Categories: ଫୁରସତ

ବଡ଼ ବଡ଼ ଆଖିରେ ଚାହିଁ ଏମିତି ଜିଭ ବୁଲାଉଛି ଏଣ୍ଡୁଅ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ରଙ୍ଗୀନ ଏଣ୍ଡୁଅକୁ ଦେଖିବାକୁ ମିଳୁଛି। ଯାହାକୁ ବହୁରୂପି ଏଣ୍ଡୁଅ କୁହାଯାଏ। ଏହା ଦେଖିବାକୁ ବହୁତ ବଡ଼ ହୋଇଥିବା ବେଳେ ସବୁଜ ଓ ହଳଦୀ ରଙ୍ଗର ଦେଖାଯାଉଛି। ଏଣ୍ଡୁଅଟି ବଡ଼ବଡ଼ ଆଖିରେ ଚାହୁଁଛି। ପରେ ପାଟି ଖୋଲି ଜିଭ ହଲାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share