ଆଖିଦେଖି ମନ ପଢ଼ିବାରେ ମହିଳା ଆଗରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୨ : ଆଖିରୁ ଜଣେ ବ୍ୟକ୍ତିଙ୍କ ମନ ପଢ଼ିବାରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି। ପ୍ରୋସିଡିଙ୍ଗସ ଅଫ ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସରେ ପ୍ରକାଶିତ ଏକ ଗବେଷଣାରେ ଏହା ପ୍ରକାଶ ପାଇଛି । ଏହା ଏକ ସର୍ବ ବୃହତ ଅଧ୍ୟୟନ । ଏଥିରେ ଦର୍ଶାଯାଇଛି ଯେ ଚିନ୍ତାଧାରା କିମ୍ବା ଭାବନାକୁ ବିଚାର କରିବା ପାଇଁ ଆଖିରୁ ମନ ପଢ଼ିବାରେ ସାରା ବିଶ୍ୱରେ ମହିଳାମାନେ ପୁରୁଷଙ୍କ ଆଗରେ ଅଛନ୍ତି।

ଯଦିଓ ପୁରୁଷମାନେ ସମାନ କାର୍ଯ୍ୟ କରନ୍ତି, ହାରାହାରି ସ୍କୋର ଦୃଷ୍ଟିରୁ ମହିଳାମାନେ ଆଗରେ ଅଛନ୍ତି । ଗବେଷକମାନେ କହିଛନ୍ତି ଯେ ମହିଳାମାନଙ୍କୁ ସଜ୍ଞାନାତ୍ମକ ସହାନୁଭୂତି (କୋଗ୍ନିଟିଭ୍‌ ଇମ୍ପାଥି)ଦ୍ୱାରା ଉପକୃତ ହୋଇଥାନ୍ତି। ଭାରତ ସମେତ ୫୭ଟି ଦେଶର ତିନି ଲକ୍ଷରୁ ଅଧିକ ଲୋକଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଆଖିରୁ ମନ ପଢ଼ିବା ନାମକ ଏକ ପରୀକ୍ଷଣରେ ସମସ୍ତ ବୟସର ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ସ୍କୋର କରିଛନ୍ତି। ଏହି ପରୀକ୍ଷଣ ଜ୍ଞାନଗତ ସହାନୁଭୂତି ମାପ କରିଥାଏ। ଏହାର ଅର୍ଥ ଅନ୍ୟର ଚିନ୍ତାଧାରା କିମ୍ବା ଭାବନାକୁ ବୁଝିବାର କ୍ଷମତା ।

ପ୍ରତ୍ୟେକ ଅଧ୍ୟୟନର ଅଂଶଗ୍ରହଣକାରୀଙ୍କୁ ମାନବ ଚେହେରାର ୩୬ ଟି ଚିତ୍ର ଦେଖାଯାଇଥିଲା। ବ୍ୟକ୍ତି ଜଣକ କ’ଣ ଅନୁଭବ କରୁଛନ୍ତି ସେମାନଙ୍କୁ ବର୍ଣ୍ଣନା କରିବାକୁ କୁହାଯାଇଥିଲା।

ବୈଜ୍ଞାନିକମାନେ ପୂର୍ବରୁ ଅନୁମାନ କରିଥିଲେ ଯେ ସଜ୍ଞାନାତ୍ମକ ସହାନୁଭୂତିର ଲିଙ୍ଗଗତ ପାର୍ଥକ୍ୟ ଜୈବିକ କିମ୍ବା ସାମାଜିକ କାରଣର ଫଳାଫଳରୁ ସୂଚିତ କରିଥାଏ। ଅତ୍ୟଧିକ ଟେଷ୍ଟୋଷ୍ଟେରନ ସହାନୁଭୂତି ହ୍ରାସ କରେ। ଟେଷ୍ଟୋଷ୍ଟେରନ ପୁରୁଷଙ୍କଠାରେ ଥିବା ସେକ୍ସ ହରମୋନ। ଯାହାକି ମହିଳାଙ୍କଠାରେ କମ୍‌ ରହିଥାଏ। ମହିଳାଙ୍କଠାରେ ପ୍ରୋଜିଷ୍ଟେରନ ଏବଂ ଇଷ୍ଟ୍ରୋଜେନ ସେକ୍ସ ହରମୋନ ସହିତ ଆବଶ୍ୟକତା ଅନୁସାରେ କମ ପରିମାଣର ଟେଷ୍ଟୋଷ୍ଟେରନ ହରମୋନ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri