Posted inଖେଳ

ଅଧିକ ଦଳ ଭାଗନେଲେ ଆଇପିଏଲ୍‌ ମାନ କମିବ

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ଟି୨୦ ଲିଗ୍‌ ବିବେଚିତ ହେଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବିସ୍ତାର ହେବା ପାଇଁ ପସ୍ତୁତ ବୋଲି ଭାରତୀୟ ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ କହିଛନ୍ତି। ଦେଶରେ ବହୁ ସଂଖ୍ୟାରେ କ୍ରିକେଟ ପ୍ରତିଭା ରହିଛନ୍ତି। ତେଣୁ କ୍ରିକେଟ୍‌ର ମାନ ଓ ପରିମାଣରେ ବୁଝାମଣା ନ କରି ଆଇପିଏଲ୍‌ରେ ଦଳ ସଂଖ୍ୟା ବୃଦ୍ଧି ହେବ ବୋଲି ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ରାହୁଲ ଡ୍ରାଭିଡ୍‌ କହିଛନ୍ତି।
ଆଇପିଏଲ୍‌ରେ ଦଳ ସଂଖ୍ୟା ବୃଦ୍ଧି ନେଇ ଚର୍ଚ୍ଚା ଚାଲିଛି। ଆଗକୁ ୮ ବଦଳରେ ୯ ଦଳ ଏଥିରେ ଅଂଶଗ୍ରହଣ କରିବେ। ୨୦୨୩ ବେଳକୁ ଦଳ ସଂଖ୍ୟା ୧୦ରେ ପହଞ୍ଚିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବସିସିଆଇ)ର ଦୀର୍ଘକାଳୀନ ଯୋଜନା ପୂର୍ବରୁ ରହିଛି। ୨୦୨୧ରେ ଆଇପିଏଲ୍‌ର ଦଳ ସଂଖ୍ୟା ୯ ହେବ ବୋଲି ରାଜସ୍ଥାନ ରୟାଲ୍ସ ଅନ୍ୟତମ- ମାଲିକ ମନୋଜ ବଦଲେ କହିଥିଲେ। ଡ୍ରାଭିଡ୍‌ ମଧ୍ୟ ତାଙ୍କ ସହ ଏକମତ ହୋଇଛନ୍ତି। ପ୍ରତିଭା ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆଇପିଏଲ୍‌ ବିସ୍ତାର ହେବାକୁ ପ୍ରସ୍ତୁତ ବୋଲି ବିଶ୍ୱାସ କରୁଥିବା ଡ୍ରାଭିଡ୍‌ କହିଛନ୍ତି। ଏହା ହେଲେ ଅଧିକ ପ୍ରତିଭା ଏହି ଲିଗ୍‌ରେ ଅଂଶଗ୍ରହଣ କରିବେ ବୋଲି ବଦଲେଙ୍କ ବହି ‘ଏ ନ୍ୟୁ ଇନିଂସ’ର ଉନ୍ମୋଚନ ଅବସରରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଡ୍ରାଭିଡ୍‌ ଏହା କହିଛନ୍ତି। ୨୦୨୧ରେ ଦଳ ସଂଖ୍ୟା ୯ରେ ପହଞ୍ଚିବ। ଏହା ହେଲେ ଅପରାହ୍ନରେ ଅଧିକ ସଂଖ୍ୟାରେ ମ୍ୟାଚ୍‌ ଖେଳାଯିବ ଓ ଲିଗ୍‌ର କ୍ୱାଲିଟିକୁ ମଧ୍ୟ ବଜାୟ ରଖିବାକୁ ପଡିବ। ବଦଲେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ। ଆଇପିଏଲ୍‌ କାରଣରୁ ହରିୟାଣାର ରାହୁଲ ଟଓ୍ବୋଟିଆଙ୍କ ଭଳି କ୍ରିକେଟର ଏବେ ସାରା ବିଶ୍ୱରେ ପରିଚିତ ହୋଇପାରିଛନ୍ତି। ପୂର୍ବରୁ ରାଜ୍ୟ ଆସୋସିଏଶନଗୁଡିକ ରଣଜୀ ଟ୍ରଫିରେ ଖେଳାଳିଙ୍କୁ ଚୟନ କରୁଥିଲେ। ହରିୟାଣା ଭଳି ରାଜ୍ୟ ୟୁଜବେନ୍ଦ୍ର ଚହଲ, ଅମିତ ମିଶ୍ରା ଓ ଜୟନ୍ତ ଯାଦବଙ୍କ ଭଳି ସ୍ପିନର ସୃଷ୍ଟି କରିଛି। ତେଣୁ ଟଓ୍ବୋଟିଆଙ୍କ ପାଖରେ ସୀମିତ ସୁଯୋଗ ରହିଥିଲା। ତେବେ ଆଇପିଏଲ୍‌ ତାଙ୍କ ପାଇଁ ବରଦାନ ସାବସ୍ତ ହୋଇଛି ବୋଲି ବଦଲେ କହିଛନ୍ତି।
ଗତ ଏକ ଦଶନ୍ଧିରେ ଡ୍ରାଭିଡ୍‌ ଭାରତ ସୀମିତ ଓଭର କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା କହିଛନ୍ତି। ଆଇପିଏଲ୍‌ କାରଣରୁ ଏହା ସମ୍ଭବ ହୋଇପାରିଛି। ପ୍ରତିଭାସମ୍ପନ୍ନ କ୍ରିକେଟରଙ୍କୁ ଆଇପିଏଲ୍‌ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରିଛି। ଗତ ଏକ ଦଶନ୍ଧିରେ ଆମେ ୨୦୧୧ ବିଶ୍ୱକପ୍‌ ଓ ୨୦୧୩ ଚାମ୍ପିୟନ୍ସ ଟ୍ରଫି ଜିତିଛୁ। ଏଥିସହିତ ବିଶ୍ୱ ଟି୨୦ରେ ସେମିଫାଇନାଲ ଓ ଫାଇନାଲରେ ପ୍ରବେଶ କରିଛୁ। ଟିଭି ଦେଖି ଯୁବ ଖେଳାଳିମାନେ ବିଶେଷଜ୍ଞଙ୍କ ବିଶ୍ଳେଷଣ ଶୁଣିବା ସହ ବହୁତ କିଛି ଶିକ୍ଷା କରିଛନ୍ତି ବୋଲି ଡ୍ରାଭିଡ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri