ସୁନା ବିନା ମନ ବୁଝେନା

ଗହଣାପ୍ରିୟ ନାରୀ। ସେଥିପାଇଁ ତ ସୁନା ପ୍ରତି ତା’ର ସ୍ବତନ୍ତ୍ର ଆକର୍ଷଣ। ସୁନା ଗହଣାରେ ସଜେଇ ହୋଇ ନାରୀଟିଏ ନିଜକୁ ବେଶ୍‌ ସମ୍ଭ୍ରାନ୍ତ ମନେକରେ। ହେଲେ ଆଜି ସୁନାର ଅତ୍ୟଧିକ ମୂଲ୍ୟ ବୃଦ୍ଧିର ପ୍ରଭାବରେ ମନକୁ ବୁଝେଇ ରହିଯିବାକୁ ହେଉଛି…

ସୁନାର ଦାମ୍‌ ଏବେ ୫୬ ହଜାରରୁ ଅଧିକ ହେଲାଣି। ଦିନକୁ ଦିନ ଏହା ଆହୁରି ବଢ଼ିବ ଏବଂ ଖୁବ୍‌ ଶୀଘ୍ର ଏହା ୬୦ ହଜାର ଅତିକ୍ରମ କରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ଏଭଳି ସମୟରେ ମହିଳାମାନଙ୍କୁ ସୁନା ଅଳଙ୍କାର କିଣିବା ପୂର୍ବରୁ ବହୁଥର ଚିନ୍ତା କରିବାକୁ ପଡୁଛି।
ସୁନା ଗହଣା ନାରୀର କେବଳ ଭୂଷଣ ହୋଇ ନ ଥିଲା ବରଂ ଏହା ଥିଲା ସମ୍ଭ୍ରାନ୍ତ ତଥା ଆଭିଜାତ୍ୟର ପରିଚୟ। ଯାହା ପାଖରେ ଯେତେ ଅଧିକ ସୁନା ଥିଲା ତାକୁ ସେତେ ଅଧିକ ଆଭିଜାତ୍ୟସମ୍ପନ୍ନ ବୋଲି ପରିଚୟ ମିଳୁଥିଲା। ଏବେ ବି ସୁନାର ସେଇ ଚମକ ରହିଛି। ସୁନା ପ୍ରତି ଲୋକଙ୍କର ଆକର୍ଷଣ ଆଦୌ କମିନାହିଁ। କିନ୍ତୁ ଫରକ ଏତିକି ଏବେ ସମସ୍ତେ ଆଉ ସୁନା କିଣିବା ପାଇଁ ସକ୍ଷମ ହୋଇପାରୁ ନାହାନ୍ତି। କାରଣ ଗତ କିଛି ବର୍ଷ ମଧ୍ୟରେ ସୁନାର ମୂଲ୍ୟ ଏତେ ବୃଦ୍ଧିପାଇଛି ଯେ ସାଧାରଣ ଲୋକଙ୍କ ପାଖରେ ସୁନା କିଣିବା ପାଇଁ ସାମର୍ଥ୍ୟ ନାହିଁ। ସେଥିପାଇଁ ଏବେ ଆଉ କେହି କାହାକୁ ବିବାହ ବ୍ରତ କି ଅନ୍ୟ କୌଣସି ଉତ୍ସବରେ ସୁନା ଗହଣାଟିଏ ଉପହାର ଦେବାକୁ ବି ଇଚ୍ଛା କରୁ ନାହାନ୍ତି। ସାଧାରଣରେ ଏକ ନିର୍ଦ୍ଦିଷ୍ଟ ବର୍ଗରେ ସୁନାର ବ୍ୟବହାର ଯଥେଷ୍ଟ କମିଯାଇଛି। ସୁନାର ବ୍ୟବହାର କମ୍‌ ହେଉ ବା ବେଶି କିନ୍ତୁ ଆଶ୍ଚର୍ଯ୍ୟଜନକଭାବେ ସୁନା ରେଟ୍‌ ହୁ ହୁ ହୋଇ ବଢ଼ିଚାଲିଛି। ସୁନାର ମୂଲ୍ୟ କାହିଁକି ବଢୁଛି, କେବେ କମିବ ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିଲେ ବି ବ୍ୟବହାରିକ କ୍ଷେତ୍ରରେ ସୁନାର ଉପସ୍ଥିତି ବହୁତ କମିଛି ଏକଥାକୁ ଅସ୍ବୀକାର କରି ହେବନି।
ସୁନା ବିନା ବାହାଘର: ବିବାହ ସମୟରେ ହିଁ ସୁନାର ବ୍ୟବହାର ସବୁଠୁ ଅଧିକ ହୋଇଥାଏ। କିନ୍ତୁ ଏବେ ସୁନାର ଦାମ୍‌ ଏତେ ଅଧିକ ହୋଇଛି ଯେ ସାଧାରଣ ଲୋକଟିଏ ବିବାହ କରିବା ସମୟରେ ସୁନା ଗହଣା ସବୁ କିଣିବା ପାଇଁ ସାମର୍ଥ୍ୟ ହରାଇଛି। ତେଣୁ ନିହାତି ଆବଶ୍ୟକ କିଛି ସୁନା ଗହଣା କିଣି ଅଧିକାଂଶ ଲୋକେ ଝିଅ ବାହାଘର କରୁଛନ୍ତି। ଆଉ କେତେଜଣ ଆଗକୁ ଝିଅ ବାହାଘରକୁ ଦୃଷ୍ଟିରେ ରଖି ସୁନା ଗହଣା କିଛି କିଣି ରଖି ଦେଉଛନ୍ତି।
ସୁନା ସବୁ ଲକରରେ: ସୁନା ଦାମ୍‌ ଏତେ ଅଧିକ ହୋଇଯିବା ଫଳରେ ଯେଉଁମାନଙ୍କ ପାଖରେ ଅଧିକ ସୁନା ଗହଣା ରହିଛି ସେମାନେ ହୁଏତ ଅଧିକ ଧନୀ ହୋଇଯାଇଥିବା ଅନୁଭବ କରୁଛନ୍ତି, କିନ୍ତୁ ସେସବୁ ଗହଣାକୁ ବ୍ୟବହାର କରିପାରୁ ନାହାନ୍ତି। କାରଣ ସୁନା ଗହଣା ବ୍ୟବହାର କରିବା ଫଳରେ ଚୋରି, ଡକାୟତି ହେବାର ସମ୍ଭାବନା ରହୁଛି। ଆଉ ସୁନାଟିଏ ଚୋରୀ ହେଲେ ବର୍ତ୍ତମାନ ସମୟରେ ଏକ ବିରାଟ ବଡ଼ କ୍ଷତି ହେବ। ତେଣୁ ଲୋକେ ନିଜର ସୁନା ଗହଣାକୁ ପାଖରେ ନ ରଖି ବ୍ୟାଙ୍କ ଲକରରେ ରଖିବା ଏକ ଉଚିତ ପଦକ୍ଷେପ।
ଭବିଷ୍ୟତର ସୁରକ୍ଷା: କିଛି ଲୋକଙ୍କର ଅଧିକ ଟଙ୍କା ହେଲେ ସେମାନେ ସୁନାରେ ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁଛନ୍ତି। କାରଣ ସୁନା ରେଟ୍‌ ଯେଉଁଭଳି ଭାବରେ ବୃଦ୍ଧି ପାଉଛି ସେ ତୁଳନାରେ ସୁନା କିଣିଲେ ନିଶ୍ଚିତ ଲାଭ ହେବ। କାରଣ ଆଜି କିଣିଥିବା ସୁନାର ଦାମ୍‌ ଆଉ କିଛି ମାସ ପରେ ବହୁତ ବଢ଼ିଯିବ। ତେଣୁ ଭବିଷ୍ୟତରେ ସୁନାର ମୂଲ୍ୟ ଆହୁରି ଅଧିକ ହେବ ଭାବି କିଛି ଲୋକ ସୁଯୋଗ ପାଇବା ମାତ୍ରେ ସୁନା ଗହଣା କିଣି ରଖି ଦେଉଛନ୍ତି।
ମଧୁସ୍ମିତା ସ୍ବାଇଁ, ଅଧ୍ୟାପିକା, ଗଭର୍ନମେଣ୍ଟ ପଲିଟେକ୍‌ନିକ୍‌, ଭୁବନେଶ୍ୱର- ସୁନାଦାମ୍‌ ବଢ଼ିଯିବାରୁ ଏବେ ମୁଦିଟିଏ ବି ଲଗାଇ ବାହାରକୁ ଯିବାକୁ ଭୟ ଲାଗୁଛି। ଛୋଟ ଛୋଟ ଅଳ୍ପ ଗହଣା ବ୍ୟବହାର କରୁଛି। ବାକି ସବୁ ଗହଣାକୁ ଲକରରେ ନିରାପଦରେ ରଖିଦେଇଛି। ଏବେ ପିଲାଙ୍କ ପାଠପଢ଼ାରେ ବହୁତ ଟଙ୍କା ଖର୍ଚ୍ଚ ହେଇଯାଉଛି, ତେଣୁ ଆଉ ସୁନା ଗହଣା କିଛି କିଣିପାରୁନି। କିନ୍ତୁ ମୋ ଜନ୍ମଦିନରେ ପ୍ରତିବର୍ଷ ମୋ ସ୍ବାମୀ ଛୋଟିଆ ହେଲେବି ସୁନାର ଯେକୌଣସି ଏକ ଗହଣା ଉପହାର ଦିଅନ୍ତି।
ରାଜଶ୍ରୀ ନାୟକ, ଗୃହିଣୀ , ଦେଉଳବେଡା କଲୋନୀ, ତାଳଚେର-ସୁନା ଏବେ ଆଉ କିଣି ହେବନି କି ଯାହା ଅଛି ତାକୁ ବି ଲଗେଇ ହେବନି। ଏବେ ସୁନାର ଯାହା ଦାମ୍‌ ହେଇଛି ଘରେ ସୁନା ରଖିବା ବି ବିପଦ। ସେଥିପାଇଁ ଘରୁ ସବୁତକ ସୁନାଗହଣା ନେଇ ମୁଁ ଲକରରେ ରଖି ଆସିଛି। ସୁନା ପିନ୍ଧି ମୁଁ ଜୀବନକୁ ବିପଦରେ ପକାଇବାକୁ ଚାହୁଁନି। ତା’ ଛଡ଼ା ସୁନା କିଣିବାର ଏବେ କୌଣସି ଆବଶ୍ୟକତା ବି ନାହିଁ। ସେଥିପାଇଁ ସୁନା ଦାମ୍‌ ଯେତେ ଅଧିକ ହେଲେ ସେଥିପ୍ରତି ମୁଁ ଏବେ ଚିନ୍ତା କରୁନି। ଆଉ ବନ୍ଧୁ ବେଭାର ଦେବା ବେଳକୁ ସୁନା ବଦଳରେ ଟଙ୍କା ଦେବାକୁ ଏବେ ଆମେ ନିଷ୍ପତ୍ତି ନେଇଛୁ।
ସଂଯୁକ୍ତା ଦାସ, ଗୃହିଣୀ, ଜାଗୁଳା, ଧାମରା, ଭଦ୍ରକ-ଏବେ ତ ଆଉ ସୁନା କିଣିବା କଥା ଭାବି ହେଉନି। ସୁନା ରେଟ୍‌ ଏତେ ଅଧିକ ହେଲାଣି ଯେ ଆମେ ଆଉ ସୁନା କିଣି ପାରିବୁନି। ଯାହା ସୁନା ଗହଣା ଅଛି ସେତିକିରେ ମୁଁ ସନ୍ତୁଷ୍ଟ। ସେଇ ଗହଣାକୁ କେବେ କେବେ ଉତ୍ସବ ସମୟରେ ଲଗାଉଛି। ଏ ମହଙ୍ଗା ଯୁଗରେ ସୁନା ଗହଣା କିଣିବା ବଦଳରେ ଯାହା କିଛି ଟଙ୍କା ସଞ୍ଚୟ କରିଛୁ ସେଥିରେ ଗାଁରେ ଚାଷ ଜମି କିଛି କିଣୁଛୁ।
ଗାୟତ୍ରୀ ଧଳ, ଅଧ୍ୟାପିକା, ଖରସ୍ରୋତା ମହାବିଦ୍ୟାଳୟ, ଯାଜପୁର-ସୁନା ଦାମ୍‌ ଅଧିକ ହେଲେ ବି ମୋର ସୁନା କିଣିବା ପାଇଁ ଏକ ଭିନ୍ନ ଆକର୍ଷଣ ରହିଛି। ସେଥିପାଇଁ ମୁଁ ଏକାଥରକେ ସୁନା ଗହଣା କିଣିପାରୁ ନ ଥିବାରୁ ଦୁଇଟା ସ୍କିମ୍‌ କରିଛି। ମାସକୁ ମାସ କିଛି କିଛି ଟଙ୍କା ଦେଇ ଶେଷକୁ ଆଉ କିଛି ଟଙ୍କା ମିଶାଇ ଗୋଟେ ଲେଖାଏଁ ଜିନିଷ କିଣୁଛି। ଏମିତିଭାବେ ଗହଣା କିଣିଲେ ଅଧିକ ଟଙ୍କା ବୋଲି ଜଣା ପଡୁନାହିଁ। ଆଉ ଟଙ୍କା ଇନ୍‌ଭେଷ୍ଟ କରିବା ପାଇଁ ସୁନା କିଣିବା ଏକ ଉଚିତ ପଦକ୍ଷେପ।
ସଙ୍ଗୀତା ଦାସ, ଗୃହିଣୀ, ବିଦ୍ୟାଳୟ ସାହି, ପୋଲସରା, ଗଞ୍ଜାମ- ମୋ ପାଖରେ ଏବେ ଯେତିକି ସୁନା ଗହଣା ଅଛି ତା’ର ମୂଲ୍ୟ ଯଥେଷ୍ଟ ବଢ଼ିଗଲାଣି। ଦଶ ବର୍ଷ ତଳେ ମୋ ବାହାଘର ସମୟରେ ଯେଉଁ ସୁନା ଗହଣା ମୁଁ ଆଣିଥିଲି ତା’ର ମୂଲ୍ୟ ଏବେ ୫ ଗୁଣ ବଢ଼ିଯାଇଛି। ଏବେ ତ ଆଉ ସୁନା କିଣି ହେବନି। ଯାହା ଅଛି ଚୋରଙ୍କ ଭୟରେ ତାକୁ ବି ସବୁବେଳେ ଲଗାଇବାକୁ ଡର ଲାଗୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri