ଭୂମି ନାହିଁ କି ଘର ନାହିଁ, ପର ବାଡ଼ିରେ ବିତୁଛି ଜୀବନ

ଧର୍ମଶାଳା,୨୯ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାଯତର ଶେରପୁର ଗ୍ରାମରେ ଦୁର୍ଦ୍ଦିନ ଭିତରେ ବସବାସ କରୁଛନ୍ତି ଏକ ପରିବାର। ଯାହାଙ୍କର ଭୂମି ନାହିଁ କି ନିଜର ଘର ଖଣ୍ଡେ ବି ନାହିଁ ପର ବାଡ଼ିରେ ଘର କରି ବହୁ ଦୁଃଖେ କଷ୍ଟେ ଚଲୁଛନ୍ତି ଏହି ପରିବାର।

ଦେବେନ୍ଦ୍ର କାଏସ୍ତ ବୟସ ପାଖାପାଖି ୨୭ବର୍ଷ ହେବ ଘରେ ବାପା ନଟବର କାଏସ୍ତ, ମା’ ରଜନୀ କାଏସ୍ତ ଏବଂ ସ୍ତ୍ରୀ ରମା କାଏସ୍ତ ଓ ତାଙ୍କର ଦୁଇ ଛୋଟ ଛୁଆଙ୍କୁ ମିଶାଇ ୬ ପ୍ରାଣୀଙ୍କୁ ନେଇ ତାଙ୍କ ପରିବାର। ପରିବାରର ସମ୍ପୂର୍ଣ୍ଣ ବୋଝ ଦେବେନ୍ଦ୍ରଙ୍କ କାନ୍ଧରେ। ଏହି ପରିବାରଟି ୩୦ବର୍ଷରୁ ଊଦ୍ଧର୍‌ବ ହେବ ଏହି ଗାଁରେ ରହି ଆସିଲେଣି। ପୂର୍ବରୁ ଦେବେନ୍ଦ୍ରଙ୍କ ବାପା-ମା ଏବଂ ଭଉଣୀମାନେ ମିଶି କରି ଚୂନ ଆଣି ତାକୁ ରାନ୍ଧି ଖାଇବା ଖାଇବା ଚୂନ କରି ବ୍ୟବସାୟ କରୁଥିଲେ। ଯାହା ରୋଜଗାର ହୁଏ ସେ ସମୟରେ ପରିବାର ଚଳାଇବା ସହ ତିନି ଝିଅ ଙ୍କର ବାହାଘର ମଧ୍ୟ ନଟବର କରିଛନ୍ତି। ଗରିବ ଅଭାବୀ ପରିବାରରେ କିଛି ଟଙ୍କା ବଞ୍ଚେ ନାହିଁ। ଜାଗାଟେ କିଣିବା ପାଇଁ କି ଘର ଖଣ୍ଡେ କରିବା ପାଇଁ। ନଟବରଙ୍କ ବୟସ ଯାଇଁ ଅପରାହ୍ନରେ ପହଞ୍ଚିଲାଣି। ଝିଅମାନଙ୍କ ବାହାଘର ପରେ କମ ଲୋକରେ ଆଉ ଚୂନ କାମ କରିବା ସମ୍ଭବ ହୋଇ ନଥିଲା। ତେଣୁ ଦେବେନ୍ଦ୍ର ଦିନ ମଜୁରିଆ ଭାବେ କାମ କରିବା ସହ ଗାଁରେ ବୁଲି ଫେରି ବେପାର କରି ଦୁଇ ଶହରୁ ତିନି ଟଙ୍କା ରୋଜଗାର କରି ପରିବାର ଚଳାଉଛନ୍ତି। ବର୍ଷା ଦିନେ ଓ ପ୍ରବଳ ଖରା ସମୟରେ ଯଦି ବେପାର ବନ୍ଦ ହୁଏ ସେଦିନ ଛୋଟ ଛୋଟ ଦୁଇ ପିଲା ଓ ବାପା ମା’ଙ୍କୁ ନେଇ ପରିବାର ବହୁ ଦୁଃଖ କଷ୍ଟରେ ଜୀବନ କାଟୁଥିବା ଦେବେନ୍ଦ୍ର କହିଛନ୍ତି। ଏହି ଗାଁରେ ବହୁତ ବର୍ଷ ଧରି ରହି ଆସୁଥିଲେ ବି ନିଜସ୍ବ ଖଣ୍ଡେ ଜମି ନାହିଁ କି ଘର ନାହିଁ। ସେହି ଗାଁର କିଛି ସହୃଦୟ ବ୍ୟକ୍ତି ସେମାନଙ୍କ ଜାଗାରୁ କିଛି ତାଙ୍କୁ ରହିବା ପାଇଁ ଦେଇଥିବାରୁ ସେଠାରେ ସେ ଏକ ମାଟି କୁଡ଼ିଆ କରି ପିଲା ଛୁଆ ଓ ବାପା ମା’ଙ୍କକୁ ଧରି ରହୁଛନ୍ତି।

ଅପରପକ୍ଷରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଧର୍ମଶାଳା ଗସ୍ତ ସମୟରେ ଜିଲାରେ ଥିବା ଗରୀବ ଭୂମିହୀନ ଲୋକମାନଙ୍କୁ ଜମି ପଟ୍ଟା ଦେବା ସହ ପକ୍କା ଘର ନିର୍ମାଣ କରାଯିବା ପାଇଁ ଜିଲାପାଳଙ୍କ ସହ ଆଲୋଚନା କରିଥିବା କହିଥିଲେ। ଯାଜପୁରର ବିକାଶ ହେଲେ ଆଧୁନିକ ଓଡ଼ିଶା ଗଠନର ସଂକଳ୍ପ ସମ୍ଭବ ହେବ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଥିଲେ। ଏହା ସତ୍ତ୍ୱେ ବି ପ୍ରଶାସନ ପକ୍ଷରୁ ଦେବେନ୍ଦ୍ରଙ୍କୁ ଅଣଦେଖା କରିବା ଘଟଣା ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଏହା ଉପରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri