Posted inଖେଳ

ଅଧିକ ଦଳ ଭାଗନେଲେ ଆଇପିଏଲ୍‌ ମାନ କମିବ

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ଟି୨୦ ଲିଗ୍‌ ବିବେଚିତ ହେଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବିସ୍ତାର ହେବା ପାଇଁ ପସ୍ତୁତ ବୋଲି ଭାରତୀୟ ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ କହିଛନ୍ତି। ଦେଶରେ ବହୁ ସଂଖ୍ୟାରେ କ୍ରିକେଟ ପ୍ରତିଭା ରହିଛନ୍ତି। ତେଣୁ କ୍ରିକେଟ୍‌ର ମାନ ଓ ପରିମାଣରେ ବୁଝାମଣା ନ କରି ଆଇପିଏଲ୍‌ରେ ଦଳ ସଂଖ୍ୟା ବୃଦ୍ଧି ହେବ ବୋଲି ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ରାହୁଲ ଡ୍ରାଭିଡ୍‌ କହିଛନ୍ତି।
ଆଇପିଏଲ୍‌ରେ ଦଳ ସଂଖ୍ୟା ବୃଦ୍ଧି ନେଇ ଚର୍ଚ୍ଚା ଚାଲିଛି। ଆଗକୁ ୮ ବଦଳରେ ୯ ଦଳ ଏଥିରେ ଅଂଶଗ୍ରହଣ କରିବେ। ୨୦୨୩ ବେଳକୁ ଦଳ ସଂଖ୍ୟା ୧୦ରେ ପହଞ୍ଚିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବସିସିଆଇ)ର ଦୀର୍ଘକାଳୀନ ଯୋଜନା ପୂର୍ବରୁ ରହିଛି। ୨୦୨୧ରେ ଆଇପିଏଲ୍‌ର ଦଳ ସଂଖ୍ୟା ୯ ହେବ ବୋଲି ରାଜସ୍ଥାନ ରୟାଲ୍ସ ଅନ୍ୟତମ- ମାଲିକ ମନୋଜ ବଦଲେ କହିଥିଲେ। ଡ୍ରାଭିଡ୍‌ ମଧ୍ୟ ତାଙ୍କ ସହ ଏକମତ ହୋଇଛନ୍ତି। ପ୍ରତିଭା ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆଇପିଏଲ୍‌ ବିସ୍ତାର ହେବାକୁ ପ୍ରସ୍ତୁତ ବୋଲି ବିଶ୍ୱାସ କରୁଥିବା ଡ୍ରାଭିଡ୍‌ କହିଛନ୍ତି। ଏହା ହେଲେ ଅଧିକ ପ୍ରତିଭା ଏହି ଲିଗ୍‌ରେ ଅଂଶଗ୍ରହଣ କରିବେ ବୋଲି ବଦଲେଙ୍କ ବହି ‘ଏ ନ୍ୟୁ ଇନିଂସ’ର ଉନ୍ମୋଚନ ଅବସରରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଡ୍ରାଭିଡ୍‌ ଏହା କହିଛନ୍ତି। ୨୦୨୧ରେ ଦଳ ସଂଖ୍ୟା ୯ରେ ପହଞ୍ଚିବ। ଏହା ହେଲେ ଅପରାହ୍ନରେ ଅଧିକ ସଂଖ୍ୟାରେ ମ୍ୟାଚ୍‌ ଖେଳାଯିବ ଓ ଲିଗ୍‌ର କ୍ୱାଲିଟିକୁ ମଧ୍ୟ ବଜାୟ ରଖିବାକୁ ପଡିବ। ବଦଲେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ। ଆଇପିଏଲ୍‌ କାରଣରୁ ହରିୟାଣାର ରାହୁଲ ଟଓ୍ବୋଟିଆଙ୍କ ଭଳି କ୍ରିକେଟର ଏବେ ସାରା ବିଶ୍ୱରେ ପରିଚିତ ହୋଇପାରିଛନ୍ତି। ପୂର୍ବରୁ ରାଜ୍ୟ ଆସୋସିଏଶନଗୁଡିକ ରଣଜୀ ଟ୍ରଫିରେ ଖେଳାଳିଙ୍କୁ ଚୟନ କରୁଥିଲେ। ହରିୟାଣା ଭଳି ରାଜ୍ୟ ୟୁଜବେନ୍ଦ୍ର ଚହଲ, ଅମିତ ମିଶ୍ରା ଓ ଜୟନ୍ତ ଯାଦବଙ୍କ ଭଳି ସ୍ପିନର ସୃଷ୍ଟି କରିଛି। ତେଣୁ ଟଓ୍ବୋଟିଆଙ୍କ ପାଖରେ ସୀମିତ ସୁଯୋଗ ରହିଥିଲା। ତେବେ ଆଇପିଏଲ୍‌ ତାଙ୍କ ପାଇଁ ବରଦାନ ସାବସ୍ତ ହୋଇଛି ବୋଲି ବଦଲେ କହିଛନ୍ତି।
ଗତ ଏକ ଦଶନ୍ଧିରେ ଡ୍ରାଭିଡ୍‌ ଭାରତ ସୀମିତ ଓଭର କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା କହିଛନ୍ତି। ଆଇପିଏଲ୍‌ କାରଣରୁ ଏହା ସମ୍ଭବ ହୋଇପାରିଛି। ପ୍ରତିଭାସମ୍ପନ୍ନ କ୍ରିକେଟରଙ୍କୁ ଆଇପିଏଲ୍‌ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରିଛି। ଗତ ଏକ ଦଶନ୍ଧିରେ ଆମେ ୨୦୧୧ ବିଶ୍ୱକପ୍‌ ଓ ୨୦୧୩ ଚାମ୍ପିୟନ୍ସ ଟ୍ରଫି ଜିତିଛୁ। ଏଥିସହିତ ବିଶ୍ୱ ଟି୨୦ରେ ସେମିଫାଇନାଲ ଓ ଫାଇନାଲରେ ପ୍ରବେଶ କରିଛୁ। ଟିଭି ଦେଖି ଯୁବ ଖେଳାଳିମାନେ ବିଶେଷଜ୍ଞଙ୍କ ବିଶ୍ଳେଷଣ ଶୁଣିବା ସହ ବହୁତ କିଛି ଶିକ୍ଷା କରିଛନ୍ତି ବୋଲି ଡ୍ରାଭିଡ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାହାରିନରେ ଫଶିଛନ୍ତି ଶତାଧିକ ଏଫ୍‌୧ ଷ୍ଟାଫ୍‌: ଫେରିବାକୁ ମିଳୁ ନାହିଁ ବାଟ

ମନମା,୨।୩: ଫର୍ମୁଲା-୧ ରେସିଂ ସହ ଜଡ଼ିତ ଶତାଧିକ ଷ୍ଟାଫ ବାହାରିନରେ ଫଶି ରହିଛନ୍ତି। ମିଡିଲ ଇଷ୍ଟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁ ସେମାନଙ୍କୁ ସ୍ୱଦେଶ ଫେରିବାକୁ ବାଟ…

ପାକିସ୍ତାନ ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବ ପିସିବ

କରାଚୀ,୨।୩: ଚଳିତ ଟି୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବାକୁ ଦେଶର କ୍ରିକେଟ ବୋର୍ଡ ଚିନ୍ତା କରୁଛି। ଏକ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସାମସନ

କୋଲକାତା,୨।୩: ଭାରତୀୟ ଓପନର ସଞ୍ଜୁ ସାମସନ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ୫୦ ବଲରେ ଅପରାଜିତ ୯୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଟି୨୦ ବିଶ୍ୱକପ୍‌…

ସ୍ୱଦେଶ ଫେରିପାରୁନାହିଁ ଜିମ୍ୱାଓ୍ୱେ ଦଳ

ନୂଆଦିଲ୍ଲୀ, ୧ା୩: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଜିମ୍ୱାଓ୍ୱେର ଅଭିଯାନ ଶେଷ ହୋଇଛି। ଦଳ ବର୍ତ୍ତମାନ ସ୍ୱଦେଶ ଫେରିବାକୁ ଥିବାବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁ ବର୍ତ୍ତମାନ ଦୁବାଇ…

‘ଏମିତି ଖେଳିବା ବନ୍ଦ କର..’ ଅଭିଷେକଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିନାହିଁ। ସେ ତାଙ୍କର ପ୍ରଥମ ତିନୋଟି ମ୍ୟାଚରେ ହ୍ୟାଟ୍ରିକ ପାଇଁ ଆଉଟ ହୋଇଥିଲେ। ଟିମ…

କିଙ୍ଗ୍‌ କୋହଲିଙ୍କ ମହାରେକର୍ଡ ଭାଙ୍ଗିଲେ ସଞ୍ଜୁ ସାମସନ, ଏମିତି କରି…

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରନ ଚେଜ ସମୟରେ ସଞ୍ଜୁ ସାମସନ ୫୦ଟି ବଲରେ ୧୨ଟି ଚୌକା ଏବଂ ୪ଟି ଛକା…

ମ୍ୟାଚ୍‌ ବିଜୟୀ ଇନିଂସ ପରେ ପ୍ରଥମେ କାହାକୁ ଭିଡିଓ କଲ୍‌ କଲେ ସଞ୍ଜୁ ସାମସନ: ବଢୁଛି ଚର୍ଚ୍ଚା

କୋଲକାତା,୨।୩: ICC T20 ବିଶ୍ୱକପ 2026 ପୂର୍ବରୁ ଫର୍ମ ଖୋଜୁଥିବା ସଞ୍ଜୁ ସାମସନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ ତାଙ୍କର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ…

BCCIର ବଡ଼ ଘୋଷଣା, ଭାରତ ପ୍ରଥମ ଥର ପାଇଁ ଏହି ଦଳ ସହିତ ଖେଳିବ ODI

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପ୍ ସମୟରେ ଏକ ବଡ଼ ଘୋଷଣା କରିଛି । ୨୦୨୬ ଆଇପିଏଲ୍ ପରେ, ଭାରତୀୟ ଦଳ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri