସକାଳେ ଜଣେ ଯୁବକ ରାମ ଗନ୍ତାୟତଙ୍କ ଘରେ ପହଞ୍ଚି କିଛି ପରିବା ଦେବା ସହ ଶାନ୍ତିଙ୍କୁ ଭାଉଜ ବୋଲି ସମ୍ବୋଧନ କରି ଏହା ଭାଇନା ପଠାଇଛନ୍ତି ବୋଲି କହିଥିଲେ। ସନ୍ଧ୍ୟାରେ ପୁଣି ଥରେ ଉକ୍ତ ଯୁବକ ଓ ଅନ୍ୟ ଜଣେ ଏକ ବାଇକରେ ମହିଳାଙ୍କ ଘରକୁ ଆସିଥିଲେ। ଜଣେ ବାଇକରେ ଥିଲେ। ଅନ୍ୟ ଜଣେ ଭାଇନା ନାହାନ୍ତି କି ପଚାରିଥିଲେ । ସେ ଶାନ୍ତିଙ୍କୁ ଗରମପାଣି ମାଗିଥିଲେ। ଶାନ୍ତି ଗରମ ପାଣି ଆଣିବାକୁ ଯିବା ବେଳେ ହଠାତ୍‌ ଏକ ଖଣ୍ଡାରେ ଯୁବକ ଜଣଙ୍କ ଶାନ୍ତିଙ୍କୁ ଆକ୍ରମଣ କରିଥିଲେ। ମହିଳା ଜଣଙ୍କ ସାହାସିକତା ଦେଖାଇ ଖଣ୍ଡାକୁ ହାତରେ ଧରି ନେଇଥିଲେ। ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଓ ଶାନ୍ତି ଜୋରରେ ପାଟି କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଦୌଡ଼ି ପୂର୍ବରୁ ରାସ୍ତା ଉପରେ ଥିବା ସହଯୋଗୀଙ୍କ ବାଇକରେ ବସି ଚମ୍ପଟ ମାରିଥିଲେ। ଧସ୍ତାଧସ୍ତିରେ ଆକ୍ରମଣକାରୀଙ୍କ ସାର୍ଟକୁ ଧରିବା ସହ ସାର୍ଟ ଓ ହେଲମେଟ ରହିଯାଇଛି। ଯୁବକ ଜଣଙ୍କୁ ମହିଳା ଚିହ୍ନି ନଥିବା କହିଛନ୍ତି । ଅନ୍ୟ ପକ୍ଷରେ ଜାତୀୟ ରାଜପଥର ଜନ ଗହଳି ରାସ୍ତାରେ ଘରେ ପଶି ଏକାକୀ ଥିବା ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି। ହିଞ୍ଜିଳି ପୋଲିସ ପହଞ୍ଚି ଚିରା ସାର୍ଟ, ହେଲମେଟକୁ ଜବତ କରି ତଦନ୍ତ ଚଳାଇଛି ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri