Posted inଜାତୀୟ

ନିଶା ସେବନକୁ ବିରୋଧ କରିବାରୁ: ସ୍ତ୍ରୀ, ୫ବର୍ଷର ପୁଅଙ୍କୁ ହତ୍ୟା

ଷଢ଼େଇକଳା (ଝାଡ଼ଖଣ୍ଡ),୧।୪: ନିଶା ସେବନ କରିବା ନିଜର କ୍ଷତି ସହ ଅନେକ ସମୟରେ ବହୁ ପରିବାରରେ ଅଶାନ୍ତି ସୃଷ୍ଟିର ମୂଳ କାରଣ ପାଲଟିଥାଏ। ଏପରି କି ନିଶା ସେବନ କରୁଥିବା ବ୍ୟକ୍ତି ନିଜର ହିତାହିତ ଜ୍ଞାନ ଭୁଲିଯାଇ ବଡ଼ ଅଘଟଣ ମଧ୍ୟ ଘଟାଇଥାନ୍ତି। ଏଭଳି ଏକ ଘଟଣା ଝାଡ଼ଖଣ୍ଡ ଷଢ଼େଇକଳା ଅଞ୍ଚଳରେ ଘଟିଛି। ନିଶା ସେବନକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ସହ ଝଗଡ଼ା କରିବା ଏବଂ ପରେ ସ୍ତ୍ରୀ ଏବଂ ୫ବର୍ଷର ପୁଅକୁ ଲୁହା ତାଓ୍ବାରେ ପିଟି ହତ୍ୟା କରିଛନ୍ତି ଜଣେ ଯୁବକ। ହତ୍ୟା ଅଭିଯୋଗରେ ପୋଲିସ ଅଭିଯୁକ୍ତ ସୁଖରାମ ମୁଣ୍ଡାଙ୍କୁ ଗିରଫ କରିଛି।

ମିଳିଥିବା ସୂଚନାନୁସାରେ, ଷଢ଼େଇକଳାର କପାଳି ଫାଣ୍ଡି ଅଞ୍ଚଳରେ ଅଭିଯୁକ୍ତ ସୁଖରାମ ସ୍ତ୍ରୀ ପାର୍ବତୀ ଦେବୀ ଏବଂ ୫ବର୍ଷର ପୁଅ ଗଣେଶ ମୁଣ୍ଡାଙ୍କ ସହ ରୁହନ୍ତି। ସୁଖରାମ୍‌ ଅନେକ ସମୟରେ ନିଶାସେବନ କରନ୍ତି, ଯାହାକୁ ନେଇ ପରିବାରରେ କଳହ ସୃଷ୍ଟି ହୋଇଥାଏ। ସୋମବାର ଉଭୟ ସ୍ତ୍ରୀ ଏବଂ ସ୍ବାମୀଙ୍କ ମଧ୍ୟରେ କୌଣସି ଏକ କଥାକୁ କେନ୍ଦ୍ରକରି ଝଗଡ଼ା ହୋଇଥିଲା। ଝଗଡ଼ା ଉଗ୍ରରୂପ ନେବାରୁ ସୁଖରାମ ଉତ୍‌କ୍ଷିପ୍ତ ହୋଇ ଲୁହା ତାଓ୍ବାରେ ସ୍ତ୍ରୀ ପାର୍ବତୀ ଏବଂ ପୁଅ ଗଣେଶଙ୍କୁ ପିଟି ପିଟି ହତ୍ୟା କରିଥିଲେ।

ଏପରି କି ଲୁହା ତାଓ୍ବାରେ ପିଟି ରକ୍ତାକ୍ତ କରିବା ପରେ ଏକ ବ୍ଲେଡ୍‌ରେ ଗଳା କାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମା’ପୁଅଙ୍କ ଚିତ୍କାର ଶୁଣି କେତେଜଣ ପଡ଼ୋଶୀ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମା’ପୁଅ ପଡ଼ିଥିବା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବା ବେଳକୁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପୋଲିସ ହତ୍ୟାରେ ବ୍ୟବହୃତ ଲୁହା ତାଓ୍ବା ଏବଂ ଏକ ବ୍ଲେଡ୍‌ ଜବତ କରିଛି। ଏଥିସହ ନିକଟସ୍ଥ ଗ୍ରାମରୁ ଅଭିଯୁକ୍ତ ସୁଖରାମଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି। ପଡ଼ୋଶୀଙ୍କ କହିବା ହେଲା, ସୁଖରାମ ଅଧିକାଂଶ ସମୟରେ ନିଶା ସେବନ କରି ଘରେ ପାଟିତୁଣ୍ଡ କରିଥାନ୍ତି। ପାର୍ବତୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମାରଧର ମଧ୍ୟ କରିଥାନ୍ତି। ପାରିବାରିକ କଳହରୁ ସ୍ତ୍ରୀଙ୍କୁ ମାରିବା ସହ ୫ବର୍ଷର ନିରୀହ ଶିଶୁ ପୁତ୍ରକୁ ମାରିଦେବା ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ଏବଂ ଏହା ସମସ୍ତଙ୍କୁ ଚକିତ କରିଛି ବୋଲି କହିଛନ୍ତି। ଅପରପକ୍ଷରେ ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରାଯାଉଛି ବୋଲି କପାଳି ଫାଣ୍ଡି ଅଧିକାରୀ ସୋନୁ କୁମାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri