Posted inଜାତୀୟ

ଧୁଳି ମୁହଁରେ ଥିଲା, ସେ ଦର୍ପଣ ସଫା କରିବାର ନାଟକ କରୁଥିଲେ: କେଜରିଓ୍ବାଲଙ୍କୁ ରେଳମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୬।୪ : ଦୁର୍ନୀତି ପ୍ରସଙ୍ଗରେ ଏଏପିକୁ କଡ଼ା ସମାଲୋଚନା କରୁଥିବା ଭାଜପା ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିିୱାଲଙ୍କ ବଙ୍ଗଳାକୁ ଟାର୍ଗେଟ କରିଛି। ସରକାରୀ ପାଣ୍ଠିରୁ ୪୫ କୋଟି ଟଙ୍କା ଖର୍ଚ୍ଚ କରି କେଜ୍ରିୱାଲ ତାଙ୍କ ବଙ୍ଗଳା ନବୀକରଣ କରିଥିବା ଅଭିଯୋଗ କରିଛି ଭାଜପା। ବର୍ତ୍ତମାନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି।

ବୁଧବାର ରେଲ ମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି, ତାଙ୍କ ମୁହଁରେ ଧୂଳି ଲାଗିଥିଲା ଏବଂ ସେ ଦର୍ପଣକୁ ସଫା କରିବାର ନାଟକ କରୁଥିଲେ। କେନ୍ଦ୍ର ମନ୍ତ୍ରୀ ତାଙ୍କ ଟୁଇଟରେ କାହାର ନାମ ଉଲ୍ଲେଖ କରିନାହାଁନ୍ତି। ତେବେ ସେ ନିଜ ଟୁଇଟରେ ହ୍ୟାସଟ୍ୟାଗ ଅପରେଶନ ଶୀଶ ମହଲ ବ୍ୟବହାର କରିଛନ୍ତି। ଏହାକୁ କେଜରିୱାଲଙ୍କ ପ୍ରକୃତ ଚେହେରା ବୋଲି ବର୍ଣ୍ଣନା କରି ଭାଜପା ତାଙ୍କ ଇସ୍ତଫା ଦାବି କରିଛି।
ଦେଶ କୋଭିଡ ମହାମାରୀ ସହ ଲଢୁଥିବାବେଳେ କେଜରିୱାଲ ତାଙ୍କ ବଙ୍ଗଳାକୁ ଏକ ପ୍ରାସାଦରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଥିଲେ ବୋଲି ଭାଜପା ନେତା ତଥା ମୁଖପାତ୍ର ସମ୍ବିତ ପାତ୍ର ବୁଧବାର ଅଭିଯୋଗ କରିଛନ୍ତି। ପାତ୍ର ଅଭିଯୋଗ କରିଛନ୍ତି, କେଜରିୱାଲଙ୍କ ପକ୍ଷରୁ ପାଞ୍ଚଥର ଟଙ୍କା ମଧ୍ୟ ରିଲିଜ କରାଯାଇଛି। ପ୍ରଥମେ ୧ ସେପ୍ଟେମ୍ବର ୨୦୨୦ ରେ ୭.୯୧ କୋଟି ଟଙ୍କା ,ଏହା ପରେ, ୨୦୨୧ମସିହାରେ, ୧୫କୋଟିରୁ ଅଧିକ ଟଙ୍କା ମୋଟ ତିନିଥର ରିଲିଜ କରାଯାଇଥିଲା। ଏହା ପରେ, ୨୯ ଜୁନ ୨୦୨୨ ରେ, ପୁଣି ଥରେ୯ କୋଟି ଏବଂ ପରେ ୯.୩୪ କୋଟି ଟଙ୍କା ରିଲିଜ ହୋଇଥିଲା ।

କେଜରିଓ୍ବାଲ ଖରାପ ଘରକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ସେ ତାଙ୍କ ଘରେ ଏକ ସୁନ୍ଦର କାଠ କାନ୍ଥ ଲଗାଇଛନ୍ତି । ଏହାର ମୂଲ୍ୟ ପ୍ରାୟ ୪.୩୭ କୋଟି ଟଙ୍କା। ଏଥି ସହିତ ଭିଏତନାମରୁ ଅଣାଯାଇଥିବା ୧.୫ କୋଟି ଟଙ୍କାର ମାର୍ବଲ ଘରେ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri